ସରକାରୀ ମେଡିକାଲ କଲେଜଗୁଡ଼ିକରେ ପ୍ରଶାସନିକ ସ୍ତରରେ ପରିବର୍ତ୍ତନ

ଭୁବନେଶ୍ୱର: ଓଡ଼ିଶା ସରକାର ରବିବାର ରାଜ୍ୟର ପ୍ରମୁଖ ସରକାରୀ ମେଡିକାଲ କଲେଜଗୁଡ଼ିକରେ ପ୍ରଶାସନିକ ସ୍ତରରେ ପରିବର୍ତ୍ତନ କରିଛନ୍ତି । ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଜାରି କରିଥିବା ନିର୍ଦେଶ (ନୋଟିଫିକେଶନ୍) ଅନୁସାରେ, ବର୍ତ୍ତମାନ ପିଆରଏମ ମେଡିକାଲ କଲେଜ, ବାରିପଦାର ଡିନ୍ ଓ ପ୍ରିନ୍ସିପାଲ ଥିବା ପ୍ରଫେସର (ଡାକ୍ତର) ପ୍ରତିଭା ପଣ୍ଡାଙ୍କୁ କଟକର ଏସସିବି ମେଡିକାଲ କଲେଜର ନୂତନ ଡିନ୍ ଓ ପ୍ରିନ୍ସିପାଲ ଭାବେ ନିଯୁକ୍ତ କରାଯାଇଛି ।ଏହାସହିତ ଏସସିବି ମେଡିକାଲ କଲେଜର ଅର୍ଥୋପେଡିକ୍ସ ବିଭାଗର ପ୍ରଫେସର ଓ ବିଭାଗମୁଖ୍ୟ ଡାକ୍ତର ନିର୍ମଳ ଚନ୍ଦ୍ର ମହାପାତ୍ରଙ୍କୁ ପିଆରଏମ ମେଡିକାଲ କଲେଜ, ବାରିପଦାର ଡିନ୍ ଓ ପ୍ରିନ୍ସିପାଲ ଭାବେ ନିଯୁକ୍ତି ଦିଆଯାଇଛି ।ବର୍ତ୍ତମାନ ଏସସିବି ମେଡିକାଲ କଲେଜର ଡିନ୍ ଓ ପ୍ରିନ୍ସିପାଲ ଥିବା ପ୍ରଫେସର (ଡାକ୍ତର) ଲୁସି ଦାସଙ୍କୁ ସିଟିଭିଏସ୍ ବିଭାଗର ପ୍ରଫେସର ପଦବୀରେ ପୋଷ୍ଟିଂ କରାଯାଇଥିବା ବେଳେ ଏଥିସହ ସେ ଓବସ୍ଟେଟ୍ରିକ୍ସ ଓ ଗାଇନିକୋଲୋଜି ବିଭାଗର ମୁଖ୍ୟ ଭାବେ କାମ କରିବେ ।ଏହାସହ, ଏସସିବି ମେଡିକାଲ କଲେଜର ଫୋରେନ୍ସିକ୍ ମେଡିସିନ୍ ଓ ଟକ୍ସିକୋଲୋଜି ବିଭାଗର ପ୍ରଫେସର ଓ ବିଭାଗମୁଖ୍ୟ ଡା. ଜ୍ୟୋତିଷ ଚନ୍ଦ୍ର ଚୌଧୁରୀଙ୍କୁ ଏସସିବି ମେଡିକାଲ କଲେଜ ଓ ହସ୍ପିଟାଲର ସୁପରିଣ୍ଟେଣ୍ଡେଣ୍ଟ ଭାବେ ନିଯୁକ୍ତ କରାଯାଇଛି ।
ଅନ୍ୟପଟେ ଜିଏମସିଏଚ୍ ସୁନ୍ଦରଗଡ଼ର ଅର୍ଥୋପେଡିକ୍ସ ପ୍ରଫେସର ଡା. ସତ୍ୟଜିତ ରାୟଙ୍କୁ କଟକର ଏସସିବି ମେଡିକାଲ କଲେଜକୁ ବଦଳି କରାଯାଇଛି । ସେହିପରି, ଏମକେସିଜି ମେଡିକାଲ କଲେଜ, ବ୍ରହ୍ମପୁରରୁ ଡେପ୍ୟୁଟେସନ୍‌ରେ ଏସସିବିରେ କାମ କରୁଥିବା ଅସୋସିଏଟ୍ ପ୍ରଫେସର ଡା. ତପସ କୁମାର ପାଣିଗ୍ରାହୀଙ୍କୁ ଜିଏମସିଏଚ୍ ସୁନ୍ଦରଗଡ଼କୁ ବଦଳି କରାଯାଇଛି ।

