ଶୈକ୍ଷିକ ସମାଜ ନେତୃତ୍ୱରେ ଉଚ୍ଚ ଶିକ୍ଷାନୁଷ୍ଠାନର ବିକାଶ ପାଇଁ ସଂକଳ୍ପବଦ୍ଧ ହେବା : ସୂର୍ୟ୍ୟବଂଶୀ ସୂରଜ

ଭୁବନେଶ୍ୱର :ଉଚ୍ଚଶିକ୍ଷା ବିଭାଗ, ଓଡିଶା ରାଜ୍ୟ ଉଚ୍ଚଶିକ୍ଷା ପରିଷଦ ଓ ଜାଭିୟର ଇନଷ୍ଟିଚ୍ୟୁଟ ଅଫ୍ ମ୍ୟାନେଜମେଣ୍ଟ ଭୁବନେଶ୍ୱରର ମିଳିତ ସହଯୋଗରେ ମହାବିଦ୍ୟାଳୟର ଅଧ୍ୟକ୍ଷ ଓ ବରିଷ୍ଠ ଅଧ୍ୟାପକମାନଙ୍କ ପାଇଁ ଦକ୍ଷତା ଓ ନେତୃତ୍ୱ ବିକାଶ କର୍ମଶାଳାର ଆୟୋଜନ କରାଯାଇଛି। ଅକ୍ଟୋବର ୨୭ ତାରିଖ ଠାରୁ ନଭେମ୍ବର ୧ ତାରିଖ ପର୍ୟ୍ୟନ୍ତ ଆୟୋଜିତ ହୋଇଥିବା ଏହି କର୍ମଶାଳାରେ ୩୬ଟି ସରକାରୀ ମହାବିଦ୍ୟାଳୟର ଅଧ୍ୟକ୍ଷ ଏବଂ ବରିଷ୍ଠ ଅଧ୍ୟାପକମାନେ ଯୋଗଦେଇଥିଲେ। କର୍ମଶାଳାରେ ଜାତୀୟ ଶିକ୍ଷା ନୀତି-୨୦୨୦, ମହାବିଦ୍ୟାଳୟର ପ୍ରଶାସନିକ, ବିତ୍ତୀୟ ସୁପରିଚାଳନା ସହିତ ନୂତନ ଶିକ୍ଷାଦାନ ପଦ୍ଧତି, ଦକ୍ଷତା ଆଧାରିତ ମୂଲ୍ୟାଙ୍କନ, ଡିଜିଟାଲ ଲର୍ନିଙ୍ଗ ଓ ଉଚ୍ଚକୋଟୀର ଗବେଷଣା ଆଦି ବିଭିନ୍ନ ବିଷୟକୁ ନେଇ ପ୍ରଶିକ୍ଷଣ ପ୍ରଦାନ କରାଯାଇଥିଲା।

କର୍ମଶାଳାର ଉଦ୍‌ଯାପନୀ ସମାରୋହରେ ଉଚ୍ଚଶିକ୍ଷା ମନ୍ତ୍ରୀ ଶ୍ରୀ ସୂର୍ୟ୍ୟବଂଶୀ ସୂରଜ ମୁଖ୍ୟ ଅତିଥି ଭାବରେ ଯୋଗଦେଇଥିଲେ।ସେ କହିଥିଲେ ଯେ, “ବିଶ୍ୱ ସ୍ତରୀୟ ଶିକ୍ଷା ଭିତ୍ତିଭୂମିର ନିର୍ମାଣ ସହ ଗୁଣାତ୍ମକ ଶିକ୍ଷା ପ୍ରଦାନ କରି ଛାତ୍ରଛାତ୍ରୀମାନଙ୍କ ପାଇଁ ସ୍ୱର୍ଣ୍ଣିମ ଭବିଷ୍ୟତ ନିର୍ମାଣ କରିବା ହେଉଛି ଆମ ସମସ୍ତଙ୍କର ଲକ୍ଷ୍ୟ। ଏହି ଲକ୍ଷ୍ୟକୁ ପୂରଣ କରିବା ନିମନ୍ତେ ଅନେକ କାର୍ୟ୍ୟ ମଧ୍ୟ କରାଯାଉଛି। ଛାତ୍ରଛାତ୍ରୀମାନଙ୍କୁ ଗୁଣାତ୍ମକ ଶିକ୍ଷା ପ୍ରଦାନ କରିବା, ଦକ୍ଷତା ବିକାଶ କରିବା, ଉଚ୍ଚକୋଟୀର ଗବେଷଣାକୁ ପ୍ରୋତ୍ସାହନ ଦେବା ଓ ସର୍ବୋପରି ଆମ ଶୈକ୍ଷିକ ସମାଜର ବିକାଶ ଉପରେ ପ୍ରାଧାନ୍ୟ ଦିଆଯାଉଛି। ଜଣେ ଛାତ୍ରକୁ ଉତ୍ତମ ନାଗରିକ ଭାବେ ଗଢ଼ି ତୋଳିବାରେ କଲେଜ ଓ ୟୁନିଭର୍ସିଟିର ଭୂମିକା ଗୁରୁତ୍ୱପୂର୍ଣ୍ଣ। ଏହାକୁ ମଣିଷ ଗଠନର ଏନ୍ତୁଡ଼ିଶାଳ ବୋଲି କହିଲେ ମଧ୍ୟ ଅତ୍ୟୁକ୍ତି ହେବ ନାହିଁ। ମାନବବାଦୀ ଚିନ୍ତାଧାରର ଉନ୍ମେଷ ଏହିଠାରୁ ହିଁ ହୋଇଥାଏ। ତେଣୁ ଶୈକ୍ଷିକ ସମାଜ ଅର୍ଥାତ ବିଶ୍ଵ ବିଦ୍ୟାଳୟର କୁଳପତି, ମହାବିଦ୍ୟାଳୟର ଅଧ୍ୟକ୍ଷ, ଅଧ୍ୟାପକମାନେ ଯେପରି ମହାବିଦ୍ୟାଳୟ ଓ ବିଶ୍ୱବିଦ୍ୟାଳୟର ନେତୃତ୍ୱ ନେଇ ଏହାର ବିକାଶ ପାଇଁ କାର୍ୟ୍ୟ କରିବେ ସେଥିପାଇଁ ସଂକଳ୍ପବଦ୍ଧ ହେବା ଉଚିତ”।

“ଓଡ଼ିଶାରେ ଜାତୀୟ ଶିକ୍ଷା ନୀତି-୨୦୨୦ର ପ୍ରଣୟନ କରିବା, ଉଚ୍ଚଶିକ୍ଷାରେ ପିଏମ-ଉଷା ଯୋଜନା ଲାଗୁ ହେବା, ଉପାନ୍ତ ଜିଲ୍ଲା ମାନଙ୍କରେ ନୂତନ ସରକାରୀ ସ୍ନାତକ ମହାବିଦ୍ୟାଳୟର ପ୍ରତିଷ୍ଠା କରିବା, ଛାତ୍ରଛାତ୍ରୀମାନଙ୍କର ଦକ୍ଷତା ବିକାଶ ଠାରୁ ନେଇ ସେମାନଙ୍କୁ ନିଯୁକ୍ତି ସୁଯୋଗ ପ୍ରଦାନ କରିବା ଏବଂ ଏକ ସୁରକ୍ଷିତ ଶୈକ୍ଷିକ ବାତାବରଣ ପ୍ରଦାନ କରିବା ପାଇଁ ଶକ୍ତିଶ୍ରୀ ଭଳି ଯୋଜନା ପ୍ରଣୟନ କରିବା ଆଦି ଅନେକ ଯୁଗାନ୍ତକାରୀ ପଦକ୍ଷେପ ଗ୍ରହଣ କରାଯାଇଛି। ଉଚ୍ଚ ଶିକ୍ଷାନୁଷ୍ଠାନର ବିକାଶରେ ଶୈକ୍ଷିକ ସମାଜର ନେତୃତ୍ୱ ଅତୀବ ଗୁରୁତ୍ୱପୂର୍ଣ୍ଣ। ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ଆୟୋଜିତ ହୋଇଥିବା ଦକ୍ଷତା ଓ ନେତୃତ୍ୱ ବିକାଶ କର୍ମଶାଳା କଲେଜର ଅଧ୍ୟକ୍ଷମାନଙ୍କୁ ସଶକ୍ତ କରିବା ସହ ମହାବିଦ୍ୟାଳୟର ସୁପରିଚାଳନା ଦିଗରେ ଅଧ୍ୟକ୍ଷମାନଙ୍କୁ ଏହା ନିଶ୍ଚିତ ରୂପେ ସହାୟକ ହେବ”, ବୋଲି ଉଚ୍ଚଶିକ୍ଷା ମନ୍ତ୍ରୀ ଶ୍ରୀ ସୂରଜ ମତପ୍ରକାଶ କରିଥିଲେ।

