
ଭୁବନେଶ୍ୱର : ସମ୍ବଲପୁରରେ ଅଏଲ ଇଣ୍ଡିଆ ସହଯୋଗରେ ନିର୍ମାଣ ହେବାକୁ ଥିବା କମ୍ପ୍ରେସଡ୍ ବାୟୋ-ଗ୍ୟାସ୍ (ସିବିଜି) ପ୍ଲାଣ୍ଟ୍ ପ୍ରକଳ୍ପର ଅଗ୍ରଗତି ନେଇ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ତଥା ସମ୍ବଲପୁର ସାଂସଦ ଧର୍ମେନ୍ଦ୍ର ପ୍ରଧାନ ଟେଲିଫୋନ ଯୋଗେ ଅଏଲ ଇଣ୍ଡିଆ ଲିମିଟେଡର ସିଏମଡି, ସମ୍ବଲପୁର ଜିଲ୍ଲାପାଳ ଏବଂ ସମ୍ବଲପୁର ମହାନଗର ନିଗମର କମିଶନରଙ୍କ ସହ ନୂଆଦିଲ୍ଲୀରୁ ଟେଲିଫୋନ ଯୋଗେ ଆଲୋଚନା କରିଛନ୍ତି ।
ସମ୍ବଲପୁର ସହରର ବର୍ଜ୍ୟବସ୍ତୁ ପରିଚାଳନାକୁ ସୁଦୃଢ଼ କରିବା ଏବଂ ସ୍ୱଚ୍ଛ ଉର୍ଜା ଉତ୍ପାଦନ ଲକ୍ଷ୍ୟରେ ସହଯୋଗରେ ଏହି ପ୍ଲାଣ୍ଟ ସ୍ଥାପନା ହେବ । ଏହି ପ୍ଲାଣ୍ଟ୍ ଦୈନିକ ୨୦୦ ଟନ୍ ଜୈବିକ ବର୍ଜ୍ୟବସ୍ତୁକୁ ପ୍ରକ୍ରିୟାକରଣ କରି ପ୍ରାୟ ୯ ଟନ୍ କମ୍ପ୍ରେସଡ୍ ବାୟୋ-ଗ୍ୟାସ୍ ଉତ୍ପାଦନ କରିବ । ଏହା ମାନ୍ୟବର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ‘ବର୍ଜ୍ୟବସ୍ତୁରୁ ସମ୍ପଦ’ ଆହ୍ୱାନର ଏକ ସଫଳ ରୂପାୟନ । ଏହି ପଦକ୍ଷେପ କେବଳ ପରିବେଶକୁ ସ୍ୱଚ୍ଛ ରଖିବ ନାହିଁ ବରଂ ଓଡ଼ିଶା ସମେତ ଦେଶର ଉର୍ଜା ଆବଶ୍ୟକତାକୁ ପୂରଣ କରିବ ଏବଂ ସ୍ଥାନୀୟ ଅର୍ଥନୀତିକୁ ମଜଭୂତ କରିବା ସହ ନୂଆ ରୋଜଗାର ସୃଷ୍ଟି ହେବ । ପ୍ରକଳ୍ପ କାର୍ୟ୍ୟାନ୍ୱୟନକୁ ତ୍ୱରାନ୍ୱିତ କରିବା ଉପରେ ଆଲୋଚନାରେ ଗୁରୁତ୍ୱ ଦିଆଯାଇଛି।




