ରାଣୀତାଲ ଲିଙ୍କ୍ କ୍ୟାବିନ ଭଦ୍ରକ ସେକ୍ସନ ମଧ୍ୟରେ ୪ର୍ଥ ରେଳ ଲାଇନ ନିର୍ମାଣ

ଭୁବନେଶ୍ବର : ଓଡ଼ିଶାରେ ରେଳ ଭିତ୍ତିଭୂମିକୁ ସୁଦୃଢ କରିବାକୁ ରେଳ ମନ୍ତ୍ରଣାଳୟ ପକ୍ଷରୁ ଆଉ ଏକ ବଡ଼ ପ୍ରୋତ୍ସାହନ ମିଳିଛି। ପୂର୍ବତଟ ରେଳପଥର ସୂଚନାନୁଯାୟୀ, ରାଣୀତାଲ ଲିଙ୍କ୍ କ୍ୟାବିନ ଏବଂ ଭଦ୍ରକ ମଧ୍ୟରେ ଚତୁର୍ଥ ରେଳ ଲାଇନ ନିର୍ମାଣ କରାଯିବ। ଏଥିପାଇଁ ୧୪୯.୩୨କୋଟି ଟଙ୍କା ବ୍ୟୟବରାଦ ହୋଇଛି। ଏହି ରେଳ ଲାଇନ ନିର୍ମାଣ ଦ୍ବାରା ବ୍ୟସ୍ତବହୁଳ ହାୱଡ଼ା-ଚେନ୍ନଇ ମାର୍ଗରେ ଭିଡ଼ କମିବ। ଦ୍ରୁତଗାମୀ ରେଳ ଚଳାଚଳ କରିବାରେ ନୂତନ ରେଳ ଲାଇନ ସହାୟକ ହେବ। ସେହିପରି ଧାମରା ଏବଂ ପାରାଦ୍ବୀପ ବନ୍ଦର ସହିତ ସଂଯୋଗୀକରଣରେ ବ୍ୟାପକ ଉନ୍ନତି ଆସିବ। ଯାତ୍ରୀଙ୍କ ରେଳ ଯାତ୍ରା ବିଳମ୍ବ ହ୍ରାସ କରିବା ନିମନ୍ତେ ଏହି ପ୍ରକଳ୍ପ ସହାୟକ ହୋଇପାରିବ। ରାଣୀତାଲ ଲିଙ୍କ୍ କ୍ୟାବିନ ଏବଂ ଭଦ୍ରକ ଷ୍ଟେସନ ୫.୬କି.ମି. ମଧ୍ୟରେ ଚତୁର୍ଥ ରେଳ ଲାଇନ ନିର୍ମାଣ କରାଯିବ। ଏହି ସେକ୍ସନରେ ପ୍ରବଳ ଭିଡ଼ ହେଉଛି, ଯାହା ପ୍ରାୟତଃ ରେଳଗୁଡ଼ିକ ଗତିରେ ବାଧା ସୃଷ୍ଟି କରୁଛି।

  • Related Posts

    ୫ ଜିଲ୍ଲାକୁ ଝଡ଼ବର୍ଷା ସତର୍କତା

    ଭୁବନେଶ୍ୱର: ଆଭ୍ୟନ୍ତରୀଣ ଓଡ଼ିଶାରେ ଗରମ, ଉପକୂଳରେ ଥଣ୍ଡା। ଗତ କିଛି ଦିନ ହେବ ରାଜ୍ୟରେ ଏଭଳି ତାପମାତ୍ରା ଦେଖିବାକୁ ମିଳିଛି। ରାଜ୍ୟକୁ ହଟ୍ ଆଣ୍ଡ ହିମ୍ୟୁଡିଟି ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ। ୩ ଦିନ ପାଇଁ ଗରମ ଗୁଳିଗୁଳି ନେଇ…

    Continue reading
    ନିଆଁରେ ଗୁରୁତର ଯୁକ୍ତ ୩ ଛାତ୍ରୀ ମୃତ

    ଆସିକା: ଶେଷରେ ଜୀବନ ହାରିଲେ କିରୋସିନି ଢାଳି ନିଆଁରେ ଗୁରୁତର ଯୁକ୍ତ ୩ ଛାତ୍ରୀ । ବ୍ରହ୍ମପୁର ଏମକେସିଜି ମେଡିକାଲ୍ ରେ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ହୋଇଛି ଗଞ୍ଜାମ ଜିଲ୍ଲା ଆସିକା ଭେଟନଇ ଗାଁର ଛାତ୍ରୀଙ୍କର । ଗତ ୨୮ ତାରିଖରେ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ‘ମନ୍ କି ବାତ୍’ କାର୍ଯ୍ୟକ୍ରମର ୧୩୨ତମ ପର୍ବରେ ସମ୍ବଲପୁରର ସୁଜାତା ଭୁୟାଁଙ୍କୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

    ସାଇବର ଅପରାଧରୁ ସୁରକ୍ଷା ସମ୍ପର୍କରେ ମହିଳା ଆୟୋଗଙ୍କ କର୍ମଶାଳା

    ଖରାଦିନର ଖାଦ୍ୟ

    ୧୪-୧୫ ବର୍ଷର କିଶୋରୀଙ୍କୁ ସର୍ଭିକାଲ୍‌ କ୍ୟାନ୍‌ସର ଟୀକା

    ହାତଗଣ୍ଠି ପରେ ଜଣାପଡ଼ିଲା ବର କିନ୍ନର

    ହାତଗଣ୍ଠି ପରେ ଜଣାପଡ଼ିଲା ବର କିନ୍ନର

    ଭାଲେଣ୍ଟାଇନ୍ ଦିବସ

    ଭାଲେଣ୍ଟାଇନ୍ ଦିବସ