ଶସ୍ତା ହେବ କ୍ୟାନସର ଔଷଧ

ନୂଆଦିଲ୍ଲୀ : କ୍ୟାନସର ରୋଗୀଙ୍କୁ ମହଙ୍ଗା ଔଷଧରୁ ଆଶ୍ୱସ୍ତି ଦେବାକୁ କେନ୍ଦ୍ର ସରକାର ବଡ଼ ପଦକ୍ଷେପ ଗ୍ରହଣ କରିଛନ୍ତି । ସମସ୍ତ ନନ୍-ସିଡ୍ୟୁଲ୍ଡ (ଅଣ-ଅନୁସୂଚିତ) କ୍ୟାନସର ଔଷଧ ଉପରେ ବ୍ୟବସାୟିକ ଲାଭ (ଟ୍ରେଡ ମାର୍ଜିନ୍ ) ୩୦% ଭିତରେ ସୀମିତ ରଖିବାକୁ ସରକାର ନିଷ୍ପତ୍ତି ନେଇଛନ୍ତି । ଫଳରେ କିଛି କ୍ୟାନ୍ସର ଔଷଧର ମୂଲ୍ୟ ୭୦ ପ୍ରତିଶତ ପର୍ଯ୍ୟନ୍ତ ଶସ୍ତା ହେବ । ଚଳିତମାସ ଶେଷବେଳକୁ ଏହା ଲାଗୁ ହେବ । ସରକାରଙ୍କ ଏଭଳି ପଦକ୍ଷେପ ଯୋଗୁ କ୍ୟାନ୍ସରର ସେହିସବୁ ଔଷଧ ଉପରେ ପଡିବ ଯାହାର ମୂଲ୍ୟକୁ ନେଇ ପ୍ରସ୍ତୁତକର୍ତ୍ତାଙ୍କ ଠାରୁ ଆରମ୍ଭ କରି ବିତରକ ଓ ଖୁଚୁରା ବିକ୍ରେତାଙ୍କ ପର୍ଯ୍ୟନ୍ତ ଭିନ୍ନ ଭିନ୍ନ ସ୍ତରରେ ବଡ଼ ଲାଭ ଦେଖିବାକୁ ମିଳିଥାଏ ।
ସରକାରଙ୍କ ଏହି ନିଷ୍ପତ୍ତି କୌଣସି ଗୋଟିଏ କ୍ୟାନ୍ସର ଔଷଧ ଉପରେ ସୀମିତ ରହିବ ନାହିଁ । ଅନେକ ବ୍ରାଣ୍ଡେଡ ଓ ଜେନେରିକ, ଅନୁସୂଚିତ ଓ ଅଣ-ଅନୁସୂଚିତ ଏବଂ ପ୍ୟାଟେଣ୍ଟ ଓ ଅଣପ୍ୟାଟେଣ୍ଟଯୁକ୍ତ କ୍ୟାନସର ନିରୋଧୀ ଔଷଧ ଏହାର ପରିସରକୁ ଆସିବ । ସେହିଭଳି ଭାରତରେ ପ୍ରସ୍ତୁତ ଔଷଧ ସହିତ ବିଦେଶରୁ ଆସୁଥିବା ଔଷଧ ମଧ୍ୟ ଏହାର ପରିସରକୁ ଆସିବ ।
ସରକାରଙ୍କ କହିବାନୁଯାୟୀ ଔଷଧର ବିକ୍ରି ଓ ବିତରଣ ସମୟରେ ହେଉଥିବା ଅତ୍ୟଧିକ ମୂଲ୍ୟବୃଦ୍ଧିକୁ ହ୍ରାସ କରିବା ଲାଗି ଏହି ନିଷ୍ପତ୍ତି ନିଆଯାଇଛି । ଏଥିସହ ଔଷଧର ମୂଲ୍ୟ ହ୍ରାସ କରାଯିବା ଫଳରେ କ୍ୟାନ୍ସର ଭଳି ଜୀବନ ରକ୍ଷାକାରୀ ଔଷଧ ବଜାରରେ ପର୍ଯ୍ୟାପ୍ତ ମାତ୍ରାରେ ଉପଲବ୍ଧ ରଖିବାକୁ ସୁନିଶ୍ଚିତ କରାଯାଇପାରିବ । ମିଳିଥିବା ସୂଚନା ଅନୁସାରେ ୩୫ଟି ପ୍ୟାଟେଣ୍ଟ ଔଷଧ ସମେତ ମୋଟ ୧୧୦ଟି କ୍ୟାନସର ନିରୋଧୀ ଔଷଧ ଶସ୍ତା ହେବ । ଜଣେ ଅଧିକାରୀଙ୍କ କହିବାନୁଯାୟୀ ସରକାରଙ୍କ ଏଭଳି ନିଷ୍ପତ୍ତି ଫଳରେ କ୍ୟାନସର ରୋଗୀମାନଙ୍କର ବର୍ଷକୁ ପ୍ରାୟ ୨,୫୦୦ କୋଟି ଟଙ୍କା ସଞ୍ଚୟ ହୋଇପାରିବ । ଯେଉଁମାନେ ଦୀର୍ଘ ସମୟ ଧରି ଅଧିକ ମୂଲ୍ୟର ଔଷଧ ବ୍ୟବହାର କରୁଛନ୍ତି ସେମାନେ ବିଶେଷ ଭାବେ ଉପକୃତ ହୋଇପାରିବେ । ଅଧିକାଂଶ କ୍ଷେତ୍ରରେ କ୍ୟାନ୍ସର ଚିକିତ୍ସା ବହୁଦିନ ଧରି ଚାଲେ । ସେଥିରେ ସର୍ଜରୀ, କେମୋଥେରାପି, ରେଡିଏସନ ଓ ଔଷଧ ଖର୍ଚ୍ଚକୁ ମିଶାଇଲେ ଏକ ବଡ଼ ଆର୍ଥିକ ବୋଝ ପରିବାର ଉପରେ ପଡିଥାଏ ।