ସଂସଦୀୟ କମିଟି ଲୋକତନ୍ତ୍ରର ଅନ୍ୟତମ ସ୍ତମ୍ଭ: ଓମ ବିର୍ଲା

ଭୁବନେଶ୍ୱର,୩୦/୦୮:ସଂସଦ ଏବଂ ରାଜ୍ୟ/କେନ୍ଦ୍ରଶାସିତ ଅଞ୍ଚଳ ବିଧାନସଭାର ଅନୁସୂଚିତ ଜାତି ଏବଂ ଅନୁସୂଚିତ ଜନଜାତି କଲ୍ୟାଣ କମିଟିର ଅଧ୍ୟକ୍ଷମାନଙ୍କ ଦୁଇ ଦିନିଆ ଜାତୀୟ ସମ୍ମିଳନୀରେ ଯୋଗ ଦେବା ପାଇଁ ଲୋକସଭାର ବାଚସ୍ପତି ଶ୍ରୀ ଓମ ବିର୍ଲା ଭୁବନେଶର ଗସ୍ତ ରେ ଆସିଥିବା ବେଳେ ଆଜି ସମ୍ମିଳନୀର ଉଦଯାପନୀ ଉତ୍ସବ ଶେଷରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଗଣମାଧ୍ୟମର ପ୍ରତିନିଧି ମାନଙ୍କୁ ସମ୍ବୋଧିତ କରି କହିଲେ ଯେ ଭୁବନେଶ୍ୱରରୁ ଅନୁସୂଚିତ ଜାତି ଅନୁସୂଚିତ ଜନଜାତିଙ୍କ ବିକାଶର ରୋଡ଼ମ୍ୟାପ ଆରମ୍ଭ ହେବ ।
୨୫ ବର୍ଷ ପରେ ଏବଂ ଦିଲ୍ଲୀ ବାହାରେ ପ୍ରଥମ ଥର ପାଇଁ ଓଡିଶାରେ ଏହି ସମ୍ମିଳନୀ ସଫଳତାର ସହ ଅନୁଷ୍ଠିତ ହୋଇଛି । ଅନୁସୂଚିତ ଜାତି,ଅନୁସୂଚିତ ଜନଜାତିଙ୍କ ସକାଶେ ଅନେକ ଯୋଜନା କରାଯାଇଛି ଏବଂ ସେଗୁଡିକର ସଠିକ ପ୍ରଣୟନ ହେଲେ ଏହି ବର୍ଗ ସମାଜରେ ଅନ୍ୟମାନଙ୍କ ଭଳି ଉନ୍ନତି କରିବା ସହ ତାଳମିଳାଇ ଆଗକୁ ଅଗ୍ରସର ହେଇପାରିବେ । ସଂସଦୀୟ କମିଟି ବଜେଟ ସମୀକ୍ଷା କରିବା ସହ ଶତପ୍ରତିଶତ ଖର୍ଚ୍ଚ ପାଇଁ ଚେଷ୍ଟିତ ହେବା ଜରୁରୀ ବୋଲି କହିଥିଲେ । ପ୍ରଯୁକ୍ତିବିଦ୍ୟା ଏବଂ ସୁଶାସନକୁ ଗ୍ରହଣ କଲେ ବଞ୍ଚିତ ବର୍ଗ ଉନ୍ନତିରେ ଏହା ନିର୍ଣ୍ଣାୟକ ଭୂମିକା ଗ୍ରହଣ କରିବ । ଏହି କର୍ମଶାଳାରେ ରାଜ୍ୟ ଏବଂ କେନ୍ଦ୍ରର କମିଟି ଗୁଡିକ ଦ୍ଵାରା ବଞ୍ଚିତ ବର୍ଗ ପାଇଁ ବିଭିନ୍ନ ସମସ୍ୟା ର ସମାଧାନ ବାବଦରେ ଅଲୋଚନା ହୋଇଛି । ମିଳିଥିବା ମତାମତ ରୁ ସଂସଦୀୟ କମିଟି ଲୋକଙ୍କ ହିତରେ ଆବଶ୍ୟକୀୟ ପଦକ୍ଷେପ ଗ୍ରହଣ କରି ସେସବୁକୁ କାର୍ଯ୍ୟକାରୀ କରାଯିବ ବୋଲି ଗଣମାଧ୍ୟମ କୁ ଜଣାଇଥିଲେ । ଗଣମାଧ୍ୟମର ପ୍ରତିନିଧି ମାନଙ୍କର ବିଭିନ୍ନ ପ୍ରଶ୍ନର ଉତ୍ତରରେ ଶ୍ରୀ ବିର୍ଲା କହିଲେ ଯେ ଏହି ସମ୍ମିଳନୀର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ଅନୁସୂଚିତ ଜାତି ଅନୁସୂଚିତ ଜନଜାତିମାନଙ୍କ ସମସ୍ୟା, ସୁବିଧା, ସୁରକ୍ଷା ଓ କଲ୍ୟାଣମୂଳକ କାର୍ଯ୍ୟକ୍ରମର ସଫଳ ପ୍ରଣଯନ ସହ ଏହାକୁ କିପରି ତ୍ୱରାନ୍ୱିତ କରା ଯାଇପାରିବ ସେ ଦିଗରେ ଗୁରୁତ୍ଵ ଦିଆଯିବ । ଏହି ସମ୍ମିଳନୀ ରୁ ମିଳିଥିବା ନିଷ୍କର୍ଷ କାର୍ଯ୍ୟକ୍ରମ ରୂପାୟନ ସହିତ ଅଭିଜ୍ଞତା, ସର୍ବୋତ୍କୃଷ୍ଟ ପ୍ରୟୋଗ ଓ ଭାବ ବିନିମୟ ପାଇଁ ମଞ୍ଚ ଯୋଗାଇଦେବ ।
ଏହି ଅବସରରେ ଅନୁସୂଚିତ ଜାତି ଅନୁସୂଚିତ ଜନଜାତି କଲ୍ୟାଣ ସଂସଦୀୟ କମିଟି ର ଅଧ୍ୟକ୍ଷ ଡ଼ ଫଗନ ସିଂ କୁଲସ୍ତେ କହିଥିଲେ ଯେ, ବଞ୍ଚିତ ବର୍ଗ ମାନଙ୍କର ସାମାଜିକ ଓ ଆର୍ଥିକ ଉନ୍ନତି ପାଇଁ କମିଟି ପ୍ରତିଶୃତିବଦ୍ଧ । ସେ, ସମସ୍ତଙ୍କୁ ଏକଜୁଟ ହୋଇ କାମ କରି ଅନୁସୂଚିତ ଜାତି ଅନୁସୂଚିତ ଜନଜାତିମାନଙ୍କ ପାଖରେ ସରକାରଙ୍କ କଲ୍ୟାଣମୂଳକ ଯୋଜନାର ଲାଭ ପହଞ୍ଚାଇବାରେ ସକ୍ରିୟ ଭୂମିକା ଗ୍ରହଣ କରିବାକୁ ଆହ୍ୱାନ କରିଥିଲେ । ସମ୍ମିଳନୀରେ ଶିକ୍ଷା, ସ୍ୱାସ୍ଥ୍ୟ, ଜୀବିକା, ସାମାଜିକ-ଆର୍ଥିକ ସଶକ୍ତିକରଣ ସମ୍ପର୍କରେ ଆଲୋଚନା ହୋଇଥିଲା । ସମ୍ମିଳନୀରେ ଗ୍ରହଣ କରାଯାଇଥିବା ପ୍ରସ୍ତାବମାନ ସଂସଦ ଓ ରାଜ୍ୟ ବିଧାନସଭା ପାଇଁ ମାର୍ଗଦର୍ଶକ ଭାବେ କାର୍ଯ୍ୟ କରିବ, ଯାହା ଅନୁସୂଚିତ ଜାତି ଅନୁସୂଚିତ ଜନଜାତିମାନଙ୍କ ପାଇଁ କଲ୍ୟାଣକାରୀ ପଦକ୍ଷେପକୁ ଆହୁରି ତ୍ୱରାନ୍ୱିତ କରିପାରିବ। ଏହି ସାମ୍ବାଦିକ ସମ୍ମିଳନୀ ପ୍ରାରମ୍ଭରେ ଓଡିଶା ବିଧାନସଭାର ବାଚସ୍ପତି ଶ୍ରୀମତୀ ସୁରମା ପାଢୀ ସ୍ଵାଗତ ସୂଚନା ଦେଇଥିବା ବେଳେ ବିଧାନସଭା ସଚିବ ଶ୍ରୀ ସତ୍ୟବ୍ରତ ରାଉତ ଧନ୍ୟବାଦ ଅର୍ପଣ କରିଥିଲେ ।

  • Related Posts

    ସାର୍ବଜନୀନ ଅଧିକାରର ସୁନିଶ୍ଚିତତା ଓ ଅନ୍ତର୍ଭୁକ୍ତୀକରଣ ସମାଜ ପାଇଁ ଓଡ଼ିଶା ସରକାରଙ୍କ ସହ ଟାଟା ଷ୍ଟିଲ ଫାଉଣ୍ଡେସନର ଏମଓୟୁ

    ଭୁବନେଶ୍ୱର,01।09: ଭୁବନେଶ୍ୱରର ରେଳ ଅଡିଟୋରିଅମରେ ସ୍ୱାୟତ୍ତ ଶାସନ ଦିବସ ପାଳନ ଉପଲକ୍ଷେ ଆୟୋଜିତ ରାଜ୍ୟସ୍ତରୀୟ ଉତ୍ସବରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଉପସ୍ଥିତିରେ ଟାଟା ଷ୍ଟିଲ ଫାଉଣ୍ଡେସନ ଓଡ଼ିଶା ସରକାରଙ୍କ ଗୃହ ଏବଂ ନଗର ଉନ୍ନୟନ ବିଭାଗ (ଏଚଆଣ୍ଡୟୁଡିଡି) ସହିତ ଏକ…

    Continue reading
    ୨୦୨୬ ଏପ୍ରିଲ ସୁଦ୍ଧା ରାଜ୍ୟର ସମସ୍ତ ପୌରାଞ୍ଚଳକୁ ଗର୍ତ୍ତମୁକ୍ତ ହେବ : ମୁଖ୍ୟମନ୍ତ୍ରୀ

    ଭୁବନେଶ୍ୱର, 31 August 2025: ୨୦୨୬ ଏପ୍ରିଲ ସୁଦ୍ଧା ରାଜ୍ୟର ସମସ୍ତ ପୌରାଞ୍ଚଳକୁ ଗର୍ତ୍ତମୁକ୍ତ (Pothole-free) ଏବଂ ମୁକୁଳା ଡ୍ରେନ ବନ୍ଦ କରିବା ପାଇଁ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ନିର୍ଦ୍ଦେଶ ଦେଇଛନ୍ତି। ଆଜି ସ୍ଥାନୀୟ ରେଲ୍ ଅଡିଟୋରିଅମ ରେ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ଖଣି ମାଲିକ ଘରେ ଇଡି ରେଡ୍ ୧୦କାର୍, ୩ ସୁପର ବାଇକ୍ ଓ କୋଟିଏ ଟଙ୍କାର ଗହଣା ଜବତ

    ସାର୍ବଜନୀନ ଅଧିକାରର ସୁନିଶ୍ଚିତତା ଓ ଅନ୍ତର୍ଭୁକ୍ତୀକରଣ ସମାଜ ପାଇଁ ଓଡ଼ିଶା ସରକାରଙ୍କ ସହ ଟାଟା ଷ୍ଟିଲ ଫାଉଣ୍ଡେସନର ଏମଓୟୁ

    ଗାଁରେ ବାଘ ପାଦଚିହ୍ନ : ସତର୍କ ସୂଚନା ଜାରି କଲା ବନବିଭାଗ

    ଚାକିରି ନାଁରେ ଘରୁ ଆଣି ଗଣଦୁଷ୍କର୍ମ ଅଭିଯୋଗ ଏକ ନାଟକ: ଉଦଳା ପୋଲିସ

    ଡ୍ରାଗନ ଏବଂ ହାତୀ ଏକା ସାଥୀରେ ରହିବା ଜରୁରୀ: ଜିନପିଙ୍ଗ

    ୨୦୨୬ ଏପ୍ରିଲ ସୁଦ୍ଧା ରାଜ୍ୟର ସମସ୍ତ ପୌରାଞ୍ଚଳକୁ ଗର୍ତ୍ତମୁକ୍ତ ହେବ : ମୁଖ୍ୟମନ୍ତ୍ରୀ