
ଭୁବନେଶ୍ୱର:ସରିଲା ବିଧାନସଭାର ଶୀତକାଳୀନ ଅଧିବେଶନ । ନିର୍ଦ୍ଧାରିତ ସମୟ ପୂର୍ବରୁ ସରିଲା ବିଧାନସଭା । ମୋଟ ୨୯ଟି କାର୍ଯ୍ୟ ଦିବସରୁ ମାତ୍ର ୧୧ ଦିନ ଚାଲିଲା ବିଧାନସଭା ।ଏହି ଅଧିବେଶନରେ ୧୭ ହଜାର ୪୪୦ କୋଟି ଟଙ୍କାର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ ପାରିତ ହୋଇଛି । ତେବେ ମଙ୍ଗଳବାର ବାଚସ୍ପତି ସୁରମା ପାଢ଼ୀ ଗୃହକୁ ଅନିର୍ଦ୍ଧିଷ୍ଟକାଳ ପର୍ଯ୍ୟନ୍ତ ମୁଲତବୀ ଘୋଷଣା କରିଛନ୍ତି । ସରକାରୀ କାର୍ୟ୍ୟକ୍ରମ ନଥିବାରୁ ଗୃହକୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ବାଚସ୍ପତି ମୁଲତବି ଘୋଷଣା କରିଛନ୍ତି। ନଭେମ୍ବର ୨୭ରୁ ଅଧିବେଶନ ଆରମ୍ଭ ହୋଇଥିଲା। ଶୀତ ଅଧିବେଶନରେ ୨୯ଟି କାର୍ଯ୍ୟ ଦିବସ ହେବାର ଥିଲା । ମାତ୍ର ଏହା ପୂର୍ବରୁ ବିଧାନସଭା ବନ୍ଦ ହୋଇଛି ।