ତେବେ କ୍ୟାନ୍ସର ଔଷଧ ଉପରେ ଲାଭ ସୀମା ୩୦ ପ୍ରତିଶତ ଧାର୍ଯ୍ୟ କରିବା ନିଷ୍ପତ୍ତି ପ୍ରଥମ ନୁହେଁ । ଏହା ପୂର୍ବରୁ ୨୦୧୯ରେ ସରକାର ୪୨ଟି ଅଣ-ଅନୁସୂଚିତ କ୍ୟାନସର ଔଷଧ ଉପରେ ଲାଭ ସୀମା ୩୦ ପ୍ରତିଶତ ଧାର୍ଯ୍ୟ କରିଥିଲେ । ସରକାରଙ୍କ ନିଷ୍ପତ୍ତି ଫଳରେ ୫୨୬ଟି ବ୍ରାଣ୍ଡେଡ ଔଷଧର ମୂଲ୍ୟ ପ୍ରାୟ ୫୦ ପ୍ରତିଶତ ପର୍ଯ୍ୟନ୍ତ ହ୍ରାସ ପାଇଥିଲା । ଏ ବାବଦରେ ରୋଗୀଙ୍କର ପ୍ରାୟ ୯୮୪ କୋଟି ଟଙ୍କା ସଞ୍ଚୟ ହୋଇପାରିଥିଲା ।ଭାରତରେ ମୂଲ୍ୟ ନିୟନ୍ତ୍ରଣ ଉଦ୍ଦେଶ୍ୟରେ ଔଷଧକୁ ୨ଟି ଭାଗରେ ବିଭକ୍ତ କରାଯାଇଛି । ଅନୁସୂଚିତ ଔଷଧଗୁଡ଼ିକ ସରକାରଙ୍କର ଜାତୀୟ ଅତ୍ୟାବଶ୍ୟକ ଔଷଧ ତାଲିକାରେ ରହିଛି । ଏହାର ଲାଭ ସୀମା ପ୍ରତିବର୍ଷ ସରକାର ଧାର୍ଯ୍ୟ କରିଥାନ୍ତି । ଏହା ବାଦ୍ ଯେତିକି ଔଷଧ ରହିଲା ସେଗୁଡ଼ିକ ଅଣ-ଅନୁସୂଚିତ ଔଷଧ ଭାବେ ପରିଗଣିତ ହୋଇଥାଏ । ଭାରତରେ ଯେତିକି ଔଷଧ ବ୍ୟବହାର କରାଯାଉଛି ସେଥିରୁ ୮୨ ପ୍ରତିଶତ ହେଉଛି ଅଣ-ଅନୁସୂଚିତ । ସେଥିରୁ ଅନେକ ଔଷଧ ହେଉଛି କ୍ୟାନ୍ସର ନିରୋଧୀ । ତେଣୁ ଏହାର ମୂଲ୍ୟ ଅଧିକ ହୋଇଥିବାରୁ ପରିବାର ଉପରେ ଆର୍ଥିକ ବୋଝ ପଡ଼େ ।ନିକଟରେ କେନ୍ଦ୍ର ସରକାର କେତେକ ପ୍ୟାଟେଣ୍ଟଯୁକ୍ତ ଔଷଧ ଉପରୁ ଜିଏସ୍ଟି ଛାଡ଼ କରିଥିଲେ । କିନ୍ତୁ ସୁଲଭ ମୂଲ୍ୟରେ କ୍ୟାନ୍ସର ଔଷଧ ମିଳିବା ବେଶ୍ କଷ୍ଟକର ହୋଇଛି । ଭାରତରେ ପ୍ରତିବର୍ଷ ୧୫ ଲକ୍ଷ ନୂଆ କ୍ୟାନ୍ସର ରୋଗୀ ସୃଷ୍ଟି ହେଉଥିବା ଜଣାପଡିଛି । ଏହି ସଂଖ୍ୟା ମଧ୍ୟ ଏବେ ପ୍ରତିବର୍ଷ ବଢ଼ିବାରେ ଲାଗିଛି । ଗତ ସେପ୍ଟେମ୍ବର ୨୯ରେ ଏକ ମାମଲାର ଶୁଣାଣି ବେଳେ ସୁପ୍ରିମକୋର୍ଟ ୨୭୦୦ ଟଙ୍କାର କ୍ୟାନସର ଔଷଧକୁ ରୋଗୀଙ୍କୁ ୨୭ ହଜାର ଟଙ୍କାରେ ବିକ୍ରି କରାଯାଉଥିବା ସମ୍ପର୍କରେ ଅବଗତ ହେବା ପରେ କେନ୍ଦ୍ର ସରକାରଙ୍କୁ କଡ଼ା ସମାଲୋଚନା କରିଥିଲେ । କହିଥିଲେ ଏହା ରୋଗୀଙ୍କୁ ଲୁଟ୍ । ସବୁ ଔଷଧ ଉପରେ ୧୬ ପ୍ରତିଶତ ବ୍ୟବସାୟିକ ଲାଭ ସୀମା ରଖିବା ଉପରେ ବିଚାର କରିବାକୁ ମଧ୍ୟ ସୁପ୍ରିମକୋର୍ଟ ସରକାରଙ୍କୁ ପରାମର୍ଶ ଦେଇଥିଲେ ।

  • Related Posts

    ଜେୱର ବିମାନବନ୍ଦରର ନାମ ‘ନରେନ୍ଦ୍ର ମୋଦୀ ଅନ୍ତର୍ଜାତୀୟ ବିମାନବନ୍ଦର’ ଭାବେ ନାମିତ

    ନୋଇଡା: ଉତ୍ତର ପ୍ରଦେଶର ଜେୱରଠାରେ ନିର୍ମାଣାଧୀନ ବିମାନବନ୍ଦରର ନାମ ‘ନରେନ୍ଦ୍ର ମୋଦୀ ଅନ୍ତର୍ଜାତୀୟ ବିମାନବନ୍ଦର’ ଭାବେ ନାମିତ କରିବା ପ୍ରସ୍ତାବକୁ ଉତ୍ତର ପ୍ରଦେଶ କ୍ୟାବିନେଟ ମଞ୍ଜୁରୀ ପ୍ରଦାନ କରିଛି। ଲକ୍ଷ୍ନୌଠାରେ ଅନୁଷ୍ଠିତ ଏକ ସାମ୍ବାଦିକ ସମ୍ମିଳନୀରେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଏହି…

    Continue reading
    ସିଜେପି ବିକ୍ଷୋଭ ପାଇଁ ମେଟ୍ରୋ କଟକଣା, ଟ୍ରେନ୍ ବାତିଲ

    ନୂଆଦିଲ୍ଲୀ: ଶନିବାର କଂଗ୍ରେସ-ସମର୍ଥିତ ବା ଅନ୍ୟାନ୍ୟ ଦଳ/ସଂଗଠନ ‘କୋକରୋଚ୍ ଜନତା ପାର୍ଟି’ (ସିଜେପି) ପକ୍ଷରୁ ଜନ୍ତର ମନ୍ତରରେ ପ୍ରସ୍ତାବିତ ବିକ୍ଷୋଭ ପ୍ରଦର୍ଶନକୁ ନଜରରେ ରଖି ରାଜଧାନୀ ଦିଲ୍ଲୀରେ କଡ଼ା ନିରାପତ୍ତା ବ୍ୟବସ୍ଥା ଗ୍ରହଣ କରାଯାଇଛି। ମୁଖ୍ୟ ନିର୍ବାଚନ ଆୟୁକ୍ତ ଜ୍ଞାନେଶ କୁମାରଙ୍କ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ଟାଟୁ ପାଇଁ ମା’କୁ ଫେରି ପାଇଲା ପୁଅ

    ଟାଟୁ ପାଇଁ ମା’କୁ ଫେରି ପାଇଲା ପୁଅ

    ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ବୟଫ୍ରେଣ୍ଡଠାରୁ କଣ ପାଇବାକୁ ଇଚ୍ଛାଥାଏ, ଆସନ୍ତୁ ଜାଣିବା

    ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ବୟଫ୍ରେଣ୍ଡଠାରୁ କଣ ପାଇବାକୁ ଇଚ୍ଛାଥାଏ, ଆସନ୍ତୁ ଜାଣିବା

    ବଢୁଛି ସ୍ୱାମୀ-ସ୍ତ୍ରୀ ଅଲଗା ଶୋଇବାର ଅଭ୍ୟାସ; ଏହା ଠିକ୍ ନା ଭୁଲ୍…

    ବଢୁଛି ସ୍ୱାମୀ-ସ୍ତ୍ରୀ ଅଲଗା ଶୋଇବାର ଅଭ୍ୟାସ; ଏହା ଠିକ୍ ନା ଭୁଲ୍…

    କନ୍ଦାଉଛି ପିଆଜ:କିଲେ ନେଲା ବେଳକୁ ଦୁଇ ଥର ଭାବିବାକୁ ପଡ଼ୁଛି

    କନ୍ଦାଉଛି ପିଆଜ:କିଲେ ନେଲା ବେଳକୁ ଦୁଇ ଥର ଭାବିବାକୁ ପଡ଼ୁଛି

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ, ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ,  ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