ସଂସଦର ଉଚ୍ଚ ସଦନକୁ ନିର୍ବାଚିତ ହେଲେ ମନମୋହନ

ଭୁବନେଶ୍ୱର: ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ ରାଜ୍ୟସଭାକୁ ନିର୍ବାଚିତ ହୋଇଛନ୍ତି l 35 ଖଣ୍ଡ ଭୋଟ ପାଇ ସଂସଦର ଉଚ୍ଚ ସଦନକୁ ନିର୍ବାଚିତ ହୋଇଛନ୍ତି ବିଜେପି ରାଜ୍ୟ ସଭାପତି । ନିର୍ବାଚିତ ହେବା ପରେ ମନମୋହନ କହିଛନ୍ତି, ଓଡ଼ିଶାବାସୀଙ୍କ ସେବାରେ ନୂଆ ଏକ ସଂକଳ୍ପ… ମୋ ପ୍ରତି ଆସ୍ଥା, ବିଶ୍ବାସ ଏବଂ ଭରଷା ପ୍ରକଟ କରି ମୋତେ ରାଜ୍ୟସଭା ସାଂସଦ ରୂପେ ନିର୍ବାଚିତ କରିଥିବାରୁ ବିଜେପି ପରିବାରର ସମସ୍ତ ସଦସ୍ୟଙ୍କ ନିକଟରେ ମୁଁ କୃତଜ୍ଞ । ତେବେ ମନମୋହନ ଦ୍ୱିତୀୟ ଥର ପାଇଁ ରାଜ୍ୟସଭାକୁ ନିର୍ବାଚିତ ହୋଇଛନ୍ତି । ସେ ପୂର୍ବରୁ ୨୦୦୦ ରୁ ୨୦୦୪ ପର୍ଯ୍ୟନ୍ତ ଉଚ୍ଚ ସଦନରେ କାର୍ଯ୍ୟ କରିଥିଲେ । ଏପଟେ ରାଜ୍ୟସଭା ନିର୍ବାଚନରେ ବିଜୟ ପରେ ମନମୋହନ ସାମଲଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ।
ଗତ ସାଧାରଣ ନିର୍ବାଚନରେ ବିଜେପି ବିଜୟର ପ୍ରମୁଖ ବିନ୍ଧାଣୀ ଏବଂ ଦଳୀୟ ସଂଗଠନକୁ ତୃଣମୂଳ ସ୍ତରରେ ସୁଦୃଢ କରିବାରେ ମନମୋହନ ସାମଲଙ୍କ ଭୂମିକା ବେଶ୍ ଗୁରୁତ୍ୱପୂର୍ଣ୍ଣ । ମନମୋହନ ସାମଲଙ୍କ ନିର୍ବାଚନରେ ଗୋଟି ଚାଳନା ଏବଂ ରଣନୀତି ପାଇଁ ଦୀର୍ଘ ବର୍ଷ ପରେ ରାଜ୍ୟରେ କ୍ଷମତାରୁ ଫେରିଥିଲା ବିଜେପି । ଏପରିକି ଦୀର୍ଘ ସମୟ ଧରି ସାଙ୍ଗଠନିକ ରାଜନୀତିରେ ସକ୍ରିୟ ଥିବା ମନମୋହନ ବର୍ତ୍ତମାନ ବିଜେପି ଓଡ଼ିଶା ରାଜ୍ୟ ସଭାପତି ଭାବେ ଦଳୀୟ କାର୍ଯ୍ୟକଳାପର ନେତୃତ୍ୱ ଦେଉଛନ୍ତି ।

ବିଜୟ ପରେ ସୋସିଆଲ ମିଡିଆ ଏକ୍ସରେ ମନମୋହନ ସାମଲ ଲେଖିଛନ୍ତି, “ଓଡ଼ିଶାବାସୀଙ୍କ ସେବାରେ ନୂଆ ଏକ ସଂକଳ୍ପ… ମୋ ପ୍ରତି ଆସ୍ଥା, ବିଶ୍ବାସ ଏବଂ ଭରଷା ପ୍ରକଟ କରି ମୋତେ ରାଜ୍ୟସଭା ସାଂସଦ ରୂପେ ନିର୍ବାଚିତ କରିଥିବାରୁ ବିଜେପି ପରିବାରର ସମସ୍ତ ସଦସ୍ୟଙ୍କ ନିକଟରେ ମୁଁ କୃତଜ୍ଞ । ମୋତେ ଯୋଗ୍ୟ ବିବେଚନା କରି ରାଜ୍ୟସଭା ସାଂସଦ ରୂପେ ସେବା କରିବାକୁ ସୁଯୋଗ ଦେଇଥିବାରୁ ଆମ ଦଳର ଶ୍ରେଷ୍ଠ ନେତୃତ୍ୱ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ରାଷ୍ଟ୍ରୀୟ ଅଧ୍ୟକ୍ଷ ନିତୀନ ନବୀନ ଏବଂ ଗୃହମନ୍ତ୍ରୀ ଅମିତ ଶାହଙ୍କୁ ହୃଦୟରୁ କୃତଜ୍ଞତା ଜଣାଉଛି । ମୋର ଏହି ନୂତନ ଦାୟିତ୍ୱ କେବଳ ଓଡ଼ିଶାର ସ୍ୱାର୍ଥ ପାଇଁ ସମର୍ପିତ ରହିବ । ଓଡ଼ିଶାର ବିକାଶ ନିମନ୍ତେ ରାଜ୍ୟସଭାରେ ମୋର ସ୍ୱର କଦାପି ମଳିନ ରହିବ ନାହିଁ । ପ୍ରଧାନମନ୍ତ୍ରୀଙ୍କ ବିକଶିତ ଭାରତ ଓ ବିକଶିତ ଓଡ଼ିଶା ନିର୍ମାଣର ସ୍ୱପ୍ନକୁ ଆହୁରି ଗତି ଦେବା ନିମନ୍ତେ ମୁଁ ସର୍ବଦା କାର୍ଯ୍ୟ କରିବି ।”

  • Related Posts

    ପଶ୍ଚିମବଙ୍ଗରେ ପ୍ରଚାର ମଇଦାନରେ ମୋହନ ମାଝୀ

    ଭୁବନେଶ୍ୱର: ପଶ୍ଚିମବଙ୍ଗ ପ୍ରଚାର ମଇଦାନକୁ ଓହ୍ଲାଇବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ପଶ୍ଚିମବଙ୍ଗରେ ବିଜେପି ପ୍ରାର୍ଥୀଙ୍କ ପାଇଁ ପ୍ରଚାର କରିବେ । ନିର୍ବାଚନ ରାଲି ଓ ପ୍ରଚାର ସଭାକୁ ସମ୍ୱୋଧିତ କରି ବିଜେପି ପ୍ରାର୍ଥୀଙ୍କ ପାଇଁ ଭୋଟ ମାଗିବେ । ପୂର୍ବରୁ…

    Continue reading
    ବଦଳିବେନି କଂଗ୍ରେସ ବିଧାୟକ ଦଳ ନେତା: ଭକ୍ତ ଦାସ

    ଭୁବନେଶ୍ୱର: କଂଗ୍ରେସ ବିଧାୟକଙ୍କ ଦିଲ୍ଲୀ ଗସ୍ତ ଏବଂ ବିଧାୟକ ଦଳ ନେତା ପରିବର୍ତ୍ତନ ଚର୍ଚ୍ଚା ଭିତରେ ବଡ଼ ବୟାନ ଦେଇଛନ୍ତି ପିସିସି ସଭାପତି । କହିଛନ୍ତି, କଂଗ୍ରେସ ବିଧାୟକ ମାନେ ଦିଲ୍ଲୀ ବୁଲିବାକୁ ଯାଇଛନ୍ତି । କଂଗ୍ରେସ ବିଧାୟକ ଦଳ ନେତା…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ‘ମନ୍ କି ବାତ୍’ କାର୍ଯ୍ୟକ୍ରମର ୧୩୨ତମ ପର୍ବରେ ସମ୍ବଲପୁରର ସୁଜାତା ଭୁୟାଁଙ୍କୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

    ସାଇବର ଅପରାଧରୁ ସୁରକ୍ଷା ସମ୍ପର୍କରେ ମହିଳା ଆୟୋଗଙ୍କ କର୍ମଶାଳା

    ଖରାଦିନର ଖାଦ୍ୟ

    ୧୪-୧୫ ବର୍ଷର କିଶୋରୀଙ୍କୁ ସର୍ଭିକାଲ୍‌ କ୍ୟାନ୍‌ସର ଟୀକା

    ହାତଗଣ୍ଠି ପରେ ଜଣାପଡ଼ିଲା ବର କିନ୍ନର

    ହାତଗଣ୍ଠି ପରେ ଜଣାପଡ଼ିଲା ବର କିନ୍ନର

    ଭାଲେଣ୍ଟାଇନ୍ ଦିବସ

    ଭାଲେଣ୍ଟାଇନ୍ ଦିବସ