ସୋଆ ଛାତ୍ରଛାତ୍ରୀଙ୍କ ଗ୍ରାଜୁଏସନ୍ କାର୍ଯ୍ୟକ୍ରମ ୨୦୨୫ ଅନୁଷ୍ଠିତ

ଭୁବନେଶ୍ୱର, ଅକ୍ଟୋବର ୯ : ଶିକ୍ଷା ଓ ଅନୁସନ୍ଧାନ (ସୋଆ) ବିଶ୍ୱବିଦ୍ୟାଳୟ ଅଧିନସ୍ଥ ବିଭିନ୍ନ ଅନୁଷ୍ଠାନର ଛାତ୍ରଛାତ୍ରୀଙ୍କ ନିମନ୍ତେ ସ୍ୱତନ୍ତ୍ର ଭାବେ ଗ୍ରାଜୁଏସନ୍ କାର୍ଯ୍ୟକ୍ରମ ୨୦୨୫ ଆୟୋଜିତ ହୋଇଯାଇଛି । ନିକଟରେ ବିଭିନ୍ନ ଦିବସରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ସୋଆର ବିଭିନ୍ନ ଶିକ୍ଷାନୁଷ୍ଠାନର ଅଣ୍ଡରଗ୍ରାଜୁଏଟ୍‌, ପୋଷ୍ଟ ଗ୍ରାଜୁଏଟ୍ , ଡିଏମ୍ ଏବଂ ଏମ୍‌ସିଏଚ୍ ଛାତ୍ରଛାତ୍ରୀ ମାନଙ୍କ ନିମନ୍ତେ ଏହି କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା ।
ସେପ୍ଟେମ୍ବର ୧୬ ତାରିଖରୁ ଆରମ୍ଭ ହୋଇଥିବା ଏହି ଗ୍ରାଜୁଏସନ୍ କାର୍ଯ୍ୟକ୍ରମ ବୁଧବାର ଶେଷ ହୋଇଥିବା ବେଳେ ପ୍ରାୟ ୪୦୦୦ ରୁ ଊର୍ଦ୍ଧ୍ୱ ଛାତ୍ରଛାତ୍ରୀ ଡିଗ୍ରୀ ଗ୍ରହଣ କରିଥିବା ସୋଆର କୁଳପତି ପ୍ରଫେସର ପ୍ରଦୀପ୍ତ କୁମାର ନନ୍ଦ ସୂଚନା ଦେଇଛନ୍ତି ।
ବୁଧବାର ସୋଆ ନ୍ୟାସ୍‌ନାଲ୍ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ଲ (ଏସ୍‌ଏନଆଇଏଲ୍‌)ରୁ ଆଇନ୍ ପାଠ୍ୟକ୍ରମରେ ଶିକ୍ଷା ସମାପ୍ତ କରିଥିବା ଛାତ୍ରଛାତ୍ରୀଙ୍କୁ ଅନୁଷ୍ଠାନର କ୍ୟାମ୍ପସ୍‌ରେ ଆୟୋଜିତ ଗ୍ରାଜୁଏସନ୍ କାର୍ଯ୍ୟକ୍ରମରେ ଡିଗ୍ରୀ ପ୍ରଦାନ କରାଯାଇଛି । ଏହି କାର୍ଯ୍ୟକ୍ରମରେ ସୋଆ କୁଳପତି ପ୍ରଫେସର ପ୍ରଦୀପ୍ତ କୁମାର ନନ୍ଦ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ଛାତ୍ରଛାତ୍ରୀମାନଙ୍କୁ ଡିଗ୍ରୀ ପ୍ରଦାନ କରିଥିଲେ । ଏହି ଅବସରରେ ସୋଆର କଂଟ୍ରୋଲର ଅଫ୍ ଏଗ୍‌ଜାମିନେସନ୍ ପ୍ରଫେସର ମଞ୍ଜୁଳା ଦାସ, ଉପକୁଳପତି ପ୍ରଫେସର ଅନୁପ କୁମାର ସାମନ୍ତରାୟ, ଏସ୍‌ଏନ୍‌ଆଇଏଲ୍‌ର ଡିନ୍ ପ୍ରଫେସର ଏସ୍‌. ଏ. କେ. ଆଜାଦ, ଛାତ୍ର ମଙ୍ଗଳ ଡିନ୍ ପ୍ରଫେସର ଜ୍ୟୋତି ରଞ୍ଜନ ଦାସ, ସିନିୟର ପ୍ରଫେସର ପ୍ରବୀର ପଟ୍ଟନାୟକ ଏବଂ ସିନିୟର ପ୍ରଫେସର ମଧୁସୁଦନ ଦାସଙ୍କ ସମେତ ବିଭାଗୀୟ ମୁଖ୍ୟ ଏବଂ ଫ୍ୟାକଲ୍ଟି ସଦସ୍ୟମାନେ ଉପସ୍ଥିତ ଥିଲେ ।
ପୂର୍ବରୁ ସୋଆ କୃଷି ମହାବିଦ୍ୟାଳୟ, ଇନ୍‌ଷ୍ଟିଚ୍ୟୁଟ ଅଫ୍ ଏଗ୍ରିକଲ୍‌ଚରାଲ୍ ସାଇନ୍‌ସେସ୍ (ଆଇଏଏସ୍‌)ର ଛାତ୍ରଛାତ୍ରୀଙ୍କୁ ଡିଗ୍ରୀ ପ୍ରଦାନ କରାଯାଇଥିବା ବେଳେ ଏହି ଅବସରରେ ଓଡ଼ିଶା କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ପି.କେ. ରାଉଳ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ । କାର୍ଯ୍ୟକ୍ରମରେ ସୋଆ କୁଳପତି, ଉପକୁଳପତି ପ୍ରଫେସର (ଡାକ୍ତର) ନୀତା ମହାନ୍ତି, କଂଟ୍ରୋଲର ଅଫ୍ ଏଗ୍‌ଜାମିନେସନ ଏବଂ ଛାତ୍ର ମଙ୍ଗଳ ଡିନ୍‌ଙ୍କ ସମେତ ଆଇଏଏସ୍‌ର ଡିନ୍ ପ୍ରଫେସର ସନ୍ତୋଷ କୁମାର ରାଉତ ଏବଂ ବିଭାଗୀୟ ମୁଖ୍ୟ ଓ ଫ୍ୟାକଲ୍ଟି ସଦସ୍ୟମାନେ ଉପସ୍ଥିତ ଥିଲେ ।
ସେହିପରି ସୋଆ ପରିଚାଳିତ ଇନ୍‌ଷ୍ଟିଚ୍ୟୁଟ ଅଫ୍ ମେଡିକାଲ୍ ସାଇନ୍‌ସେସ୍ ଆଣ୍ଡ ସମ ହସ୍ପିଟାଲର ପୋଷ୍ଟଗ୍ରାଜୁଏଟ୍ ଏବଂ ସୁପରସ୍ପେଶିଆଲିଟି ବିଭାଗର ଛାତ୍ରଛାତ୍ରୀଙ୍କୁ ଡିଗ୍ରୀ ପ୍ରଦାନ କରାଯାଇଥିବା ବେଳେ ଏହି ଅବସରରେ ସୋଆ କୁଳପତି, ଉପକୁଳପତି ପ୍ରଫେସର ପ୍ରସେନ୍‌ଜିତ ମହାନ୍ତି, କଂଟ୍ରୋଲର