ଶିକ୍ଷା ବ୍ୟବସ୍ଥା ସ୍ୱଦେଶୀ ଅଭିମୁଖୀ ହେବା ଦରକାର – ଧର୍ମେନ୍ଦ୍ର

ମହୀଶୂର: ଆମ ଶିକ୍ଷା ବ୍ୟବସ୍ଥା ଅଧିକ ସ୍ୱଦେଶୀ ଅଭିମୁଖୀ ହେବା ଆବଶ୍ୟକ । ଶିକ୍ଷାର ପ୍ରକୃତ ଉଦ୍ଦେଶ୍ୟ ହେଉଛି ଜଣେ ସାମଗ୍ରିକ ମାନବର ନିର୍ମାଣ କରିବା, ଯିଏ ନିଜର ସାଂସ୍କୃତିକ ମୂଲ୍ୟବୋଧ ସହ ଯୋଡ଼ି ହୋଇ ରହିବ ଏବଂ ରାଷ୍ଟ୍ର ପ୍ରତି ନିଜର ଉତ୍ତରଦାୟିତ୍ୱ ନିର୍ବାହ କରିବ ବୋଲି ଆଜି କର୍ଣ୍ଣାଟକର ମହୀଶୂର ଗସ୍ତ କରି ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗଦେବା ଅବସରରେ କହିଛନ୍ତି କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନ ।

ଏହି ଗସ୍ତକାଳରେ ମନ୍ତ୍ରୀ ଶ୍ରୀ ପ୍ରଧାନ କର୍ଣ୍ଣାଟକ ରାଜ୍ୟ ମୁକ୍ତ ବିଶ୍ୱବିଦ୍ୟାଳୟ ପରିସରରେ ‘ପ୍ରଜ୍ଞା ପ୍ରବାହ’ ଏବଂ ‘ଏସପିଏମଆର ଫାଉଣ୍ଡେସନ’ ଦ୍ୱାରା ଆୟୋଜିତ ‘ଏକାତ୍ମ ମାନବ ଦର୍ଶନ’ ଶୀର୍ଷକ ଆନ୍ତର୍ଜାତୀୟ ସମ୍ମିଳନୀରେ ଯୋଗ ଦେଇଛନ୍ତି । ଏହି ଅବସରରେ ସେ ଭାରତୀୟ ଜ୍ଞାନ ପରମ୍ପରା ଏବଂ ଶ୍ରଦ୍ଧେୟ ପଣ୍ଡିତ ଦୀନଦୟାଲ ଉପାଧ୍ୟାୟଙ୍କ ବିଚାରଧାରା ଉପରେ ଆଲୋକପାତ କରିଥିଲେ । ମନ୍ତ୍ରୀ ଶ୍ରୀ ପ୍ରଧାନ କହିଛନ୍ତି ଯେ, ପଣ୍ଡିତ ଦୀନଦୟାଲ ଉପାଧ୍ୟାୟଙ୍କ ‘ଏକାତ୍ମ ମାନବବାଦ’ କେବଳ ଏକ ବିଚାର ନୁହେଁ, ବରଂ ଏହା ଆମ ରାଷ୍ଟ୍ର ଜୀବନର ଏକ ସ୍ଥାୟୀ ଦର୍ଶନ । ଏହି ଗସ୍ତକାଳରେ ଶ୍ରୀ ପ୍ରଧାନ ବିଭିନ୍ନ ବିଶ୍ୱବିଦ୍ୟାଳୟର କୁଳପତିମାନଙ୍କ ସହ ମନ୍ତ୍ରୀ ଆଲୋଚନା କରିଥିଲେ । ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ ଜାତୀୟ ଶିକ୍ଷା ନୀତିର ପ୍ରଭାବଶାଳୀ ରୂପାୟନ ମାଧ୍ୟମରେ ଭାରତର ଉଚ୍ଚଶିକ୍ଷା କ୍ଷେତ୍ରକୁ ବିଶ୍ୱସ୍ତରୀୟ କରିବା ସହ ବିଦେଶରେ ଭାରତୀୟ କ୍ୟାମ୍ପସ ପ୍ରତିଷ୍ଠା ଉପରେ ସେ ଗୁରୁତ୍ୱ ଦେଇଥିଲେ।
କେନ୍ଦ୍ରୀୟ ଭାରତୀୟ ଭାଷା ସଂସ୍ଥାନ (ସିଆଇଆଇଏଲ) ପରିଦର୍ଶନ କରି ସେଠାରେ ଆୟୋଜିତ ଏକ ସ୍ୱତନ୍ତ୍ର ପ୍ରଦର୍ଶନୀକୁ ଉଦ୍‌ଘାଟନ କରିବା ସହ ୨୨ଟି ଅନୁସୂଚିତ ଭାଷା ବ୍ୟତୀତ ଭାରତର ସମସ୍ତ ଆଞ୍ଚଳିକ ଭାଷା ଓ ଜ୍ଞାନ କୌଶଳକୁ ଶିକ୍ଷା ବ୍ୟବସ୍ଥାରେ ସାମିଲ କରିବା ପାଇଁ ସେ ଗୁରୁତ୍ୱାରୋପ କରିଥିଲେ । ସେହିପରି ସିଆଇଆଇଏଲର ପ୍ରତିନିଧି ଦଳଙ୍କ ସହ ଆଲୋଚନା ସମୟରେ ମନ୍ତ୍ରୀ ଶ୍ରୀ ପ୍ରଧାନ ଭାଷାଭିତ୍ତିକ ଢାଞ୍ଚା ଓ ଜ୍ଞାନ ପ୍ରଣାଳୀର ‘ଡିକୋଲୋନାଇଜେସନ୍’ ବା ଗୋଲାମି ମାନସିକତାରୁ ମୁକ୍ତ କରିବା ଉପରେ ଜୋର ଦେଇଥିଲେ । ନ୍ୟାସନାଲ ବୁକ୍ ଟ୍ରଷ୍ଟ (ଏନବିଟି) ଭଳି ସଂସ୍ଥା ମାଧ୍ୟମରେ ସ୍ଥାନୀୟ ଭାଷାରେ ବିଷୟବସ୍ତୁ ପ୍ରସାର କରିବାକୁ ସେ ପରାମର୍ଶ ଦେଇଛନ୍ତି ।
ଶିକ୍ଷା ମନ୍ତ୍ରୀ ତାଙ୍କ ଗସ୍ତ କାଳରେ ଜଗଦଗୁରୁ ଶ୍ରୀ ଶିବରାତ୍ରୀ ଦେଶିକେନ୍ଦ୍ର ମହାସ୍ୱାମୀଜୀଙ୍କୁ ସାକ୍ଷାତ କରି ଆଶୀର୍ବାଦ ଗ୍ରହଣ କରିଥିଲେ । ଗ୍ରାମୀଣ ବିକାଶ ଏବଂ ମୂଲ୍ୟବୋଧଭିତ୍ତିକ ଶିକ୍ଷା ପ୍ରସାର କ୍ଷେତ୍ରରେ ମହାସ୍ୱାମୀଜୀଙ୍କ ଅବଦାନକୁ ସେ ରାଷ୍ଟ୍ର ନିର୍ମାଣର ଏକ ପ୍ରେରଣାଦାୟୀ ଦିଗ ବୋଲି ବର୍ଣ୍ଣନା କରିଛନ୍ତି ।
***

