
ଭୋଗରାଇ: ଚଳିତ ବର୍ଷ ସୁବର୍ଣ୍ଣରେଖା ନଦୀରେ ଷଷ୍ଠ ଥର ପାଇଁ ବନ୍ୟା ଜଳ ପ୍ରବାହିତ ହେଉଛି । ଏହି ବନ୍ୟା ବଡ ବନ୍ୟା ବୋଲି ଆଶଙ୍କା କରାଯାଉଛି । ତେବେ ସୁବର୍ଣ୍ଣରେଖା ନଦୀର ରାଜଘାଟ ନିକଟରେ ବିପଦ ସଂକେତ ୧୦.୩୬ ଥିବା ବେଳେ ସକାଳ ୮ଟା ସୁଦ୍ଧା ୧୦.୬୨ରେ ପାଣି ପ୍ରବାହିତ ହେଉଛି । ବର୍ତ୍ତମାନ ନଦୀରେ ପାଣି ବଢ଼ି ଭୋଗରାଇ ବ୍ଲକର କୁମ୍ଭୀରଗଡି ଓ ଆରୁହାବର୍ତ୍ତୀ ପଞ୍ଚାୟତର ବିଭିନ୍ନ ତଳିଆ ଅଞ୍ଚଳରେ ପାଣି ମାଡିବା ଆରମ୍ଭ କରିଛି । ଆଗାମୀ ୧୨ଟା ସୁଦ୍ଧା ବିଭିନ୍ନ ତଳିଆ ଗାଁ ପାଣି ଛୁଇଁବ ବୋଲି ଆଶଙ୍କା କରାଯାଉଛି ।