ଅଫ୍ ଏଗ୍‌ଜାମିନେସନ ଏବଂ ଛାତ୍ର ମଙ୍ଗଳ ଡିନ୍ ଓ ଆଇଏମ୍‌ଏସ୍ ଆଣ୍ଡ ସମ ହସ୍ପିଟାଲ୍‌ର ଡିନ୍ ପ୍ରଫେସର ସଂଘମିତ୍ରା ମିଶ୍ର, ଆଡିସ୍‌ନାଲ୍ ଡିନ୍ ପ୍ରଫେସର ରଚିତା ଷଡ଼ଙ୍ଗୀଙ୍କ ସମେତ ବିଭାଗୀୟ ମୁଖ୍ୟ ଓ ଫ୍ୟାକଲ୍ଟି ସଦସ୍ୟମାନେ ଉପସ୍ଥିତ ଥିଲେ ।
ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ଡେଂଟାଲ୍ ସାଇନ୍‌ସେସ୍ (ଆଇଡିଏସ୍‌)ର ଛାତ୍ରଛାତ୍ରୀଙ୍କୁ ଗ୍ରାଜୁଏସନ୍ କାର୍ଯ୍ୟକ୍ରମରେ ଡିଗ୍ରୀ ପ୍ରଦାନ କରାଯାଇଥିବା ବେଳେ ଏହି ଅବସରରେ ସୋଆ କୁଳପତି, ଉପକୁଳପତି ପ୍ରଫେସର (ଡାକ୍ତର) ନୀତା ମହାନ୍ତି, କଂଟ୍ରୋଲର ଅଫ୍ ଏଗ୍‌ଜାମିନେସନ, ଛାତ୍ର ମଙ୍ଗଳ ଡିନ୍‌, ଆଇଡିଏସ୍‌ର ଡିନ୍ ପ୍ରଫେସର ରୁଚି ଭୂୟାଁଙ୍କ ସମେତ ବିଭାଗୀୟ ମୁଖ୍ୟ ଓ ଫ୍ୟାକଲ୍ଟିମାନେ ଉପସ୍ଥିତ ଥିଲେ ।
ସୋଆ ପରିଚାଳିତ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ବିଜିନେସ ଆଣ୍ଡ କମ୍ପ୍ୟୁଟର ଷ୍ଟଡିଜ୍ ଏବଂ ସ୍କୁଲ ଅଫ୍ ହୋଟେଲ ମ୍ୟାନେଜମେଂଟର ଛାତ୍ରଛାତ୍ରୀଙ୍କୁ ଗୋଟିଏ ଦିନରେ ଡିଗ୍ରୀ ପ୍ରଦାନ କରାଯାଇଥିବା ବେଳେ ଗ୍ରାଜୁଏସନ୍ କାର୍ଯ୍ୟକ୍ରମରେ ସୋଆ କୁଳପତି, ଉପକୁଳପତି ପ୍ରଫେସର ଅନୁପ କୁମାର ସାମନ୍ତରାୟ, କଂଟ୍ରୋଲର ଅଫ୍ ଏଗ୍‌ଜାମିନେସନ୍‌, ଛାତ୍ର ମଙ୍ଗଳ ଡିନ୍‌ଙ୍କ ସମେତ ସ୍ୱତନ୍ତ୍ର ଅତିଥି ଭାବେ ଓଡ଼ିଶା ରିସର୍ଚ୍ଚ ସେଂଟରର ନିର୍ଦ୍ଦେଶକ ପ୍ରଫେସର ଚଣ୍ଡି ପ୍ରସାଦ ନନ୍ଦ, ଦ ଇଣ୍ଡିଆନ୍ ହୋଟେଲ୍ସ କମ୍ପାନୀ ଲିମିଟେଡର କ୍ଲଷ୍ଟର ଜେନେରାଲ ମ୍ୟାନେଜର ଶ୍ରୀ ଆର୍ଶୀବାଦ ପ୍ରହରାଜ, ଆଇବିସିଏସ୍‌ର ଡିନ୍ ପ୍ରଫେସର ଅୟସ କାନ୍ତ ମହାନ୍ତି, ଏସ୍‌ଏଚ୍‌ଏମ୍‌ର ଡିନ୍ ପ୍ରଫେସର ସୁଶାନ୍ତ ରଞ୍ଜନ ଚଇନି ସମେତ ବିଭାଗୀୟ ମୁଖ୍ୟ ଓ ଫ୍ୟାକଲ୍ଟି ସଦସ୍ୟମାନେ ଉପସ୍ଥିତ ଥିଲେ ।