  • Related Posts

    ୧୦ ପର୍ଯ୍ୟନ୍ତ କାଳବୈଶାଖୀ

    ଭୁବନେଶ୍ୱର: ସମୁଦ୍ର ପତ୍ତନଠାରୁ ୦.୯ କି.ମି. ଉଚ୍ଚରେ ଓଡ଼ିଶା ଏବଂ ପଡ଼ୋଶୀ ରାଜ୍ୟ ଉପରେ ଏକ ଘୂର୍ଣ୍ଣିବଳୟ ସକ୍ରିୟ ରହିଛି । ଏଥିସହ ଦକ୍ଷିଣ ଉପକୂଳ ଆନ୍ଧ୍ରପ୍ରଦେଶର ପଶ୍ଚିମ-କେନ୍ଦ୍ରୀୟ ବଙ୍ଗୋପସାଗର ଉପରେ ସମୁଦ୍ର ପତ୍ତନଠାରୁ ୧.୫ କି.ମି. ଉଚ୍ଚରେ ଆଉ ଏକ…

    Continue reading
    ନୂତନ ଭାବେ ନିଯୁକ୍ତି ପାଇଥିବା କୁଳପତିଙ୍କୁ ଉଚ୍ଚଶିକ୍ଷା ମନ୍ତ୍ରୀଙ୍କ ଅଭିନନ୍ଦନ

    ଭୁବନେଶ୍ୱର: ରାଜ୍ୟର ୧୪ଟି ବିଶ୍ୱ ବିଦ୍ୟାଳୟରେ ନୂତନ ଭାବେ କୁଳପତି ନିଯୁକ୍ତି ଦିଆଯାଇଛି। ନୂତନ କୁଳପତିମାନଙ୍କୁ ଉଚ୍ଚଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ ଅଭିନନ୍ଦନ ଜଣାଇଛନ୍ତି। ଉଚ୍ଚଶିକ୍ଷା ମନ୍ତ୍ରୀ କହିଛନ୍ତି ଯେ, କୁଳପତି ପଦବୀ ଖାଲି ଥିବା ରାଜ୍ୟର ସମସ୍ତ ୧୪ଟି ବିଶ୍ୱବିଦ୍ୟାଳୟ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ‘ମନ୍ କି ବାତ୍’ କାର୍ଯ୍ୟକ୍ରମର ୧୩୨ତମ ପର୍ବରେ ସମ୍ବଲପୁରର ସୁଜାତା ଭୁୟାଁଙ୍କୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

    ସାଇବର ଅପରାଧରୁ ସୁରକ୍ଷା ସମ୍ପର୍କରେ ମହିଳା ଆୟୋଗଙ୍କ କର୍ମଶାଳା

    ଖରାଦିନର ଖାଦ୍ୟ

    ୧୪-୧୫ ବର୍ଷର କିଶୋରୀଙ୍କୁ ସର୍ଭିକାଲ୍‌ କ୍ୟାନ୍‌ସର ଟୀକା

    ହାତଗଣ୍ଠି ପରେ ଜଣାପଡ଼ିଲା ବର କିନ୍ନର

    ହାତଗଣ୍ଠି ପରେ ଜଣାପଡ଼ିଲା ବର କିନ୍ନର

    ଭାଲେଣ୍ଟାଇନ୍ ଦିବସ

    ଭାଲେଣ୍ଟାଇନ୍ ଦିବସ