ସୁବର୍ଣ୍ଣରେଖା, ବୈତରଣୀ, ଜଳକାର ଜଳସ୍ତର କମିଛି

ଭୁବନେଶ୍ବର : ଓଡ଼ିଶାରେ ବନ୍ୟା ସ୍ଥିତି ନାହିଁ । ସୁବର୍ଣ୍ଣରେଖା, ବୈତରଣୀ, ଜଳକାର ଜଳସ୍ତର କମିଛି । ତଳିଆ ଅଞ୍ଚଳରେ ଯେଉଁଠି ସବୁ ପାଣି ଅଛି ଆଗାମୀ ଦିନରେ ତାହା ନିଷ୍କାସନ ହୋଇଯିବ । ବର୍ତ୍ତମାନ କୌଣସି ସ୍ଥାନରେ ସମସ୍ୟା ନାହିଁ ବୋଲି ଜଳସମ୍ପଦ ସର୍ବୋଚ୍ଚ ଯନ୍ତ୍ରୀ ଚନ୍ଦ୍ରଶେଖର ପାଢ଼ୀ କହିଛନ୍ତି ।ସୋମବାର ବିଶେଷ ବର୍ଷା ହୋଇ ନାହିଁ । ହୀରାକୁଦରେ ୨୦ଟି ଗେଟ୍‌ରେ ଜଳ ନିଷ୍କାସନ ହେଉଛି । ବର୍ତ୍ତମାନ ଲେବଲ ଅଛି ୬୧୪.୨୭ ଫୁଟ । ୨ ଲକ୍ଷ ୭୬ ହଜାର କ୍ୟୁସେକ ଇନ୍‌ଫ୍ଲୋ ଅଛି । ୩ ଲକ୍ଷ ୪୦ ହଜାର ପାଣି ନିଷ୍କାସିତ ହେଉଛି । ଆଗକୁ ବର୍ଷାର ପରିମାଣ ଦେଖି ପର୍ୟ୍ୟାୟ କ୍ରମେ ଆଗକୁ ବନ୍ଦ ହେବ ଗେଟ୍ । ରେଙ୍ଗାଲିରେ ୩ଟି ଗେଟ୍ ଖୋଲାଅଛି । ଜଳସ୍ତର ହ୍ରାସ ପାଉଛି । ୨ହଜାର ୪୯୦ କ୍ୟୁମେକ୍ ଜଳ ପ୍ରବେଶ କରୁଛି । ୪ ହଜାର ୬୦୦ କ୍ୟୁମେକ୍ ଜଳ ନିଷ୍କାସିତ ହେଉଛି । ଲେବଲ ରହିଛି ୧୨୧.୬୮ । କୌଣସି ପ୍ରକାରର ଖରାପ ସ୍ଥିତି ନାହିଁ । ବିପଦ ସଂକେତ ତଳେ ଜଳସ୍ତର ରହିଛି ।

ଆଖୁଆପଦାରେ ବୈତରଣୀ ନଦୀ ଜଳସ୍ତର ବଢିଥିଲା । ବର୍ତ୍ତମାନ ତାହା କମିଛି । ବର୍ତ୍ତମାନ ତାହାର ଲେବଲ ଅଛି ୧୭.୩୫ । ଜଳସ୍ତର ବିପଦ ସଂକେତ ତଳେ ରହିଛି । ମୟୂରଭଞ୍ଜର ରାସଗୋବିନ୍ଦପୁରରେ ମିଟରର ଏକ ଘାଇ ହୋଇଥିଲା । ତାହାର କାମ ଚାଲିଛି ବୋଲି ଜଳସମ୍ପଦ ସର୍ବ୍ବୋଚ୍ଚ ଯନ୍ତ୍ରୀ କହିଛନ୍ତି ।

  • Related Posts

    ହୀରାକୁଦ: ଖୋଲିଲା ଆଉ ୫ଟି ଗେଟ୍

    ସମ୍ବଲପୁର: ବଢ଼ୁଛି ହୀରାକୁଦ ଜଳଭଣ୍ଡାରର ଜଳସ୍ତର। ଜଳସ୍ତର ବୃଦ୍ଧି ଯୋଗୁଁ ହୀରାକୁଦର ଆଉ ୫ଟି ଗେଟ୍ ଖୋଲାଯାଇଛି। ପୂର୍ବରୁ ୨ଟି ଗେଟ୍ ଦେଇ ବନ୍ୟାଜଳ ନିଷ୍କାସନ ହେଉଥିବା ବେଳେ ଏବେ ମୋଟ ୭ଟି ଗେଟ୍ ଦେଇ ଜଳ ନିଷ୍କାସିତ ହେଉଛି। ଏଥିରେ…

    Continue reading
    ରିଜର୍ଭ କନଷ୍ଟେବଳଙ୍କ ମୃତଦେହ ଉଦ୍ଧାର

    ଢେଙ୍କାନାଳ: ଢେଙ୍କାନାଳ ରିଜର୍ଭପୁଲିସରେ କାର୍ଯ୍ୟରତ କନଷ୍ଟେବଳ ଶଙ୍କର ପ୍ରଧାନଙ୍କ ମୃତଦେହକୁ ସୋମବାର ଟାଉନଥାନା ପୁଲିସ ଝୁଲନ୍ତା ଅବସ୍ଥାରେ ଉଦ୍ଧାର କରିଛି । ଏ ନେଇ ଟାଉନଥାନାରେ ଏକ ଅପମୃତ୍ୟୁ ମାମଲା ରୁଜୁ କରାଯାଇ ତଦନ୍ତ ଜାରି ରହିଛି। ଗଜପତି ଅଞ୍ଚଳର ଶଙ୍କର…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ, ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ,  ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ସକାଳ ଜଳଖିିଆରେ କ’ଣ ଖାଆନ୍ତି ଗୁଗୁଲ ସିଇଓ ସୁନ୍ଦର ପିଚାଇ

    ରାଜା ଶିବାଜୀ ଆଦାୟ କଲାଣି କୋଟି କୋଟି ଟଙ୍କା

    ବିଶ୍ୱବିଦ୍ୟାଳୟ ପାଠ୍ୟକ୍ରମରେ ମୋଦୀ ତତ୍ତ୍ୱ

    ଓଡ଼ିଶାର ‘ଡାଲମା’କୁ ‘X’ ହ୍ୟାଣ୍ଡଲରେ ଖୁବ୍ ପ୍ରଂଶସା କଲେ ଜାପାନ ରାଷ୍ଟ୍ରଦୂତ