ସୋଆ ପରିଚାଳିତ ଇନ୍‌ଷ୍ଟିଚ୍ୟୁଟ ଅଫ୍ ଟେକ୍ନିକାଲ୍ ଏଜୁକେସନ ଆଣ୍ଡ ରିସର୍ଚ୍ଚ (ଆଇଟିଇଆର)ର ଗ୍ରାଜୁଏସନ କାର୍ଯ୍ୟକ୍ରମ ୨ ଦିନ ଧରି ଆୟୋଜିତ ହୋଇଥିବା ବେଳେ କାର୍ଯ୍ୟକ୍ରମରେ ସୋଆ କୁଳପତି, ଉପକୁଳପତି ପ୍ରଫେସର ପ୍ରଶାନ୍ତ କୁମାର ପାତ୍ର, କଂଟ୍ରୋଲର ଅଫ୍ ଏଗ୍‌ଜାମିନେସନ୍‌, ଛାତ୍ର ମଙ୍ଗଳ ଡିନ୍‌ଙ୍କ ସମେତ ସ୍ୱତନ୍ତ୍ର ଅତିଥି ଭାବେ ୱିପ୍ରୋ ଲିମିଟେଡ୍‌ର ଗ୍ରୁପ୍ ହେଡ ଶ୍ରୀ ଥିରୁନାଭୁକାରାସୁ ପାଲାନିୟାପନ ଏବଂ ଡେଲଏଟ୍ ସାଉଥ୍ ଏସିଆ/ଭୁବନେଶ୍ୱର ଇଣ୍ଡିଆର ଟେକ୍ନୋଲଜି ଆଣ୍ଡ ଟ୍ରାନ୍ସଫର୍ମେସନ୍ ଇଞ୍ଜିନିୟରିଂ, ଏଆଇ ଆଣ୍ଡ ଡାଟାର ନିର୍ଦ୍ଦେଶକ ଶ୍ରୀ ବିକାଶ ପାଣିଗ୍ରାହୀ, ଏଲ୍ ଆଣ୍ଡ ଟି ଟେକ୍ନୋଲଜି ସର୍ଭିସେସ୍‌ର ଇଞ୍ଜିନିୟରିଂ ଏକାଡେମିର ଗ୍ଲୋବାଲ ହେଡ ଡକ୍ଟର ପି.ବି କୋଟୁର, ସମ୍ମାନିତ ଅତିଥି ଭାବେ କଗ୍ନିଜେଂଟ ଭୁବନେଶ୍ୱରର ଭାଇସ୍ ପ୍ରେସିଡେଂଟ, ସେଂଟର ହେଡ୍ ଶ୍ରୀ ସତୀଶ ପ୍ରଧାନ ଯୋଗ ଦେଇଥିବା ବେଳେ ଆଇଟିଇଆରର ଡିନ୍ ପ୍ରଫେସର ପି.କେ. ସାହୁ, ଆଡିସ୍‌ନାଲ୍ ଡିନ୍ (ଏକାଡେମିକ୍‌) ପ୍ରଫେସର ଧିରେନ୍ଦ୍ର ନାଥ ଥାଟୋଇ, ଆଡିସ୍‌ନାଲ୍ ଡିନ୍ (ଷ୍ଟୁଡେଂଟ ଆଫେୟାର୍ସ) ଆଇଟିଇଆର, ପ୍ରଫେସର ରେଣୁ ଶର୍ମାଙ୍କ ସମେତ ବିଭାଗୀୟ ମୁଖ୍ୟ ଓ ଫ୍ୟାକଲ୍ଟି ସଦସ୍ୟମାନେ ଉପସ୍ଥିତ ଥିଲେ ।
ସୋଆ ପରିଚାଳିତ ସ୍କୁଲ ଅଫ୍ ଫାର୍ମାସ୍ୟୁଟିକାