
ପୁରୀ: ଖୁବଶୀଘ୍ର ଶ୍ରୀମନ୍ଦିରରେ ନିଯୁକ୍ତ ହେବେ ସ୍ୱତନ୍ତ୍ର ବାଟାଲିୟନ । ଏନେଇ ଆଇନମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ସୂଚନା ଦେଇଛନ୍ତି । ତାଙ୍କ ସୂଚନା ଅନୁଯାୟୀ ପୁଲିସ ବିଭାଗରୁ ସୁରକ୍ଷା କର୍ମୀଙ୍କୁ ନିଆଯିବ ଆଉ ଖୁବଶୀଘ୍ର ଜେଟିପି ନିଯୁକ୍ତ ହେବେ । ବାଟାଲିୟନରେ ଯେତିକି ସୁରକ୍ଷାକର୍ମୀ ଓ ପୁଲିସ ରୁହନ୍ତି ସେତିକି ରହିବେ । ଶ୍ରୀମନ୍ଦିର ଆଭ୍ୟନ୍ତରୀଣ ଓ ବାହାର ସୁରକ୍ଷା ଆମ ସମସ୍ତଙ୍କ ଦାୟିତ୍ୱ ବୋଲି ଶ୍ରୀ ହରିଚନ୍ଦନ କହିଛନ୍ତି ।