ଆଜିର କାର୍ୟ୍ୟକ୍ରମରେ ଉଚ୍ଚଶିକ୍ଷା ବିଭାଗର ଅତିରିକ୍ତ ଶାସନ ସଚିବ ଶ୍ରୀ ଧରଣୀଧର ନନ୍ଦ,ଅତିରିକ୍ତ ଶାସନ ସଚିବ ଶ୍ରୀମତୀ ପ୍ରତିଭା ସାହୁ, ଜାଭିୟର ଇନଷ୍ଟିଚ୍ୟୁଟ ଅଫ୍ ମ୍ୟାନେଜମେଣ୍ଟର ରେଜିଷ୍ଟାର ଏସ. ଆନ୍ଥୋନି, ଆସୋସିଏଟ ଡ଼ିନ୍‌ ପ୍ରଫେସର ଡ଼. ଏସ ଏସ ଗଣେଶ ପ୍ରମୁଖ ଉପସ୍ଥିତ ଥିଲେ।

  • Related Posts

    ୨୬ ବରିଷ୍ଠ ଓଏଏସ ଅଫିସରଙ୍କ ବଦଳି

    ରାଜ୍ୟ ସରକାର ୨୬ଜଣ ବରିଷ୍ଠ ଓଏଏସ୍ ଅଫିସରଙ୍କ ବଦଳି କରିଛନ୍ତି। ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ପ୍ରକାଶିତ ଦୁଇଟି ପୃଥକ ବିଜ୍ଞପ୍ତିରେ ଓଏଏସ୍ ଅଫିସରମାନଙ୍କ ଅଦଳବଦଳ ହୋଇଛି। ଖୋର୍ଦ୍ଧା ଅତିରିକ୍ତ ଜିଲ୍ଲାପାଳ ବରିଷ୍ଠ ଓଏଏସ୍ ସାଫଲ୍ୟମଣ୍ଡିତ ପ୍ରଧାନଙ୍କୁ ବିଏମସି ଅତିରିକ୍ତ କମିଶନର…

    Continue reading
    ଏସସିବି ମେଡିକାଲ ପାଣି ଟାଙ୍କିରୁ ଡେଇଁଲେ ଯୁବକ

    କଟକ: କଟକ ଏସସିବି ମେଡିକାଲରେ ପୁଣି ଅଘଟଣ । ପାଣି ଟାଙ୍କି ଉପରୁ ଡେଇଁ ଆତ୍ମହତ୍ୟା ଉଦ୍ୟମ କଲେ ଯୁବକ । ଅଟକେଇବାକୁ ସବୁ ଚେଷ୍ଟା ହେଲା ବିଫଳ । ଦୀର୍ଘ ସମୟ ଧରି ହାଇଡ୍ରାମା ପରେ ଟାଙ୍କି ଉପରୁ ତଳକୁ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ଟାଟୁ ପାଇଁ ମା’କୁ ଫେରି ପାଇଲା ପୁଅ

    ଟାଟୁ ପାଇଁ ମା’କୁ ଫେରି ପାଇଲା ପୁଅ

    ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ବୟଫ୍ରେଣ୍ଡଠାରୁ କଣ ପାଇବାକୁ ଇଚ୍ଛାଥାଏ, ଆସନ୍ତୁ ଜାଣିବା

    ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ବୟଫ୍ରେଣ୍ଡଠାରୁ କଣ ପାଇବାକୁ ଇଚ୍ଛାଥାଏ, ଆସନ୍ତୁ ଜାଣିବା

    ବଢୁଛି ସ୍ୱାମୀ-ସ୍ତ୍ରୀ ଅଲଗା ଶୋଇବାର ଅଭ୍ୟାସ; ଏହା ଠିକ୍ ନା ଭୁଲ୍…

    ବଢୁଛି ସ୍ୱାମୀ-ସ୍ତ୍ରୀ ଅଲଗା ଶୋଇବାର ଅଭ୍ୟାସ; ଏହା ଠିକ୍ ନା ଭୁଲ୍…

    କନ୍ଦାଉଛି ପିଆଜ:କିଲେ ନେଲା ବେଳକୁ ଦୁଇ ଥର ଭାବିବାକୁ ପଡ଼ୁଛି

    କନ୍ଦାଉଛି ପିଆଜ:କିଲେ ନେଲା ବେଳକୁ ଦୁଇ ଥର ଭାବିବାକୁ ପଡ଼ୁଛି

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ, ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ,  ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