ରାଜ୍ୟସଭା ନିର୍ବାଚନ: ଭୋଟ୍ ଗ୍ରହଣ ଆରମ୍ଭ, ସନ୍ଧ୍ୟାରେ ଆସିବ ଫଳାଫଳ

ନୂଆଦିଲ୍ଲୀ,: ସାମ୍ପ୍ରତିକ ରାଜନୈତିକ ହଟଚମଟ ମଧ୍ୟରେ ଆଜି ଓଡ଼ିଶା ସମେତ ୩ଟି ରାଜ୍ୟର ୧୧ଟି ରାଜ୍ୟସଭା ଆସନ ପାଇଁ ମତଦାନ ଆରମ୍ଭ ହୋଇଛି । ବିହାର, ହରିୟାଣା ଏବଂ ଓଡ଼ିଶାରେ ଚାଲିଥିବା ଏହି ନିର୍ବାଚନକୁ ନେଇ ସାରା ଦେଶର ନଜର ରହିଛି । ବିଶେଷ କରି ଓଡ଼ିଶାରେ ‘ହର୍ସ ଟ୍ରେଡିଂ’ ବା ବିଧାୟକ କିଣାବିକା ଅଭିଯୋଗ ଏହି ଲଢ଼େଇକୁ ଆହୁରି ରୋଚକ କରିଦେଇଛି । ଓଡ଼ିଶାର ୪ଟି ରାଜ୍ୟସଭା ଆସନ ପାଇଁ ୫ ଜଣ ପ୍ରାର୍ଥୀ ମଇଦାନକୁ ଓହ୍ଲାଇଛନ୍ତି । ସଂଖ୍ୟା ଗରିଷ୍ଠତା ଦୃଷ୍ଟିରୁ ସମୀକରଣ ସ୍ପଷ୍ଟ ଥିଲେ ମଧ୍ୟ ‘କ୍ରସ୍ ଭୋଟିଂ’ ଆଶଙ୍କା ରାଜନୈତିକ ପାଣିପାଗକୁ ସରଗରମ କରିଛି । ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ବିଜେପି ବିରୋଧରେ ଘୋଡ଼ା ବେପାରର ସାଂଘାତିକ ଅଭିଯୋଗ ଆଣିଛନ୍ତି । ବିଧାୟକମାନଙ୍କୁ ପ୍ରଲୋଭିତ କରାଯାଉଥିବା ନେଇ ସେ ଚେତାବନୀ ଦେଇଛନ୍ତି । ୪ଟି ଆସନ ପାଇଁ ୫ ଜଣ ପ୍ରାର୍ଥୀ ରହିଥିବାରୁ ଏଠାରେ ଭୋଟ୍ ଗ୍ରହଣ ଜରୁରୀ ହୋଇପଡ଼ିଛି ।

ବିହାରର ୫ଟି ଆସନ ପାଇଁ ଭୋଟ୍ ଗ୍ରହଣ ଜାରି ରହିଛି । ଏଠାରେ ଏନଡିଏ ଏବଂ ଆରଜେଡି ମଧ୍ୟରେ କଡ଼ା ଟକ୍କର ଦେଖିବାକୁ ମିଳୁଛି । ଆରଜେଡି ନେତା ତେଜସ୍ୱୀ ଯାଦବ ମୁଖ୍ୟମନ୍ତ୍ରୀ ନୀତିଶ କୁମାରଙ୍କୁ ଟାର୍ଗେଟ କରି କହିଛନ୍ତି ଯେ, “ନୀତିଶଙ୍କ ପ୍ରତି ମୋର ପୂର୍ଣ୍ଣ ସମବେଦନା ଅଛି ।” ଏହି ବୟାନ ବିହାର ରାଜନୀତିରେ ଚର୍ଚ୍ଚାର ବିଷୟ ପାଲଟିଛି । ନିଜେ ମୁଖ୍ୟମନ୍ତ୍ରୀ ନୀତିଶ କୁମାର ଏବଂ ବିଜେପି ରାଷ୍ଟ୍ରୀୟ ସମ୍ପାଦକ ନିତିନ ନବୀନ ଏହି ନିର୍ବାଚନରେ ପ୍ରାର୍ଥୀ ଅଛନ୍ତି ।
ହରିୟାଣାର ୨ଟି ଆସନ ପାଇଁ ୩ ଜଣ ପ୍ରାର୍ଥୀ ଥିବାରୁ ଲଢ଼େଇ ବେଶ୍ ଜୋରଦାର ହୋଇଛି । ବିଧାୟକମାନେ ଯେପରି ଅନ୍ୟ ଦଳକୁ ଭୋଟ୍ ନଦେବେ, ସେଥିପାଇଁ କଂଗ୍ରେସ ନିଜର ବିଧାୟକମାନଙ୍କୁ ହିମାଚଳ ପ୍ରଦେଶ ପଠାଇ ଦେଇଥିଲା । ସ୍ୱାଧୀନ ପ୍ରାର୍ଥୀ ସତୀଶ ନାନ୍ଦଲଙ୍କୁ ବିଜେପିର ପରୋକ୍ଷ ସମର୍ଥନ ଥିବାରୁ କଂଗ୍ରେସର ଅଡ଼ୁଆ ବଢ଼ିଯାଇଛି । ସକାଳ ୯ଟାରୁ ଆରମ୍ଭ ହୋଇଥିବା ଏହି ମତଦାନ ସନ୍ଧ୍ୟା ୫ଟା ପର୍ୟ୍ୟନ୍ତ ଚାଲିବ । ଏହା ପରେ ତୁରନ୍ତ ଭୋଟ୍ ଗଣତି ହୋଇ ଆଜି ରାତି ସୁଦ୍ଧା ଫଳାଫଳ ପ୍ରକାଶ ପାଇବାର ସମ୍ଭାବନା ରହିଛି ।

