ରାମ ଚରିତ ମାନସ ମନ୍ଦିର ଭୂମି ପୂଜନ ସମାରୋହରେ ମୁଖ୍ୟମନ୍ତ୍ରୀ

ପୁରୀ: ପୁରୀର ମଙ୍ଗଳାଘାଟ ଠାରେ ଆୟୋଜିତ ରାମ ଚରିତ ମାନସ ମନ୍ଦିର ଭୂମି ପୂଜନ ସମାରୋହରେ ଯୋଗଦେଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ଏହି ଭୂମି ପୂଜନ କାର୍ୟ୍ୟକ୍ରମରେ ପଦ୍ମବିଭୂଷଣ ଜଗତ ଗୁରୁ ରାମଭଦ୍ରାଚାର୍ୟ୍ୟ ମହାରାଜ ଅଧ୍ୟକ୍ଷତା କରି ଏହି ନୂତନ ମନ୍ଦିର ନିର୍ମାଣ ପାଇଁ ଭୂମି ପୂଜନ କରିଥିଲେ । ରାଘବ ପରିବାର ଟ୍ରଷ୍ଟ ପକ୍ଷରୁ ଏହି କାର୍ୟ୍ୟକ୍ରମ ଆୟୋଜନ କରାଯାଇଥିଲା ।

କାର୍ୟ୍ୟକ୍ରମରେ ଅଭିଭାଷଣ ରଖି ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ସଂସ୍କୃତି ଓ ସଂସ୍କାରଧର୍ମୀ କାର୍ୟ୍ୟ ଓ ଏହାର ବିକାଶ ପାଇଁ ରାଜ୍ୟ ସରକାର ପ୍ରତିଶ୍ରୁତିବଦ୍ଧ । ଏହି ପାଟଣା ଗ୍ରାମରେ ଭଗବାନ ଶ୍ରୀରାମ ଚରିତ ମାନସ ଭବ୍ୟ ମନ୍ଦିର ହେବା ଏକ ସୌଭାଗ୍ୟର ବିଷୟ ଏବଂ ଏହି ମନ୍ଦିର ନିର୍ମାଣ ନିମନ୍ତେ ଭୂମି ପୂଜନ କରିବାକୁ ଜଗତ ଗୁରୁ ରାମଭଦ୍ରାଚାର୍ୟ୍ୟ ଜୀ ମହାରାଜଙ୍କ ଆଗମନ ଆମ ପାଇଁ ଆଶୀର୍ବାଦ । ଏଠାରେ ରାମ ଚରିତ ମାନସ ମନ୍ଦିର ପ୍ରତିଷ୍ଠା ହିନ୍ଦୁ ପରମ୍ପରାର ଏକ ଅନନ୍ୟ ନିଦର୍ଶନ ।

ଆଗାମୀ ୧୦ ବର୍ଷ ଅର୍ଥାତ୍ ୨୦୩୬ ମସିହା ପର୍ୟ୍ୟନ୍ତ ଆମର ଭିଜନ ଡକୁମେଣ୍ଟ “୩୬ ପାଇଁ ୩୬” ପ୍ରସ୍ତୁତ ଅଛି ଏବଂ ସରକାର ସେଇ ଲକ୍ଷ୍ୟ ନେଇ କାର୍ୟ୍ୟ କରୁଛନ୍ତି । ପ୍ରଧାନମନ୍ତ୍ରୀଙ୍କର ସମାଜର ୪ଟି ବର୍ଗ- ଅନ୍ନଦାତା, ଗରିବ, ମହିଳା ଓ ଯୁବାଙ୍କ ବିକାଶକୁ ପ୍ରାଧାନ୍ୟ ଦେଇ ସମସ୍ତ ଯୋଜନାକୁ ଜନସାଧାରଣଙ୍କ ପାଇଁ ଉପଲବ୍ଧ କରୁଛୁ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ ।

ସେ ପୁଣି କହିଥିଲେ ଯେ, ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଆଶୀର୍ବାଦରେ ଆମ ସରକାର ୨୦୩୬ ସୁଦ୍ଧା ସମୃଦ୍ଧ ଓଡ଼ିଶା ଭାବରେ ଏବଂ ୨୦୪୭ରେ ପ୍ରଧାନମନ୍ତ୍ରୀଙ୍କ ସ୍ୱପ୍ନ ବିକଶିତ ଭାରତକୁ ସାକାର କରିବ । ରାଜ୍ୟରେ ସମସ୍ତ ଜନହିତକର ଯୋଜନା ଲୋକଙ୍କ ପର୍ୟ୍ୟନ୍ତ ପହଞ୍ଚୁଛି ଏବଂ ଓଡ଼ିଶା ବିକାଶର ଶିଖର ଛୁଇଁବ ।

