ରାହୁଲ ମାରିଲେ ଶତକ

ପ୍ରାୟ ୯ ବର୍ଷ ଧରି ଚାଲିଥିବା ଅପେକ୍ଷାରେ ପୂର୍ଣ୍ଣଚ୍ଛେଦ ଟାଣିଛନ୍ତି ଭାରତୀୟ ଟେଷ୍ଟ କ୍ରିକେଟ ଟିମର ଓପନର କେଏଲ ରାହୁଲ। ୩୨୧୧ ଦିନ ପରେ କୌଣସି ଘରୋଇ ଟେଷ୍ଟରେ ରାହୁଲଙ୍କ ବ୍ୟାଟରୁ ବାହାରିଛି ଶତକ।ଅହମଦବାଦରେ ଚାଲିଥିବା ୱେଷ୍ଟଇଣ୍ଡିଜ ବିପକ୍ଷ ପ୍ରଥମ ଟେଷ୍ଟର ଦ୍ୱିତୀୟ ଦିନରେ ରାହୁଲ ଦମଦାର ଶତକ ହାସଲ କରିଛନ୍ତି। ୧୯୦ ବଲରେ ରାହୁଲ ଶତକ କରିବା ପରେ ଜୋମେଲ ୱାରିକାନଙ୍କ ବଲରେ ପ୍ୟାଭିଲିୟନ ଫେରିଛନ୍ତି। ଦ୍ୱିତୀୟ ଦିନର ପ୍ରଥମ ସେସନରେ ରାହୁଲ ଶତକ ମାରି ନିଜ ଦକ୍ଷତାର ପରିଚୟ ଦେଇଛନ୍ତି।

୩୨୧୧ ଦିନ ପରେ ଶତକ ମରୁଡ଼ିରେ ପୂର୍ଣ୍ଣଚ୍ଛେଦ ଟାଣିଥିବା ୩୨ ବର୍ଷୀୟ ରାହୁଲ ଆଜି ବେଶ ନିଆର ଢଙ୍ଗରେ ନିଜର ସେଲିବ୍ରେସନ କରିଛନ୍ତି। ଶତକ ମାରିବା ପରେ ସେ ହେଲମେଟ ଖୋଲି ବ୍ୟାଟକୁ ଡ୍ରେସିଂ ରୁମ ଆଡ଼କୁ ଦେଖାଇଥିଲେ। ଏହାପରେ ନିଜ ବାମ ହାତର ଦୁଇଟି ଆଙ୍ଗୁଠି ପାଟି ପୂରାଇ ସେ ନିଜ ଶତକକୁ ସେଲିବ୍ରେଟ କରିଛନ୍ତି।ସମ୍ଭବତଃ ସେ ନିଜର ଛୋଟ ଝିଅ ଇଭାରାଙ୍କ ଉଦ୍ଦେଶ୍ୟରେ ଏପରି କରିଥିବା କୁହାଯାଉଛି। ଏହି ନିଆରେ ସେଲିବ୍ରେସନର ଭିଡିଓ ଓ ଫଟୋ ମଧ୍ୟ ବେଶ ଭାଇରାଲ ହେବାରେ ଲାଗିଛି।

ରାହୁଲଙ୍କ ଶତକକୁ ମୁଖ୍ୟ କୋଚ ଗୌତମ ଗମ୍ଭୀର, ଅନ୍ୟ ସପୋର୍ଟ ଷ୍ଟାଫ ଓ ଅନ୍ୟ ଖେଳାଳିମାନେ ମଧ୍ୟ ତାଳି ମାରି ସ୍ୱାଗତ କରିଛନ୍ତି। ଷ୍ଟାଡିୟମରେ ଯଦିଓ ଦର୍ଶକଙ୍କ ସଂଖ୍ୟା କମ ରହିଛି, କିନ୍ତୁ ଶତକ ପରେ ରାହୁଲ ରାହୁଲ ନାରା ଶୁଣିବାକୁ ମିଳିଛି।

