ରୋଗର ଦୂର କରିବା ପାଇଁ ହଳଦୀ ତେଲ,ମାଲିଶ ଦ୍ୱାରା ମିଳିଥାଏ ଲାଭ

ଆୟୁର୍ବେଦରେ ହଳଦୀକୁ ଅନେକ ରୋଗର ସମସ୍ୟାକୁ ଦୂର କରିବା ପାଇଁ ବ୍ୟବହାର କରାଯାଏ । ଭିଟାମିନ୍ ଈ୬ ସହ ଏଣ୍ଟି ଆଲର୍ଜିକ, ଏଣ୍ଟି ଇନଫ୍ଲେମେଟୋରୀ, ଏଣ୍ଟି ମାଇକ୍ରୋବିଆଲ, ଏଣ୍ଟି ବ୍ୟାକ୍ଟେରିଆର, ଏଣ୍ଟି ଫଙ୍ଗାଲ ଏବଂ ଅନ୍ୟାନ୍ୟ ଔଷଧୀୟ ଗୁଣରେ ଭରପୁର ହଳଦୀ । ହଳଦୀ କ୍ଷତକୁ ଶୀଘ୍ର ଠିକ୍ କରିବାରେ ସହାୟକ ହୋଇଥାଏ ।

ହଳଦୀ କେବଳ ଖାଦ୍ୟର ସ୍ୱାଦ ବୃଦ୍ଧି କରିନଥାଏ ବରଂ ଶରୀରରେ ରୋଗପ୍ରତିରୋଧକ ଶକ୍ତି ମଧ୍ୟ ବୃଦ୍ଧି ହୋଇଥାଏ । ତେବେ ଅନେକାଂଶରେ ହଳଦୀ ତେଲ ମଧ୍ୟ ଲାଭଦାୟକ ଅଟେ । ଏହା ଯନ୍ତ୍ରଣାରୁ ଉପସମ ଦେବାରେ ବେଶ ପ୍ରଭାବି । ନିୟମିତ ହଳଦୀ ତେଲରେ ମାଲିଶ କରିବା ଦ୍ୱାରା ରକ୍ତ ସଂଚାଳନ ଠିକ୍ ରହିଥାଏ । ଏହା ରକ୍ତ ଜମାଟ ବାନ୍ଧିବାକୁ ଦିଏ ନାହିଁ । ଫୁଲା କିମ୍ବା ବିନ୍ଧା ଥିବା ସ୍ଥାନରେ ହଳଦୀ ତେଲ ମାଲିଶ କଲେ ଫୁଲା କମିଥାଏ । ହଳଦୀ ତେଲ ମାଂସପେଶୀ ଯନ୍ତ୍ରଣା ପାଇଁ ଉତ୍ତମ । ନିୟମିତ ପ୍ରଭାବିତ ସ୍ଥାନରେ ହଳଦୀ ତେଲ ମାଲିଶ କରିବା ଦ୍ୱାରା ଯନ୍ତ୍ରଣାରୁ ଉପସମ ମିଳିଥାଏ ।

ହଳଦୀ ତେଲରେ ଥିବା ଏଣ୍ଟି ଆଲର୍ଜିକ ଗୁଣ ରୂପି ସମସ୍ୟାରୁ ଉପସମ ଦେଇଥାଏ । ରାତିରେ ଶୋଇବା ପୂର୍ବରୁ ନଡ଼ିଆ ଏବଂ ହଳଦୀ ତେଲର ଏକ ମିଶ୍ରଣ ପ୍ରସ୍ତୁତ କରି ଉଷୁମ କରନ୍ତୁ । ରାତିରେ ଶୋଇବା ପୂର୍ବରୁ କେଶ ମୂଳରେ ଭଲରେ ମାଲିଶ କରନ୍ତୁ । ସକାଳେ କେଶ ଧୋଇ ଦିଅନ୍ତୁ ।

