
ବ୍ରହ୍ମପୁର: ବ୍ରହ୍ମପୁର ବ୍ୟବସାୟୀ ସୁଧୀର ପାତ୍ରଙ୍କ ହତ୍ୟା ଘଟଣାରେ ନୂଆ ଟୁଇଷ୍ଟ। ସମ୍ପତ୍ତି ପାଇଁ ନୁହେଁ, ବରଂ ଇର୍ଷାରୁ ହୋଇଛି ଏହି ହତ୍ୟାକାଣ୍ଡ। ଏମିତି କିଛି ସାଂଘାତିକ ଅଭିଯୋଗ ଆଣିଛନ୍ତି ସୁଧୀରଙ୍କ ଝିଅ।ସୁଧୀରଙ୍କ ଝିଅ କହିଛନ୍ତି, ଇର୍ଷା ଯୋଗୁ ସେମାନେ ବାପାଙ୍କୁ ମାରି ଦେଇଛନ୍ତି। ବଡବୋଉ କହିଥିଲେ ତମକୁ କେବେ ଶାନ୍ତିରେ ରହିବାକୁ ଦେବୁନି। ଭାଇ ତୁଷାର ଓ ବଡ଼ ଭଉଣୀ ନିବେଦିତା ଏମିତି କରିଥିବେ ବୋଲି ବିଶ୍ବାସ ହେଉନି ବୋଲି ସୁଧୀରଙ୍କ ଝିଅ କହିଛନ୍ତି।
ବାପା ସବୁ ସମ୍ପତ୍ତି ନିବେଦିତା ଓ ତୁଷାରଙ୍କ ନାଁରେ କରିଦେଇଥିଲେ। ବାପା ନିବେଦିତାଙ୍କ ପାଇଁ ବହୁ ଭଲ ପ୍ରସ୍ତାବ ଖୋଜୁଥିଲେ। କାହାକୁ ପସନ୍ଦ କରୁଛି କି ବୋଲି ନିବେଦିତାଙ୍କୁ ସୁଧୀର ପଚାରିଥିଲେ। ହତ୍ୟାକାରୀଙ୍କ ବିରୋଧରେ କଡା ଦଣ୍ଡ ଦିଆଯାଉ ବୋଲି ଦାବି କରିଛନ୍ତି ସୁଧୀରଙ୍କ ଝିଏ।
ପ୍ରକାଶ ଯେ ସୁଧୀର ପାତ୍ର ହତ୍ୟା ମାମଲାରେ ଆଜି ୫ ଜଣ ଅଭିଯୁକ୍ତଙ୍କୁ ରିମାଣ୍ଡରେ ନେଇ ପାରେ ପୁଲିସ । ଗତକାଲି ଅଭିଯୁକ୍ତ ମାନଙ୍କୁ ରିମାଣ୍ଡରେ ନେବା ପାଇଁ ମାନ୍ୟବର ଅଦାଲତଙ୍କ ନିକଟରେ ଆବେଦନ କରିଥିଲା ପୁଲିସ୍ । ତେବେ ଆବେଦନ କିଛି ସମୟ ପରେ ୫ ଅଭିଯୁକ୍ତ ଙ୍କୁ ୩ ଦିନିଆ ରିମାଣ୍ଡରେ ନେବାକୁ ଅନୁମତି ଦେଇଛନ୍ତି ବ୍ରହ୍ମପୁର ଜେଏମଏଫସି ରୁରାଲ କୋର୍ଟ ।
ଅଭିଯୁକ୍ତ ସୂର୍ଯ୍ୟପ୍ରତାପ ସିଂ, ନାରାୟଣ ପ୍ରଧାନ, କାଳୁ ଚରଣ ପ୍ରଧାନ, ଜିତୁନ ପଲେଇ ଓ ଆଶିଷ ମହାପାତ୍ରଙ୍କୁ ପୁଲିସ ରିମାଣ୍ଡରେ ନେଇ ଅଧିକ ପଚରା ଉଚରା କରିବ ପୋଲିସ। ରିମାଣ୍ଡରେ ନେବା ଲାଗି ମାମଲାର ତଦନ୍ତ ଅଧିକାରୀ ଙ୍କୁ ଅନୁମତି ମିଳିସାରିଛି। ଆଉ କିଛି ସମୟ ପରେ ଜେଲ୍ ରେ ଥିବା ଅଭିଯୁକ୍ତ ମାନଙ୍କୁ ପୁଲିସ ନେବ ବୋଲି ଜଣା ପଡ଼ିଛି ।