ଶୁକ୍ରବାର ପୂର୍ବରୁ ଘରୋଇ ମାଟିରେ ରାହୁଲ ଶେଷଥର ପାଇଁ ଇଂଲଣ୍ଡ ବିପକ୍ଷ ୨୦୧୬ ଟେଷ୍ଟରେ ଶତକ ହାସଲ କରିଥିଲେ। ଏହି ମ୍ୟାଚ୍‌ରେ କରୁଣ ନାଏରଙ୍କ ପ୍ରସିଦ୍ଧ ୩୦୦ ରନର ଇନିଂସ ଦେଖିବାକୁ ମିଳିଥିଲା। ଏହାପରେ ରାହୁଲ ଘରୋଇ ମାଟିରେ ଆଉ କୌଣସି ଶତକ ହାସଲ କରିପାରି ନଥିଲେ।

  • Related Posts

    ଲକ୍ଷ୍ନୌକୁ ୬ ଓ୍ବିକେଟରେ ହରାଇଲା ଦିଲ୍ଲୀ

    ଲକ୍ଷ୍ନୌ:ଆଇପିଏଲ୍ ୨୦୨୬ ର ପଞ୍ଚମ ଲିଗ୍ ମ୍ୟାଚ୍ ରେ, ଦିଲ୍ଲୀ କ୍ୟାପିଟାଲ୍ସ ଲକ୍ଷ୍ନୌ ସୁପରଜାଏଣ୍ଟସ୍ କୁ ୬ ୱିକେଟରେ ପରାସ୍ତ କରିଛି। ସମୀର ରିଜଭି ଏବଂ ଟ୍ରିଷ୍ଟନ୍ ଷ୍ଟବ୍ସ ଦଳକୁ ବିଜୟୀ କରିବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲେ। ଏହି ଯୋଡ଼ି…

    Continue reading
    ଆଇପିଏଲ: ଆଜି ଦିଲ୍ଲୀ-ଲକ୍ଷ୍ନୌ ମୁହାଁମୁହିଁ

    ଆଜି ଆଇପିଏଲ ୨୦୨୬ର ପଞ୍ଚମ ମ୍ୟାଚ ଖେଳାଯିବ । ରିଷଭ ପନ୍ତଙ୍କ ନେତୃତ୍ୱରେ ଲକ୍ଷ୍ନୌ ଦଳ ଘରୋଇ ଗ୍ରାଉଣ୍ଡ୍‌ରେ ଦିଲ୍ଲୀକୁ ଭେଟିବ । ଉଭୟ ଦଳ ବିଜୟ ସହ ଅଭିଯାନ ଆରମ୍ଭ କରିବାକୁ ଲକ୍ଷ୍ୟ ରଖିଥିବାରୁ ଆଜି ଏକ ସଂଘର୍ଷପୂର୍ଣ୍ଣ ମୁକାବିଲା…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ‘ମନ୍ କି ବାତ୍’ କାର୍ଯ୍ୟକ୍ରମର ୧୩୨ତମ ପର୍ବରେ ସମ୍ବଲପୁରର ସୁଜାତା ଭୁୟାଁଙ୍କୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

    ସାଇବର ଅପରାଧରୁ ସୁରକ୍ଷା ସମ୍ପର୍କରେ ମହିଳା ଆୟୋଗଙ୍କ କର୍ମଶାଳା

    ଖରାଦିନର ଖାଦ୍ୟ

    ୧୪-୧୫ ବର୍ଷର କିଶୋରୀଙ୍କୁ ସର୍ଭିକାଲ୍‌ କ୍ୟାନ୍‌ସର ଟୀକା

    ହାତଗଣ୍ଠି ପରେ ଜଣାପଡ଼ିଲା ବର କିନ୍ନର

    ହାତଗଣ୍ଠି ପରେ ଜଣାପଡ଼ିଲା ବର କିନ୍ନର

    ଭାଲେଣ୍ଟାଇନ୍ ଦିବସ

    ଭାଲେଣ୍ଟାଇନ୍ ଦିବସ