ଫଟା ପାଦରେ ହଳଦୀ ତେଲ ଲଗାଇଲେ ଆରାମ ମିଳିଥାଏ । ଏଥିପାଇଁ ୨ ବଡ଼ ଚାମଚ ନଡ଼ିଆ ତେଲରେ କିଛି ବୁନ୍ଦା ହଳଦୀ ତେଲେ ମିଶାଇ ହାଲୁକା ଗରମ କରନ୍ତୁ । ରାତିରେ ଶୋଇବା ପୂର୍ବରୁ ନିୟମିତ ଏହି ମିଶ୍ରଣକୁ ଫଟା ପାଦରେ ଲଗାନ୍ତୁ । ଦେଖିବେ କିଛି ଦିନରେ ଫରକ ଜାଣି ପାରିବେ ।

Related Posts

‘ମନ୍ କି ବାତ୍’ କାର୍ଯ୍ୟକ୍ରମର ୧୩୨ତମ ପର୍ବରେ ସମ୍ବଲପୁରର ସୁଜାତା ଭୁୟାଁଙ୍କୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

ସମ୍ବଲପୁର: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତାଙ୍କର ସାମ୍ପ୍ରତିକ ‘ମନ୍ କି ବାତ୍’ କାର୍ଯ୍ୟକ୍ରମର ୧୩୨ତମ ଅଧ୍ୟାୟରେ ଓଡ଼ିଶାର ସମ୍ବଲପୁରର ସୁଜାତା ଭୁୟାଁଙ୍କୁ ବିଶେଷ ଭାବେ ପ୍ରଶଂସା କରିଛନ୍ତି। ଜଣେ ସାଧାରଣ ଗୃହିଣୀ ରୂପରେ ଜୀବନ ଆରମ୍ଭ କରିଥିବା ସୁଜାତା ପରିବାରକୁ ଅଧିକ…

Continue reading
ସାଇବର ଅପରାଧରୁ ସୁରକ୍ଷା ସମ୍ପର୍କରେ ମହିଳା ଆୟୋଗଙ୍କ କର୍ମଶାଳା

ଭୁବନେଶ୍ଵର, ୨୪/୦୩/୨୦୨୬: ଆଜି ପୂର୍ବାହ୍ନ ଭୁବନେଶ୍ୱର ଲକ୍ଷ୍ମୀସାଗର ସ୍ଥିତ ମହିଳା ଓ ଶିଶୁ ପ୍ରତିଷ୍ଠାନ ସମ୍ମିଳିନୀ କକ୍ଷରେ ଓଡ଼ିଶା ରାଜ୍ୟ ମହିଳା ଆୟୋଗ ଆନୁକୁଲ୍ୟରେ ସାଇବର ଅପରାଧରୁ ମହିଳା ମାନଙ୍କ ସୁରକ୍ଷା ସମ୍ପର୍କିତ ଏକ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି । ଓଡ଼ିଶା…

Continue reading

Leave a Reply

Your email address will not be published. Required fields are marked *

You Missed

‘ମନ୍ କି ବାତ୍’ କାର୍ଯ୍ୟକ୍ରମର ୧୩୨ତମ ପର୍ବରେ ସମ୍ବଲପୁରର ସୁଜାତା ଭୁୟାଁଙ୍କୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

ସାଇବର ଅପରାଧରୁ ସୁରକ୍ଷା ସମ୍ପର୍କରେ ମହିଳା ଆୟୋଗଙ୍କ କର୍ମଶାଳା

ଖରାଦିନର ଖାଦ୍ୟ

୧୪-୧୫ ବର୍ଷର କିଶୋରୀଙ୍କୁ ସର୍ଭିକାଲ୍‌ କ୍ୟାନ୍‌ସର ଟୀକା

ହାତଗଣ୍ଠି ପରେ ଜଣାପଡ଼ିଲା ବର କିନ୍ନର

ହାତଗଣ୍ଠି ପରେ ଜଣାପଡ଼ିଲା ବର କିନ୍ନର

ଭାଲେଣ୍ଟାଇନ୍ ଦିବସ

ଭାଲେଣ୍ଟାଇନ୍ ଦିବସ