ସବୁ କଲେଜରେ ଆଇସିସି ଗଠନ ବାଧ୍ୟତାମୂଳକ

ଭୁବନେଶ୍ୱର: ସମସ୍ତ ସରକାରୀ, ବେସରକାରୀ ଅନୁଦାନପ୍ରାପ୍ତ କଲେଜରେ ଆଭ୍ୟନ୍ତରୀଣ ଅଭିଯୋଗ କମିଟି (ଆଇସିସି) ଗଠନକୁ ଗୁରୁତ୍ୱ ଦିଆଯିବ । ଯେଉଁଠି ଆଇସିସି ନାହିଁ ସେଠାରେ ତୁରନ୍ତ ଗଠନ କରିବାକୁ ନିର୍ଦ୍ଦେଶ ହୋଇଛି । ଏଥିସହ ସମସ୍ତ କଲେଜକୁ ଆଇସିସି କମିଟିର କାର୍ଯ୍ୟକାରୀ ତଥ୍ୟ ପ୍ରଦାନ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ଏନେଇ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ସମସ୍ତ ସରକାରୀ, ବେସରକାରୀ ଅନୁଦାନପ୍ରାପ୍ତ ଓ ଅଣଅନୁଦାନପ୍ରାପ୍ତ ପ୍ରଫେସନାଲ କଲେଜର ଅଧ୍ୟକ୍ଷଙ୍କୁ ଚିଠି କରାଯାଇଛି ।
ଭୁବନେଶ୍ୱର ଆଞ୍ଚଳିକ ଶିକ୍ଷା ନିର୍ଦ୍ଦେଶାଳୟ ପକ୍ଷରୁ ସମସ୍ତ କଲେଜକୁ ଆଇସିସିର ତଥ୍ୟ ପ୍ରଦାନ କରିବାକୁ ନିର୍ଦ୍ଦେଶ ହୋଇଛି । ଯଦି ଏଥିରେ କୌଣସି ଶିକ୍ଷାନୁଷ୍ଠାନ ଖିଲାପ କରନ୍ତି ସେ ୨୦୨୬-୨୭ ଶିକ୍ଷାବର୍ଷରେ ନାମଲେଖା ପ୍ରକ୍ରିୟାରୁ ବାଦ ପଡ଼ିବେ । ଚିଠିରେ କୁହାଯାଇଛି, ସମସ୍ତ ଉଚ୍ଚଶିକ୍ଷାନୁଷ୍ଠାନରେ ଆଇସିସି ଗଠନ କରିବା ବାଧ୍ୟତାମୂଳକ । ଏଥିରେ ଶିକ୍ଷାନୁଷ୍ଠାନର ଛାତ୍ରଛାତ୍ରୀ, ଅଧ୍ୟାପକ, ଅଧ୍ୟାପିକା ଓ କର୍ମଚାରୀମାନେ ନିଜର ଅଭିଯୋଗ କରିବେ । କମିଟି ଏହାକୁ ସମାଧାନ କରିବ । ଯେଉଁ ଶିକ୍ଷାନୁଷ୍ଠାନରେ ଆଇସିସି ନାହିଁ ସେଠାରେ ଗଠନ କରିବାକୁ ନିର୍ଦ୍ଦେଶ ହୋଇଛି ।

ଯେଉଁ ଶିକ୍ଷାନୁଷ୍ଠାନ ମାନଙ୍କରେ ଆଇସିସି ରହିଛି, ତାହା କିପରି କାର୍ଯ୍ୟକ୍ଷମ କରୁଛି ତାର ସବିଶେଷ ତଥ୍ୟ ମାଗିଛି ବିଭାଗ । ୭ ଦିନ ମଧ୍ୟରେ ଅର୍ଥାତ୍ ୧୭ ତାରିଖ ମଧ୍ୟରେ ଏହାର ରିପୋର୍ଟ ଦାଖଲ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ଏହି ରିପୋର୍ଟ ଦେବାରେ ଯେଉଁ ଶିକ୍ଷାନୁଷ୍ଠାନ ଅବହେଳା କରିବେ ତାଙ୍କୁ ଚଳିତ ୨୦୨୬- ୨୭ ଶିକ୍ଷାବର୍ଷରେ ନାମଲେଖାରୁ ବାଦ ଦିଆଯିବ । ଆବଶ୍ୟକ ହେଲେ କଠୋର କାର୍ଯ୍ୟାନୁଷ୍ଠାନ ନିଆଯିବ ।

