ଶରୀର ପାଇଁ କାଜୁ କେତେ ଉପକାରୀ!

କାଜୁ ସ୍ୱାସ୍ଥ୍ୟ ପାଇଁ ବେଶ ଉପକାରୀ ହୋଇଥାଏ। କାଜୁ ଖାଇବାକୁ ସମସ୍ତେ ବହୁତ ଭଲ ପାଆନ୍ତି। କେବଳ ଖାଇବା ପାଇଁ କାଜୁ ଭଲ ଲାଗେ ଏହା ନୁହେଁ, କାଜୁରେ ବିଭିନ୍ନ ପ୍ରକାରର ଜୈବିକ ଉପାଦାନ ମାନ ରହିଛି ଯାହା ସ୍ୱାସ୍ଥ୍ୟ ପାଇଁ ବହୁତ ଉପକାରୀ ହୋଇଥାଏ । ଯେକୌଣସି ଖାଦ୍ୟ ସାମଗ୍ରୀରେ ମସଲା ଭାବେ ହେଉ କିମ୍ବା ଖାଦ୍ୟ ଉପରେ ସଜାଇବା ନିମନ୍ତେ ହେଉ ଏହାର ବ୍ୟବହାର ହୋଇଥାଏ। ବିଭିନ୍ନ ପ୍ରକାରର ପିଠା, ମିଠା ଓ ଖିରି ପ୍ରସ୍ତୁତିରେ ଆମେ କାଜୁ ବ୍ୟବହାର କରିଥାଉ। ଏହାଛଡା ସାଧାରଣ ଭାବରେ କେବଳ କାଜୁ ଜୁସ୍ ବା ଶେକ ମଧ୍ୟ ସେବନ କରାଯାଏ। କାଜୁରେ ପ୍ରଚୁର ମାତ୍ରାରେ ମାଗ୍ନେସିୟମ୍, ପୋଟାସିୟମ୍, ଭିଟାମିନ (ଇ), ମାଙ୍ଗାନିଜ, ଆଇରନ, ସେଲେନିୟମ୍,ଜିଙ୍କ, ମିନେରାଲ୍ସ ରହିଥାଏ। ଏହାର ଆଣ୍ଟିଅକ୍ସିଡ଼ାଣ୍ଟ ଗୁଣ ଶରୀରକୁ ଅନେକ ରୋଗରୁ ରକ୍ଷା କରିଥାଏ। ଆଜିକାଲି ପିଲାଠାରୁ ଆରମ୍ଭ କରି ବୟସ୍କ ବ୍ୟକ୍ତିଙ୍କର ବିଭିନ୍ନ କାରଣରୁ ଦାନ୍ତ ଜନିତ ସମସ୍ୟା ଦେଖାଯାଉଛି। ଦାନ୍ତ ପାଇଁ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ପୋଷକ ତତ୍ତ୍ୱ ହେଉଛି କ୍ୟାଲ୍‌ସିୟମ୍ ଯାହା କାଜୁରେ ଭରପୁର ମାତ୍ରାରେ ରହିଛି । ପ୍ରତିଦିନ ସକାଳୁ ଉଠି କାଜୁ ଖାଇଲେ ଦାନ୍ତକୁ ପର୍ଯ୍ୟାପ୍ତ ପରିମାଣରେ କ୍ୟାଲସିୟମ୍ ମିଳିବା ସହିତ ବିଭିନ୍ନ ରୋଗରୁ ଦୂରେଇ ରଖିବାରେ ଯାହାଯ୍ୟ କରିଥାଏ।ଗୋଡ଼ ହାତ ଯନ୍ତ୍ରଣା ହେଉ କିମ୍ବା ଆକସ୍ମିକ ଫୁଲିବା ହେଉ, କାଜୁ ଖାଇବା ଦ୍ୱାରା ଏହି ସବୁ ରୋଗରୁ ଉପଶମ ମିଳିଥାଏ। ତେବେ ଆସନ୍ତୁ ଜାଣିବା ସ୍ୱାସ୍ଥ୍ୟ ପାଇଁ କେତେ ଉପକାରୀ ହୋଇଥାଏ କାଜୁ ।
ମସ୍ତିଷ୍କର କାର୍ଯ୍ୟ କରିବା କ୍ଷମତା ବୃଦ୍ଧି କରିଥାଏ:-କାଜୁ ମସ୍ତିଷ୍କର କାର୍ଯ୍ୟ କରିବା କ୍ଷମତା ବୃଦ୍ଧି କରିବା ସହ ସ୍ମରଣଶକ୍ତି ବୃଦ୍ଧି କରିବାରେ ସାହାଯ୍ୟ କରିଥାଏ। କେମୋଥେରାପୀ ଦ୍ୱାରା ଶରୀରରେ ପ୍ରତିକୂଳ ପ୍ରଭାବ ପଡି଼ଥାଏ। ଏହାକୁ “କେମୋବ୍ରେନ୍” କୁହାଯାଏ। ଏହାଦ୍ୱାରା ମସ୍ତିଷ୍କ ଦୁର୍ବଳ ହୋଇପଡେ। ଏକ ଅଧ୍ୟୟନରୁ ଜଣାପଡିଛି ଯେ, ମସ୍ତିଷ୍କର କାର୍ଯ୍ୟ ସହ ଜଡିତ ନ୍ୟୁରୋକେମିକାଲ୍ସ ଉପରେ କାଜୁ ଉତ୍ତମ ପ୍ରଭାବ ପକାଇଥାଏ। ସିସପ୍ଲାଟିନ୍ ଦ୍ୱାରା ହୋଇଥିବା ନ୍ୟୁରୋଟକ୍ସାଇସିଟି ନିୟନ୍ତ୍ରଣ କରିବା ପାଇଁ କାଜୁକୁ ଏକ ଉତ୍କୃଷ୍ଟ ଖାଦ୍ୟ ଭାବରେ ବ୍ୟବହାର କରାଯାଇପାରିବ।