ଭୂମି ପୂଜନ କାର୍ୟ୍ୟକ୍ରମ ଅବସରରେ ମୁଖ୍ୟମନ୍ତ୍ରୀ ସେହି ସ୍ଥାନରେ ଏକ ନିମ୍ବ ଗଛ ଲଗାଇଥିଲେ ଏବଂ ଭୂମି ପୂଜନ ଯଜ୍ଞରେ ନିର୍ମାଣ ପ୍ରସ୍ତରର ଶୁଭ ଦେଇଥିଲେ ।

ଏହି ଅବସରରେ ପୁରୀ ସାଂସଦ ସମ୍ବିତ ପାତ୍ର, ପିପିଲି ବିଧାୟକ ଆଶ୍ରିତ ପଟ୍ଟନାୟକ, ସତ୍ୟବାଦୀ ବିଧାୟକ ଓମ୍ ପ୍ରକାଶ ମିଶ୍ର, ବ୍ରହ୍ମଗିରି ବିଧାୟକ ଉପାସନା ମହାପାତ୍ର ପ୍ରମୁଖ ଉପସ୍ଥିତ ଥିଲେ ।

  • Related Posts

    ରାଜ୍ୟପାଳ- ମୁଖ୍ୟମନ୍ତ୍ରୀ ସାକ୍ଷାତ

    ଭୁବନେଶ୍ୱର: ରାଜ୍ୟପାଳଙ୍କୁ ସୌଜନ୍ୟମୂଳକ ସାକ୍ଷାତ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ଛାତ୍ର ସଂସଦ ନିର୍ବାଚନ ବେଳେ ରାଜ୍ୟପାଳଙ୍କୁ ଭେଟିଛନ୍ତି ମୁଖ୍ୟମନ୍ତ୍ରୀ । ପ୍ରାୟ ଅଧଘଣ୍ଟାରୁ ଅଧିକ ସମୟ ଧରି ଉଭୟଙ୍କ ମଧ୍ୟରେ ଆଲୋଚନା ହୋଇଛି । ନିକଟରେ ଦିଲ୍ଲୀରେ…

    Continue reading
    ପଣ୍ଡିତ ଗୋପବନ୍ଧୁଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କଲେ ମୁଖ୍ୟମନ୍ତ୍ରୀ

    ଭୁବନେଶ୍ୱର : ଆଜି ପୂଜ୍ୟ ପ୍ରଣାମ ପୁଣ୍ୟାତ୍ମା, ଲୋକସେବକ ମଣ୍ଡଳର ଉପସଭାପତି ତଥା ‘ସମାଜ’ ପ୍ରତିଷ୍ଠାତା ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସଙ୍କ ୧୪୯ ତମ ଜୟନ୍ତୀ। ଏହି ଅବସରରେ ରାଜ୍ୟରେ ବିଭିନ୍ନ ସ୍ଥାନରେ ଉତ୍କଳମଣିଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କାର୍ଯ୍ୟକ୍ରମ ଆୟୋଜିତ ହୋଇଛି।…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ଟାଟୁ ପାଇଁ ମା’କୁ ଫେରି ପାଇଲା ପୁଅ

    ଟାଟୁ ପାଇଁ ମା’କୁ ଫେରି ପାଇଲା ପୁଅ

    ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ବୟଫ୍ରେଣ୍ଡଠାରୁ କଣ ପାଇବାକୁ ଇଚ୍ଛାଥାଏ, ଆସନ୍ତୁ ଜାଣିବା

    ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ବୟଫ୍ରେଣ୍ଡଠାରୁ କଣ ପାଇବାକୁ ଇଚ୍ଛାଥାଏ, ଆସନ୍ତୁ ଜାଣିବା

    ବଢୁଛି ସ୍ୱାମୀ-ସ୍ତ୍ରୀ ଅଲଗା ଶୋଇବାର ଅଭ୍ୟାସ; ଏହା ଠିକ୍ ନା ଭୁଲ୍…

    ବଢୁଛି ସ୍ୱାମୀ-ସ୍ତ୍ରୀ ଅଲଗା ଶୋଇବାର ଅଭ୍ୟାସ; ଏହା ଠିକ୍ ନା ଭୁଲ୍…

    କନ୍ଦାଉଛି ପିଆଜ:କିଲେ ନେଲା ବେଳକୁ ଦୁଇ ଥର ଭାବିବାକୁ ପଡ଼ୁଛି

    କନ୍ଦାଉଛି ପିଆଜ:କିଲେ ନେଲା ବେଳକୁ ଦୁଇ ଥର ଭାବିବାକୁ ପଡ଼ୁଛି

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ, ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ,  ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