ନୂଆଦିଲ୍ଲୀ:ସର୍ବଭାରତୀୟ ନିଟ୍ ପିଜି ପରୀକ୍ଷାରେଦେଶର ଅଢ଼େଇ ଲକ୍ଷ ପରୀକ୍ଷାର୍ଥୀଙ୍କୁ ପଛରେ ପକାଇ ଟପ୍ପର ସାଜିଛନ୍ତି କଟକ କାଳିଗଳିର ସୁନା ପୁଅ ପୁଷନ ମହାପାତ୍ର। ସେ ସମୁଦାୟ ୮୦୦ ନମ୍ବରରୁ ୭୦୭ ନମ୍ବର ରଖି ପ୍ରଥମ ସ୍ଥାନ ଅଧିକାର କରିଛନ୍ତି। ତାଙ୍କର ଏହି ସଫଳତା ପାଇଁ ତାଙ୍କୁ ବିଭିନ୍ନ ମହଲରୁ ଶୁଭେଚ୍ଛାର ସୁଅ ଛୁଟିଛି। ଇଚ୍ଛା ଥିଲେ ସବୁ ସମ୍ଭବ। ସବୁଠାରୁ କଠିନ କାମକୁ ହାସଲ କରି ଚର୍ଚ୍ଚାର ପରିସରକୁ ଆସିଛନ୍ତି ଜଣେ ଓଡ଼ିଆ ପୁଅ। ସର୍ବଭାରତୀୟ ନିଟ୍ ପିଜି ପରୀକ୍ଷାରେ ବାଜି ମାରିଛନ୍ତି ଓଡ଼ିଆ ପୁଅ ପୁଷନ ମହାପାତ୍ର। ଏବେ ପୁଷନ କଟକ ଏସ୍ସିବି ମେଡିକାଲ୍ କଲେଜ୍ ଓ ହସ୍ପିଟାଲ୍ରେ ଏମ୍ବିବିଏସ୍ ପଢୁଛନ୍ତି।
ଆଗକୁ ସେ ମେଡିସିନ୍ ଓ ରେଡିଓଲୋଜିରେ ସ୍ନାତକୋତ୍ତର କରିବାର ଲକ୍ଷ୍ୟ ରଖିଛନ୍ତି। କଠିନ ପରିଶ୍ରମ ଦ୍ବାରା ସବୁକିଛି ହାସଲ କରିହେବ ବୋଲି କୁହନ୍ତି ପୁଷନ। ନିଜ ସଫଳତାର ଶ୍ରେୟ ସେ ତାଙ୍କ ବାପାମାଆ ଓ ବଡ଼ ଭଉଣୀଙ୍କୁ ଦେଇଛନ୍ତି। ଏଠାରେ ଆମେ ଜଣାଇ ଦେବାକୁ ଚାହିଁବୁ ଯେ, ପୁଷନଙ୍କ ବଡ଼ ଭଉଣୀ ମଧ୍ୟ ଜଣେ ଡାକ୍ତର। ପୁଷନ କହନ୍ତି ତାଙ୍କର ପରୀକ୍ଷା ଭଲ ହୋଇଥିଲା। ମାତ୍ର ସେ ସର୍ବଭାରତୀୟ ସ୍ତରରେ ଶୀର୍ଷରେ ରହିବେ ବୋଲି କେବେ କଳ୍ପନା ବି କରିନଥିଲେ। ଟପ୍ପର ହେବା ପରେ ତାଙ୍କର ସବୁ ସ୍ବପ୍ନ ଯେପରି ହାତ ମୁଠାରେ ପାଇ ଯାଇଛନ୍ତି ସେ। ପୁଷନଙ୍କ ମାନିବା କଥା ହେଉଛି; କୌଣସି ବି ସଫଳତା ପାଇଁ କଠିନ ପରିଶ୍ରମ, ବଡ଼ମାନଙ୍କ ଆଶୀର୍ବାଦ ଓ ଭାଗ୍ୟ ଭଲ ଥିବା ଆବଶ୍ୟକ। ନହେଲେ ହୁଏତ ସେ ଆଜି ଏହି ସ୍ଥାନରେ ପହଞ୍ଚି ପାରିନଥାନ୍ତେ।
ଦିଲ୍ଲୀରଠାରେ ଓପନ୍ ଏଆଇର ପ୍ରଥମ ଅଫିସ୍ ଖୋଲିବ
ନୂଆଦିଲ୍ଲୀ,25/08: ଭାରତ ପାଇଁ ପ୍ରଥମ ନିଯୁକ୍ତି ସୁଯୋଗ ନେଇ ଆସୁଛି ଓପନ୍ ଏଆଇ। ବର୍ତ୍ତମାନ କମ୍ପାନିର ଭାରତରେ କେବଳ ଜଣେ କର୍ମଚାରୀ ଅଛନ୍ତି। ସିଏ ହେଉଛନ୍ତି ପ୍ରଜ୍ଞା ମିଶ୍ର। ଯିଏକି ଦେଶରେ ସାର୍ବଜନୀନ ନୀତି ଏବଂ ସହଭାଗୀତାର ନେତୃତ୍ୱ ନେଉଛନ୍ତି। କମ୍ପାନି…