ହୃତପିଣ୍ଡର ସୁରକ୍ଷା ପାଇଁ କାଜୁର ବ୍ୟବହାର:- ହୃତପିଣ୍ଡର ବିଭିନ୍ନ ସ୍ୱାସ୍ଥ୍ୟ ଜନିତ ସମସ୍ୟା ଦୂରକରିବାରେ କାଜୁ ବେଶ୍ ଲାଭକାରୀ ଅଟେ। ଅଧ୍ୟୟନରୁ ଜଣାପଡିଛି ଯେ, କାଜୁ ଖାଇବା ଦ୍ୱାରା ଟ୍ରାଇଗ୍ଲେସିରାଇଡ୍ ସ୍ତର ସହ ସିଷ୍ଟୋଲିକ୍ ଓ ଡାଇଷ୍ଟୋଲିକ୍ ରକ୍ତଚାପରୁ ରକ୍ଷା ମିଳିପାରିବ। ତେବେ କାଜୁ ଖାଇବା ଦ୍ୱାରା ଟ୍ରାଇଗ୍ଲେସିରାଇଡ୍ ଓ ରକ୍ତଚାପର ସ୍ତର ସ୍ୱଭାବିକ ହୋଇପାରେ।

କର୍କଟ ରୋଗରୁ ଉପଶମ:- କାଜୁର ସେବନ କରିବା ଦ୍ୱାରା କର୍କଟ ଭଳି ମାରାତ୍ମକ ରୋଗ ଶରୀରଠାରୁ ଦୂରେଇ ରହିଥାଏ। କାଜୁରେ ପ୍ରୋଣ୍ଟୋସିୟାନିଡିନ ପ୍ରଚୁର ମାତ୍ରାରେ ଥାଏ। ଏହା ଏକ ଫ୍ଲାଭୋନୋଲ୍ ଅଟେ ଯାହା କି, କ୍ୟାନ୍ସର କୋଷ ଗୁଡିକର ରେପ୍ଲିକେସନ ହୋଇଥାଏ। ଏହାସହ କାଜୁରେ ଥିବା କପର ଓ ଅନ୍ୟାନ୍ୟ ଖଣିଜ ପଦାର୍ଥ କୋଲୋନ୍ କର୍କଟ ହେବାର ଆଶଙ୍କା ହ୍ରାସ କରିବାରେ ସାହାଯ୍ୟ କରିଥାଏ। ଏଥିରୁ ଏହା ସ୍ପଷ୍ଟ ଯେ କାଜୁ ଖାଇବା ଦ୍ୱାରା ବିଭିନ୍ନ ପ୍ରକାରର କର୍କଟ ରୋଗରୁ ମୁକ୍ତି ମିଳି ପାରିବ।

ଶରୀରରେ ହିମୋଗ୍ଲାବିନ୍ ତିଆରି କରିଥାଏ:- ହେମୋଗ୍ଲୋବିନ୍ ଏକ ପ୍ରୋଟିନ୍ ଅଟେ ଯାହା ଲୋହିତ ରକ୍ତକଣିକାକୁ ଅମ୍ଳଜାନ ବହନ କରିବାକୁ ସକ୍ଷମ କରିଥାଏ। ଶରୀରରେ ହିମୋଗ୍ଲୋବିନ୍ ଗଠନ ପାଇଁ ଲୌହ, ତମ୍ବା ତଥା ଅତ୍ୟାବଶ୍ୟକ ମାଇକ୍ରୋ ନ୍ୟୁଟ୍ରିଏଣ୍ଟ୍‌ସ ଦରକାର ହୋଇଥାଏ। କାଜୁରେ ପ୍ରଚୁର ପରିମାଣରେ ଆଇରନ୍‌ ଓ କପର୍ ଥାଏ। ତେଣୁ ହିମୋଗ୍ଲୋବିନ ଗଠନ କରିବାରେ କାଜୁ ଏକ ଉତ୍ତମ ଉପାଦାନ ଭାବେ କାର୍ଯ୍ୟ କରିଥାଏ । ଏହା ସହିତ କାଜୁ ଖାଇବା ଦ୍ୱାରା ରକ୍ତ ସମ୍ପର୍କିତ ସମସ୍ତ ପ୍ରକାରର ରୋଗ ନିୟନ୍ତ୍ରଣ କରାଯାଇପାରିବ।

