ସେପ୍ଟେମ୍ବରରୁ ବିଏମସି କୁକୁର ଗଣିବ

ଭୁବନେଶ୍ବର: ସେପ୍ଟେମ୍ବର ଦ୍ଵିତୀୟ ସପ୍ତାହରୁ ବିଏମସି ପକ୍ଷରୁ କୁକୁର ଗଣନା ଆରମ୍ଭ ହେବ। ଭୋର ସମୟରେ ଗଣନା କରାଯିବ। ଏହି ସମୟରେ ଚାରିଆଡେ ଶୁନଶାନ ଥିବାରୁ କୁକୁରମାନେ ରାସ୍ତା ଉପରେ ମେଳି ହୋଇଥାନ୍ତି। ତେଣୁ ଏହି ସମୟରେ ସହଜରେ ଗଣନା କରାଯାଇପାରିବ ବୋଲି ବିଏମସି ବିଏମସି କମିସନର ଚଞ୍ଚଳ ରାଣା କହିଛନ୍ତି।ସ୍ଵଛସାଥୀ, ସଫେଇ କର୍ମୀଙ୍କ ସହ ବିଏମସି ଅଧିକାରୀମାନେ ମଧ୍ୟ କୁକୁର ଗଣନା କାର୍ୟ୍ୟରେ ସାମିଲ ହେବେ। ଗଣନା ପୂର୍ବରୁ ସ୍ୱତନ୍ତ୍ର ପ୍ରଶିକ୍ଷଣ ଦିଆଯିବ। ସପ୍ତାହେ ରୁ ୧୦ ଦିନ ମଧ୍ୟରେ ଭୁବନେଶ୍ୱରରେ ଏହି ଗଣନା ଶେଷ ହେବ।
ଭେଟେନାରୀ ଡାକ୍ତରଙ୍କ ପରାମର୍ଶ ନେଇ ପ୍ରତି ୱାର୍ଡରେ ଏକକାଳୀନ ଗଣନା ଆରମ୍ଭ ହେବ। ପ୍ରତି ୱାର୍ଡ ପାଇଁ ୩ ରୁ ୪ ଜଣ ଅଧିକାରୀ କୁକୁର ଗଣନା କାର୍ୟ୍ୟରେ ନିୟୋଜିତ ହେବେ। ଏହି ଗଣନା ପରେ କେଉଁ ଅଞ୍ଚଳରେ କେତେ କୁକୁର ଅଛନ୍ତି ଜଣାପଡ଼ିବ।

  • Related Posts

    ଇଗ୍ନୋର ନାମଲେଖା ଅବଧି ସେପ୍ଟେମ୍ବର ୧୫କୁ ବଢିଲା

    ଭୁବନେଶ୍ବର : ଜୁଲାଇ ୨୦୨୫ ଶିକ୍ଷାସତ୍ର ପାଇଁ ନାମଲେଖା ଏବଂ ପୁନଃ ପଞ୍ଜିକରଣ ସମୟ ଅବଧିକୁ ସେପ୍ଟେମ୍ବର ୧୫ ତାରିଖ ପର୍ଯ୍ୟନ୍ତ ଇଗ୍ନୋ କର୍ତ୍ତୃପକ୍ଷ ବୃଦ୍ଧି କରିଛନ୍ତି । ପୁନଃ ପଞ୍ଜିକରଣ ପାଇଁ ଅତିରିକ୍ତ ୨୦୦ ଟଙ୍କା ବିଳମ୍ବ ଦେୟ ଦେବାକୁ…

    Continue reading
    ଏଥର ଦୁର୍ଗା ପୂଜାରେ ବାଜିବନି ଡିଜେ, ଫୁଟିବନି ଆତସବାଜି

    ଭୁବନେଶ୍ଵର: ଆଉ କେଇଟା ଦିନ ପରେ ଶାରଦୀୟ ଦୁର୍ଗା ପୂଜା। ରାଜଧାନୀର ବିଭିନ୍ନ ଦୁର୍ଗା ପୂଜା କମିଟି ପକ୍ଷରୁ ଚାଲିଛି ଜୋରଦାର ପ୍ରସ୍ତୁତ। ତେବେ ଏଥର ଦୁର୍ଗା ପୂଜାରେ ବାଜିବନି ଡିଜେ, ଫୁଟିବନି ଆତସବାଜି । ଲୋକଙ୍କ ଉପରକୁ ପଡିବନି ଲେଜର…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ଦଳୀୟ ଭିତ୍ତିରେ ହୋଇଛି NAC ଚୟନ:ବିଜେଡି

    ଦଳୀୟ ଭିତ୍ତିରେ ହୋଇଛି NAC ଚୟନ:ବିଜେଡି

    ଇଗ୍ନୋର ନାମଲେଖା ଅବଧି ସେପ୍ଟେମ୍ବର ୧୫କୁ ବଢିଲା

    ଇଗ୍ନୋର ନାମଲେଖା ଅବଧି ସେପ୍ଟେମ୍ବର ୧୫କୁ ବଢିଲା

    ଆଫଗାନ ଭୂକମ୍ପ ପୀଡ଼ିତଙ୍କ ପରିବାରକୁ ପ୍ରଧାନମନ୍ତ୍ରୀଙ୍କ ସମବେଦନା

    ଆଫଗାନ ଭୂକମ୍ପ ପୀଡ଼ିତଙ୍କ ପରିବାରକୁ ପ୍ରଧାନମନ୍ତ୍ରୀଙ୍କ ସମବେଦନା

    ଏଥର ଦୁର୍ଗା ପୂଜାରେ ବାଜିବନି ଡିଜେ, ଫୁଟିବନି ଆତସବାଜି

    ଏଥର ଦୁର୍ଗା ପୂଜାରେ ବାଜିବନି ଡିଜେ, ଫୁଟିବନି ଆତସବାଜି

    ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ ନବଗଠିତ ଶ୍ରୀମନ୍ଦିର ପରିଚାଳନା କମିଟି ସଦସ୍ୟ

    ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ ନବଗଠିତ ଶ୍ରୀମନ୍ଦିର ପରିଚାଳନା କମିଟି ସଦସ୍ୟ

    ଆଫଗାନିସ୍ତାନରେ ବଡ଼ ଭୂମିକମ୍ପ: ୮୦୦ ମୃତ, ୨୫୦୦ରୁ ଊର୍ଦ୍ଧ୍ବ ଆହତ

    ଆଫଗାନିସ୍ତାନରେ ବଡ଼ ଭୂମିକମ୍ପ: ୮୦୦ ମୃତ, ୨୫୦୦ରୁ ଊର୍ଦ୍ଧ୍ବ ଆହତ