ଶିକ୍ଷାନୁଷ୍ଠାନରେ ହେବ ସେଫ୍ କ୍ୟାମ୍ପେନ୍

ଭୁବନେଶ୍ଵର: ଛାତ୍ରଛାତ୍ରୀଙ୍କ ମାନସିକ ସନ୍ତୁଳନ ଠିକ୍ ରହିବ । କୌଣସି ପରିସ୍ଥିତିରେ କେହି ବି ଆତ୍ମହତ୍ୟା ଭଳି ଦୁର୍ଭାଗ୍ୟଜନକ ପଦକ୍ଷେପ ନେବେ ନାହିଁ ସେଥିପ୍ରତି ସରକାର ଦୃଷ୍ଟି ଦେଉଛନ୍ତି । ଯୁବପିଢ଼ିଙ୍କ ମଧ୍ୟରେ ଆତ୍ମହତ୍ୟା ପ୍ରବଣତା ରୋକିବା ପାଇଁ ସବୁ କଲେଜ ଓ ବିଶ୍ୱ ବିଦ୍ୟାଳୟରେ ସେଫ୍ କ୍ୟାମ୍ପେନ୍ କରିବ ଉଚ୍ଚଶିକ୍ଷା ବିଭାଗ । ଏନେଇ ଉଚ୍ଚଶିକ୍ଷା ମନ୍ତ୍ରୀ ସୂର୍ୟ୍ୟବଂଶୀ ସୂରଜ ସୂଚନା ଦେଇଛନ୍ତି ।ଉଚ୍ଚଶିକ୍ଷା ମନ୍ତ୍ରୀ କହିଛନ୍ତି, ଶକ୍ତିଶ୍ରୀ ଯୋଜନାରେ ସେଫ୍ କ୍ୟାମ୍ପେନ୍ କରାଯିବ । ଛୋଟ ଛୋଟ ଘଟଣାକୁ ନେଇ କେହି ଯେମିତି ଦୁର୍ଭାଗ୍ୟଜନକ ପଦକ୍ଷେପ ନ ନେବେ ସଚେତନତା କରାଯିବ । ସମସ୍ତେ ସମସ୍ତଙ୍କୁ ସାହାଯ୍ୟ କରିବାକୁ ପଡ଼ିବ । ଯଦି କେହି ଜାଣୁଛନ୍ତି ଜଣେ ମାନସିକ ଅବସାଦ ଆଡ଼କୁ ଯାଉଛି, ତାକୁ ଫୋରମକୁ ଯିବାକୁ ପ୍ରବର୍ତ୍ତାଇବା ପଡ଼ିବ । ଏହାଦ୍ଵାରା ଅଭିଯୁକ୍ତ ଧରା ପଡ଼ିବ, ତାକୁ ଦଣ୍ଡ ଦିଆଯାଇ ପାରିବ ।ଶକ୍ତିଶ୍ରୀ ଯୋଜନାରେ ଅନେକ କଥା ରହିଛି । ସେଥିମଧ୍ୟରୁ ସେଫ୍ କ୍ୟାମ୍ପେନ୍ ଗୋଟିଏ ବୋଲି କହିଛନ୍ତି ଉଚ୍ଚଶିକ୍ଷା ମନ୍ତ୍ରୀ । ସେଫ୍ କ୍ୟାମ୍ପେନ୍ ମାଧ୍ୟମରେ ଛାତ୍ରଛାତ୍ରୀଙ୍କର ମାନସିକ ସ୍ଥିତିକୁ ଅନୁଧ୍ୟାନ କରାଯାଇ ପାରିବ । ଛାତ୍ରଛାତ୍ରୀଙ୍କ ମଧ୍ୟରେ ଆତ୍ମହତ୍ୟା ପ୍ରବଣତା ରୋକିବାକୁ ସରକାର ବ୍ୟାପକ ପଦକ୍ଷେପ ନେଉଥିବା କହିଛନ୍ତି ଉଚ୍ଚଶିକ୍ଷା ମନ୍ତ୍ରୀ । ଆତ୍ମହତ୍ୟା ପ୍ରବଣତାକୁ ରୋକିବା ପାଇଁ ଛାତ୍ରଛାତ୍ରୀଙ୍କ ଠାରୁ ଆରମ୍ଭ କରି ପିତାମାତା ଓ ଶିକ୍ଷକ ମାନଙ୍କୁ ନେଇ ଅନୁକୂଳ ପରିବେଶ ସୃଷ୍ଟି କରାଯିବ ।ବାଲେଶ୍ଵର ଘଟଣା ପରେ ଯୁବପିଢ଼ିଙ୍କ ମଧ୍ୟରେ ଆତ୍ମହତ୍ୟା ପ୍ରବଣତାକୁ ନେଇ ଚିନ୍ତା ବଢ଼ିଛି । ସବୁ କଲେଜ ଗୁଡ଼ିକରେ ଇଣ୍ଟରନାଲ କମିଟି ଗଠନ କରାଯାଇଥିବା କହିଛନ୍ତି ମନ୍ତ୍ରୀ । ସରକାର ଓ ଉଚ୍ଚଶିକ୍ଷା ବିଭାଗର ଏଭଳି ବିଭିନ୍ନ ପଦକ୍ଷେପ ଛାତ୍ରଛାତ୍ରୀଙ୍କ ମାନସିକ ଅବସାଦ ଦୂର କରିବ ବୋଲି ଆଶା କରାଯାଉଛି ।

