ନୂଆଦିଲ୍ଲୀ: ଶେଷ ହେଲା ସଂସଦର ଶୀତକାଳୀନ ଅଧିବେଶନ। ପ୍ରଥମେ ଲୋକସଭା ଏବଂ ପରେ ରାଜ୍ୟସଭା ମୁଲତବି ହୋଇଛି । ଶୁକ୍ରବାର ବାଚସ୍ପତି ଓମ୍ ବିର୍ଲା ଲୋକସଭାକୁ ଅନିର୍ଦ୍ଧିଷ୍ଟକାଳ ପର୍ୟ୍ୟନ୍ତ ମୁଲତବି ରଖିଛନ୍ତି । ବାବା ସାହେବ ଭୀମରାଓ ଆମ୍ବେଦକରଙ୍କ ପ୍ରସଂଗରେ ଗୃହରେ ହଙ୍ଗାମା ପରେ ଲୋକସଭାକୁ ମୁଲବତି କରାଯାଇଛି । ପରେ ରାଜ୍ୟସଭାକୁ ମଧ୍ୟ ରାଜ୍ୟସଭା ସଭାପତି ବନ୍ଦ କରିଛନ୍ତି ।
ଆଜି ବିରୋଧୀ ସାଂସଦମାନେ ବାଚସ୍ପତିଙ୍କ ପୋଡ଼ିୟମ ସାମ୍ନାକୁ ଆସି ବିରୋଧୀ ଦଳ ସାଂସଦମାନେ ହଟ୍ଟଗୋଳ ଆରମ୍ଭ କରିଦେଇଥିଲେ । ପରେ ବାଚସ୍ପତି ଓମ ବିର୍ଲା କଠୋର ନିଷ୍ପତ୍ତି ନେଇଥିଲେ । ସଂସଦର କୌଣସି ଦ୍ବାର ସମ୍ମୁଖରେ ରାଜନୈତିକ ଦଳମାନେ ବିରୋଧ ପ୍ରଦର୍ଶନ କରିପାରିବେ ନାହିଁ । ନିର୍ଦ୍ଦେଶକୁ ଉଲ୍ଲଂଘନ କଲେ ସଂସଦଙ୍କ ବିରୋଧରେ କାର୍ୟ୍ୟାନୁଷ୍ଠାନ ନିଆଯିବ ବୋଲି ବାଚସ୍ପତି କହିଥିଲେ । ଏହା ସହିତ ଲୋକସଭାକୁ ଅନିର୍ଦ୍ଧିଷ୍ଟକାଳ ପର୍ୟ୍ୟନ୍ତ ମୁଲତବି କରିଛନ୍ତି । ସଂସଦର ଶୀତ ଅଧିବେଶନ ୨୫ ନଭେମ୍ବରରୁ ଆରମ୍ଭ ହୋଇ ଡିସେମ୍ବର ୨୦ ତାରିଖରେ ଶେଷ ହୋଇଛି ।
ନଭେମ୍ବର ୨୫ ଅଧିବେଶନ ଆରମ୍ଭ ଦିନ ଠାରୁ ସମ୍ବିଧାନ, ଆଦାନୀ, ସମ୍ଭଲ ଓ ଅନ୍ୟାନ୍ୟ ପ୍ରସଙ୍ଗରେ ଗୃହରେ ଲାଗି ରହିଥିଲା ଅଚଳାବସ୍ଥା। ଆଦାନୀ ପ୍ରସଙ୍ଗରେ ସ୍ବତନ୍ତ୍ର ଆଲୋଚନା କରିବାକୁ ସରକାରଙ୍କ ଅଗ୍ରାହ୍ୟକୁ ନେଇ ଉଭୟ ଗୃହ ସୁରୁଖୁରୁରେ ଚାଲିପାରି ନ ଥିଲା। ଗତକାଲି ସଂସଦ ଭବନ ଗେଟରେ ଠେଲାପେଲା ଘଟଣାକୁ ନେଇ ଉଭୟ ଏନଡିଏ ଓ ଇଣ୍ଡି ମେଣ୍ଟ ସାଂସଦଙ୍କ ମଧ୍ୟରେ ଚାଲିଥିଲା ବୟାନବାଜି।
ସେହିପରି ଆମ୍ବେଦକର ପ୍ରସଙ୍ଗରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କ ବିବୃତିକୁ ନେଇ ସଂସଦର ଉଭୟ ଗୃହରେ ସୃଷ୍ଟି ହୋଇଥିଲା ଝଡ। ଆଜି ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀଙ୍କ ବିରୋଧରେ ରୁଜୁ ହୋଇଥିବା ମାମଲାକୁ ନେଇ ଇଣ୍ଡି ମେଣ୍ଟର ବିରୋଧ ପ୍ରଦର୍ଶନ କରାଯାଇଛି। ଦିଲ୍ଲୀର ବିଜୟ ଚୌକରୁ ସଂସଦ ପର୍ୟ୍ୟନ୍ତ ବିରୋଧୀ ସାଂସଦ ଶୋଭାଯାତ୍ରା କରିଛନ୍ତି। ଏଥିରେ କଂଗ୍ରେସ ସାଂସଦ ପ୍ରିୟଙ୍କା ଗାନ୍ଧି ମଧ୍ୟ ସାମିଲ ହୋଇଛନ୍ତି। ତେବେ ଏତଲା ହୋଇଥିବାରୁ କଂଗ୍ରେସ ସାଂସଦ ତଥା ବିରୋଧୀ ଦଳ ନେତା ରାହୁଲ ଗାନ୍ଧି ଏହି ଶୋଭାଯାତ୍ରାରେ ସାମିଲ ହୋଇନାହାନ୍ତି।
ଇସ୍ତଫା ଦେଲେ ବିଚାରପତି ଜଷ୍ଟିସ୍ ଯଶୱନ୍ତ ବର୍ମା
ନୂଆଦିଲ୍ଲୀ : ଇସ୍ତଫା ଦେଲେ ବିବାଦୀୟ ବିଚାରପତି ଜଷ୍ଟିସ୍ ଯଶୱନ୍ତ ବର୍ମା। ଆହ୍ଲାବାଦ ହାଇକୋର୍ଟ ବିଚାରପତି ଜଷ୍ଟିସ୍ ଯଶୱନ୍ତ ବର୍ମା ଶୁକ୍ରବାର ନିଜର ଇସ୍ତଫା ପତ୍ର ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ପଠାଇଛନ୍ତି। ବାସଭବନରୁ ବିପୁଳ ଟଙ୍କା ମିଳିବା ପରେ ସେ ବିବାଦରେ…