  • Related Posts

    ଆଜିଠାରୁ PUCC ଯାଞ୍ଚ କଡ଼ାକଡ଼ି: ଧରାପଡ଼ିଲେ ଗଣିବେ ୧୦ ହଜାର ଟଙ୍କା ଜରିମାନା

    ଭୁବନେଶ୍ବର:ଆଜିଠାରୁ କଡ଼ାକଡ଼ି ହେବ PUCC ଯାଞ୍ଚ । ଧରାପଡ଼ିଲେ ଗଣିବେ ୧୦ ହଜାର ଟଙ୍କା ଜରିମାନା। ଆଜି ଠାରୁ ସାରା ରାଜ୍ୟରେ ପ୍ରଦୂଷଣ ପ୍ରମାଣପତ୍ର ଯାଞ୍ଚ ପ୍ରକ୍ରିୟାକୁ ଅଧିକ କଡ଼ାକଡ଼ି କରାଯାଇଛି। ପୂର୍ବରୁ ପ୍ରଦୂଷଣ ସାର୍ଟିଫିକେଟ ଯାଞ୍ଚ ଏପ୍ରିଲ ପହିଲା ଯାଏଁ…

    Continue reading
    ଜନତାଙ୍କ ଉପରେ ନପଡ଼ୁ ଯୁଦ୍ଧର ପ୍ରଭାବ: ପ୍ରଧାନମନ୍ତ୍ରୀ

    ମଧ୍ୟପ୍ରାଚ୍ୟ ଯୁଦ୍ଧ ସ୍ଥିତିରେ ଦେଶବାସୀଙ୍କୁ ସୁରକ୍ଷା ଦିଅ। ଅତ୍ୟାବଶ୍ୟକ ସାମଗ୍ରୀର ଯୋଗାଣ ନିରନ୍ତର ସହିତ ଦରଦାମ ସ୍ଥିର ରଖ। ସୁରକ୍ଷା ସଂପର୍କିତ କ୍ୟାବିନେଟ୍ କମିଟି ବା CCS ବୈଠକରେ ଏଭଳି ନିର୍ଦ୍ଦେଶ ଦେଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ମଧ୍ୟପ୍ରାଚ୍ୟ ଯୁଦ୍ଧ ସ୍ଥିତିକୁ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ‘ମନ୍ କି ବାତ୍’ କାର୍ଯ୍ୟକ୍ରମର ୧୩୨ତମ ପର୍ବରେ ସମ୍ବଲପୁରର ସୁଜାତା ଭୁୟାଁଙ୍କୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

    ସାଇବର ଅପରାଧରୁ ସୁରକ୍ଷା ସମ୍ପର୍କରେ ମହିଳା ଆୟୋଗଙ୍କ କର୍ମଶାଳା

    ଖରାଦିନର ଖାଦ୍ୟ

    ୧୪-୧୫ ବର୍ଷର କିଶୋରୀଙ୍କୁ ସର୍ଭିକାଲ୍‌ କ୍ୟାନ୍‌ସର ଟୀକା

    ହାତଗଣ୍ଠି ପରେ ଜଣାପଡ଼ିଲା ବର କିନ୍ନର

    ହାତଗଣ୍ଠି ପରେ ଜଣାପଡ଼ିଲା ବର କିନ୍ନର

    ଭାଲେଣ୍ଟାଇନ୍ ଦିବସ

    ଭାଲେଣ୍ଟାଇନ୍ ଦିବସ