  • Related Posts

    ବିଜେଡି ସୁପ୍ରିମୋଙ୍କ ଉତ୍କଳ ଦିବସ ଶୁଭେଚ୍ଛା

    ଭୁବନେଶ୍ୱର: ବିଜେଡି ଦଳ ସଭାପତି ଉତ୍କଳ ଦିବସ ଅବସରରେ ଓଡିଶାବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ସେ ନିଜ X ପୋଷ୍ଟରେ ଲେଖିଛନ୍ତି,” ‘ଓଡ଼ିଶା ଦିବସ’ କେବଳ ଏକ ଉତ୍ସବ ନୁହେଁ, ଏହା ହେଉଛି ଆବେଗ। ପ୍ରତିଟି ଓଡ଼ିଆଙ୍କ ସ୍ୱାଭିମାନ ଓ ପ୍ରଗତିର…

    Continue reading
    ଉତ୍କଳ ଦିବସ:ଶୁଭେଚ୍ଛା ଜଣାଇଲେ ଧର୍ମେନ୍ଦ୍ର

    ଭୁବନେଶ୍ୱର: କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଉତ୍କଳ ଦିବସ ଅବସରରେ ଦେଶ ଓ ବିଦେଶରେ ରହୁଥିବା ଓଡିଆଙ୍କୁ ଉତ୍କଳ ଦିବସର ଶୁଭେଚ୍ଛା ଜଣାଇଛନ୍ତି । ସେ ନିଜ X ହ୍ୟାଣ୍ଡେଲରେ ଲେଖିଛନ୍ତି, “ଓଡ଼ିଶା ସମେତ ବିଶ୍ୱର ବିଭିନ୍ନ ଅଞ୍ଚଳରେ ରହୁଥିବା ଓଡ଼ିଆ ଭାଇ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ‘ମନ୍ କି ବାତ୍’ କାର୍ଯ୍ୟକ୍ରମର ୧୩୨ତମ ପର୍ବରେ ସମ୍ବଲପୁରର ସୁଜାତା ଭୁୟାଁଙ୍କୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

    ସାଇବର ଅପରାଧରୁ ସୁରକ୍ଷା ସମ୍ପର୍କରେ ମହିଳା ଆୟୋଗଙ୍କ କର୍ମଶାଳା

    ଖରାଦିନର ଖାଦ୍ୟ

    ୧୪-୧୫ ବର୍ଷର କିଶୋରୀଙ୍କୁ ସର୍ଭିକାଲ୍‌ କ୍ୟାନ୍‌ସର ଟୀକା

    ହାତଗଣ୍ଠି ପରେ ଜଣାପଡ଼ିଲା ବର କିନ୍ନର

    ହାତଗଣ୍ଠି ପରେ ଜଣାପଡ଼ିଲା ବର କିନ୍ନର

    ଭାଲେଣ୍ଟାଇନ୍ ଦିବସ

    ଭାଲେଣ୍ଟାଇନ୍ ଦିବସ