ହାଡକୁ ସୁସ୍ଥ ଓ ମଜବୁତ ରଖିଥାଏ:- ହାଡ଼ ପାଇଁ କାଜୁ ବହୁତ ଉପକାରୀ । ଏଥିରେ ହାଡ଼କୁ ମଜବୁତ କରିବା ପାଇଁ ଆବଶ୍ୟକ ପୋଷକ ତତ୍ତ୍ୱ ରହିଥାଏ। କାଜୁରେ ଭରପୁର ମାତ୍ରାରେ ମାଗ୍ନେସିୟମ୍ ରହିଛି। କ୍ୟାଲସିୟମ୍ ଭଳି ମାଗ୍ନେସିୟମ୍ ମଧ୍ୟ ହାଡ଼କୁ ମଜବୁତ ରଖିବାରେ ସାହାଯ୍ୟ କରିଥାଏ । ଏହା ହାଡକୁ ସୁସ୍ଥ ରଖେ ତେଣୁ ଆବାଳ ବୃଦ୍ଧ ବନିତା କାଜୁ ଖାଇବା ଉଚିତ୍। ବିଶେଷ କରି ବାର୍ଦ୍ଧକ୍ୟ ସମୟରେ ହାଡ଼ ଦୁର୍ବଳ ହୋଇଯାଏ। ତେଣୁ ଖାସ କରି ଏହି ସମୟରେ ନିୟମିତ କାଜୁ ଖାଇଲେ ଉପଯୁକ୍ତ ଫଳ ମିଳିପାରିବ।

  • Related Posts

    ‘ମନ୍ କି ବାତ୍’ କାର୍ଯ୍ୟକ୍ରମର ୧୩୨ତମ ପର୍ବରେ ସମ୍ବଲପୁରର ସୁଜାତା ଭୁୟାଁଙ୍କୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

    ସମ୍ବଲପୁର: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତାଙ୍କର ସାମ୍ପ୍ରତିକ ‘ମନ୍ କି ବାତ୍’ କାର୍ଯ୍ୟକ୍ରମର ୧୩୨ତମ ଅଧ୍ୟାୟରେ ଓଡ଼ିଶାର ସମ୍ବଲପୁରର ସୁଜାତା ଭୁୟାଁଙ୍କୁ ବିଶେଷ ଭାବେ ପ୍ରଶଂସା କରିଛନ୍ତି। ଜଣେ ସାଧାରଣ ଗୃହିଣୀ ରୂପରେ ଜୀବନ ଆରମ୍ଭ କରିଥିବା ସୁଜାତା ପରିବାରକୁ ଅଧିକ…

    Continue reading
    ସାଇବର ଅପରାଧରୁ ସୁରକ୍ଷା ସମ୍ପର୍କରେ ମହିଳା ଆୟୋଗଙ୍କ କର୍ମଶାଳା

    ଭୁବନେଶ୍ଵର, ୨୪/୦୩/୨୦୨୬: ଆଜି ପୂର୍ବାହ୍ନ ଭୁବନେଶ୍ୱର ଲକ୍ଷ୍ମୀସାଗର ସ୍ଥିତ ମହିଳା ଓ ଶିଶୁ ପ୍ରତିଷ୍ଠାନ ସମ୍ମିଳିନୀ କକ୍ଷରେ ଓଡ଼ିଶା ରାଜ୍ୟ ମହିଳା ଆୟୋଗ ଆନୁକୁଲ୍ୟରେ ସାଇବର ଅପରାଧରୁ ମହିଳା ମାନଙ୍କ ସୁରକ୍ଷା ସମ୍ପର୍କିତ ଏକ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି । ଓଡ଼ିଶା…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ‘ମନ୍ କି ବାତ୍’ କାର୍ଯ୍ୟକ୍ରମର ୧୩୨ତମ ପର୍ବରେ ସମ୍ବଲପୁରର ସୁଜାତା ଭୁୟାଁଙ୍କୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

    ସାଇବର ଅପରାଧରୁ ସୁରକ୍ଷା ସମ୍ପର୍କରେ ମହିଳା ଆୟୋଗଙ୍କ କର୍ମଶାଳା

    ଖରାଦିନର ଖାଦ୍ୟ

    ୧୪-୧୫ ବର୍ଷର କିଶୋରୀଙ୍କୁ ସର୍ଭିକାଲ୍‌ କ୍ୟାନ୍‌ସର ଟୀକା

    ହାତଗଣ୍ଠି ପରେ ଜଣାପଡ଼ିଲା ବର କିନ୍ନର

    ହାତଗଣ୍ଠି ପରେ ଜଣାପଡ଼ିଲା ବର କିନ୍ନର

    ଭାଲେଣ୍ଟାଇନ୍ ଦିବସ

    ଭାଲେଣ୍ଟାଇନ୍ ଦିବସ