ସଚିନ ତେନ୍ଦୁଲକରଙ୍କ ବୋହୂ ହେଲେ ସାନିଆ

ମୁମ୍ବାଇ: ମାଷ୍ଟର ବ୍ଲାଷ୍ଟର ସଚିନ ତେନ୍ଦୁଲକରଙ୍କ ପୁତ୍ର ତଥା କ୍ରିକେଟର୍‌ ଅର୍ଜୁନ ତେନ୍ଦୁଲକର ଓ ସାନିଆ ଚାନ୍ଦୋକ୍‌ଙ୍କ ବିବାହ ଗୁରୁବାର ସମ୍ପନ୍ନ ହୋଇଛି। ପରିବାରବର୍ଗ ଓ ଅଳ୍ପ କିଛି ପାରିବାରିକ ବନ୍ଧୁଙ୍କ ଉପସ୍ଥିତିରେ ମୁମ୍ବାଇର ବିଳାଶମୟ ପଞ୍ଚତାରକା ହୋଟେଲ୍‌ ସେଣ୍ଟ୍‌ ରେଗିସ୍‌ରେ ଏହି ବିବାହ ସମ୍ପନ୍ନ ହୋଇଛି। ଗତ ବର୍ଷ ଅଗଷ୍ଟ ମାସରେ ଉଭୟଙ୍କ ନିର୍ବନ୍ଧ ଅନୁଷ୍ଠିତ ହୋଇଥିଲା। ମାଷ୍ଟର ବ୍ଲାଷ୍ଟର ସଚିନ ତେନ୍ଦୁଲକରଙ୍କ ପୁତ୍ର ତଥା କ୍ରିକେଟର୍‌ ଅର୍ଜୁନ ତେନ୍ଦୁଲକର ଓ ସାନିଆ ଚାନ୍ଦୋକ୍‌ଙ୍କ ବିବାହ ଗୁରୁବାର ସମ୍ପନ୍ନ ହୋଇଛି। ପରିବାରବର୍ଗ ଓ ଅଳ୍ପ କିଛି ପାରିବାରିକ ବନ୍ଧୁଙ୍କ ଉପସ୍ଥିତିରେ ମୁମ୍ବାଇର ବିଳାଶମୟ ପଞ୍ଚତାରକା ହୋଟେଲ୍‌ ସେଣ୍ଟ୍‌ ରେଗିସ୍‌ରେ ଏହି ବିବାହ ସମ୍ପନ୍ନ ହୋଇଛି।
ଅର୍ଜୁନ ତେନ୍ଦୁଲକରଙ୍କ ପତ୍ନୀ ସାନିଆ ଚାନ୍ଦୋକ୍ ହେଉଛନ୍ତି ମୁମ୍ବାଇର ଜଣାଶୁଣା ବ୍ୟବସାୟୀ ତଥା ଗ୍ରାଭିସ୍ ଗ୍ରୁପର ଅଧ୍ୟକ୍ଷ ରବି ଚାନ୍ଦୋକ୍‌ଙ୍କ ନାତୁଣୀ। ଗ୍ରାଭିସ୍ ଗ୍ରୁପ ହୋଟେଲ, ଆଇସକ୍ରିମ୍‌ ଓ ଅନ୍ୟ କେତେକ ଖାଦ୍ୟ ବ୍ୟବସାୟରେ ଏକ ଜଣାଶୁଣା ନାମ। ନିଜେ ସାନିଆ ଲଣ୍ଡନ ସ୍କୁଲ ଅଫ ଇକୋନୋମିକ୍ସରେ ପାଠ ପଢିବା ସହ ଭେଟନାରି ଟେକନିସିଆନ୍ ଡିପ୍ଲୋମା ମଧ୍ୟ ହାସଲ କରିଛନ୍ତି। ପରିବାରର ଏହି ବ୍ୟବସାୟ ସାମ୍ରାଜ୍ୟଠାରୁ ଅଲଗା ଏକ ନିଜସ୍ବ ଷ୍ଟାର୍ଟଅପ୍ ଆରମ୍ଭ କରିଛନ୍ତି ସାନିଆ। ତାହା ହେଉଛି ‘ମିଃ ପ’ଜ୍ ପେଟ୍ ସ୍ପା’। ଏହା ପୋଷା କୁକୁରମାନଙ୍କୁ ଚିକିତ୍ସା ଓ ଯତ୍ନ ପାଇଁ କାମ କରିଥାଏ।

  • Related Posts

    ଜିମ୍‌ ନ ଯାଇ ରୁହନ୍ତୁ ଫିଟ୍‌

    ଦିନକୁ ଦିନ ମଣିଷର ଜୀବନଶୈଳୀ ପରିବର୍ତ୍ତନ ହେବାରେ ଲାଗିଛି । ମଣିଷ ଆଜିକାଲି ଫିଟ ରହିବା ଉପରେ ଅଧିକ ଗୁରୁତ୍ୱ ଦେଉଛି । ଏଥିପାଇଁ ଜିମ ଅଧିକ ଲୋକଙ୍କ ପସନ୍ଦ ପାଲଟିଛି । ଆପଣ ଦେଖୁଥିବା ସକାଳ ହେଲେ ପାର୍କରେ ଓପନ…

    Continue reading
    ସ୍ୱାସ୍ଥ୍ୟ ପାଇଁ ଉପକାରୀ କଖାରୁ ମଞ୍ଜି,ଜାଣନ୍ତୁ

    ଦୈନନ୍ଦିନ ଜୀବନରେ ଆମେ ଖାଦ୍ୟରେ ଅନେକ ପନିପରିବା ଖାଇଥାଉ । ତନ୍ମଧ୍ୟରୁ କେଉଁ ପରିବା ସ୍ୱାସ୍ଥ୍ୟ ପାଇଁ କେତେ ଜରୁରୀ ତାହା ଜାଣିବା ନିହାତି ଆବଶ୍ୟକ । କଖାରୁ ଏକ ପୁଷ୍ଟିକର ପନିପରିବା, ଯାହା ସ୍ୱାସ୍ଥ୍ୟ ପାଇଁ ଅନେକ ଲାଭ ହୋଇଥାଏ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ‘ମନ୍ କି ବାତ୍’ କାର୍ଯ୍ୟକ୍ରମର ୧୩୨ତମ ପର୍ବରେ ସମ୍ବଲପୁରର ସୁଜାତା ଭୁୟାଁଙ୍କୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

    ସାଇବର ଅପରାଧରୁ ସୁରକ୍ଷା ସମ୍ପର୍କରେ ମହିଳା ଆୟୋଗଙ୍କ କର୍ମଶାଳା

    ଖରାଦିନର ଖାଦ୍ୟ

    ୧୪-୧୫ ବର୍ଷର କିଶୋରୀଙ୍କୁ ସର୍ଭିକାଲ୍‌ କ୍ୟାନ୍‌ସର ଟୀକା

    ହାତଗଣ୍ଠି ପରେ ଜଣାପଡ଼ିଲା ବର କିନ୍ନର

    ହାତଗଣ୍ଠି ପରେ ଜଣାପଡ଼ିଲା ବର କିନ୍ନର

    ଭାଲେଣ୍ଟାଇନ୍ ଦିବସ

    ଭାଲେଣ୍ଟାଇନ୍ ଦିବସ