  • Related Posts

    ରାଜ୍ୟସ୍ତରୀୟ କୃଷକ ଦିବସ ଓ ଅକ୍ଷୟ ତୃତୀୟାରେ ମୁଖ୍ୟମନ୍ତ୍ରୀଙ୍କ ଉପହାର, ୪୧.୬୮ ଲକ୍ଷରୁ ଅଧିକ ଚାଷୀଙ୍କୁ ୮୩୮ କୋଟିରୁ ଉର୍ଦ୍ଧ୍ବ ସହାୟତା

    ଭୁବନେଶ୍ୱର, ୨୦ ଏପ୍ରିଲ ୨୦୨୬: ପବିତ୍ର ଅକ୍ଷୟ ତୃତୀୟା ଓ ରାଜ୍ୟସ୍ତରୀୟ କୃଷକ ଦିବସ ଅବସରରେ କଟକ ସ୍ଥିତ କେନ୍ଦ୍ରୀୟ ଧାନ ଗବେଷଣା କେନ୍ଦ୍ର ଠାରେ ଆୟୋଜିତ ଭବ୍ୟ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ରାଜ୍ୟର କୃଷକମାନଙ୍କ ପାଇଁ…

    Continue reading
    ସୋଆ ‘ଜାଗୋ’ ପକ୍ଷରୁ ଜଳ ସେବା ଶିବିର ଆୟୋଜିତ

    ଭୁବନେଶ୍ୱର, ଏପ୍ରିଲ ୨୦: ଶିକ୍ଷା ଓ ଅନୁସନ୍ଧାନ (ସୋଆ) ଅନ୍ତର୍ଗତ ‘ଜାଗୋ’ କ୍ଲବ ପକ୍ଷରୁ ସୋମବାର ଜଳ ସେବା ଶିବିର ବିଶ୍ୱବିଦ୍ୟାଳୟର ମୁଖ୍ୟ କାର୍ଯ୍ୟାଳୟ ସମ୍ମୁଖରେ ଆୟୋଜିତ ହୋଇଯାଇଛି । ଏହି ମହତ୍ କାର୍ଯ୍ୟ ଅବସରରେ ସୋଆର ଉପକୁଳପତି ପ୍ରଫେସର ପ୍ରଶାନ୍ତ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ‘ମନ୍ କି ବାତ୍’ କାର୍ଯ୍ୟକ୍ରମର ୧୩୨ତମ ପର୍ବରେ ସମ୍ବଲପୁରର ସୁଜାତା ଭୁୟାଁଙ୍କୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

    ସାଇବର ଅପରାଧରୁ ସୁରକ୍ଷା ସମ୍ପର୍କରେ ମହିଳା ଆୟୋଗଙ୍କ କର୍ମଶାଳା

    ଖରାଦିନର ଖାଦ୍ୟ

    ୧୪-୧୫ ବର୍ଷର କିଶୋରୀଙ୍କୁ ସର୍ଭିକାଲ୍‌ କ୍ୟାନ୍‌ସର ଟୀକା

    ହାତଗଣ୍ଠି ପରେ ଜଣାପଡ଼ିଲା ବର କିନ୍ନର

    ହାତଗଣ୍ଠି ପରେ ଜଣାପଡ଼ିଲା ବର କିନ୍ନର

    ଭାଲେଣ୍ଟାଇନ୍ ଦିବସ

    ଭାଲେଣ୍ଟାଇନ୍ ଦିବସ