  • Related Posts

    ହସ୍ତତନ୍ତ ପିନ୍ଧି ଓଡ଼ିଶା ବାସୀ ପାଳିଲେ “ଆମ ପୋଷାକ ଆମ ପରିଚୟ” ଦିବସ

    ୨ ଏପ୍ରିଲ, ୨୦୨୬, ଭୁବନେଶ୍ୱର: ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଆନୁକୂଲ୍ୟରେ ଏପ୍ରିଲ ୧ରୁ ୧୪ ତାରିଖ ପର୍ଯ୍ୟନ୍ତ ପାଳନ ହେଉଛି ଓଡ଼ିଆ ପକ୍ଷ। ଆଜି ଓଡ଼ିଆ ପକ୍ଷ ପାଳନର ଦ୍ଵିତୀୟ ଦିବସରେ ଓଡ଼ିଶା ବାସୀ ପାରମ୍ପରିକ ପୋଷାକ…

    Continue reading
    ରାଜ୍ୟରେ ପ୍ରଥମ ଦିନରେ ସ୍ଵଜନଗଣନା କରିଛନ୍ତି ୧୭ ହଜାର

    ଭୁବନେଶ୍ଵର : ରାଜ୍ୟରେ ଜନଗଣନାକୁ ନେଇ ଆସିଲା ବଡ଼ ଅପଡେଟ୍। ପ୍ରଥମ ଦିନରେ ସ୍ଵଜନଗଣନା କରିଛନ୍ତି ୧୭ ହଜାର ଲୋକ। ସ୍ଵଜନଗଣନା ପ୍ରକ୍ରିୟାରେ ଅଧିକରୁ ଅଧିକ ସାମିଲ ହେବା ପାଇଁ ସାଧାରଣ ଲୋକଙ୍କୁ ଅପିଲ୍ କଲେ ମୁଖ୍ୟ ଶାସନ ସଚିବ ଏବଂ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ‘ମନ୍ କି ବାତ୍’ କାର୍ଯ୍ୟକ୍ରମର ୧୩୨ତମ ପର୍ବରେ ସମ୍ବଲପୁରର ସୁଜାତା ଭୁୟାଁଙ୍କୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

    ସାଇବର ଅପରାଧରୁ ସୁରକ୍ଷା ସମ୍ପର୍କରେ ମହିଳା ଆୟୋଗଙ୍କ କର୍ମଶାଳା

    ଖରାଦିନର ଖାଦ୍ୟ

    ୧୪-୧୫ ବର୍ଷର କିଶୋରୀଙ୍କୁ ସର୍ଭିକାଲ୍‌ କ୍ୟାନ୍‌ସର ଟୀକା

    ହାତଗଣ୍ଠି ପରେ ଜଣାପଡ଼ିଲା ବର କିନ୍ନର

    ହାତଗଣ୍ଠି ପରେ ଜଣାପଡ଼ିଲା ବର କିନ୍ନର

    ଭାଲେଣ୍ଟାଇନ୍ ଦିବସ

    ଭାଲେଣ୍ଟାଇନ୍ ଦିବସ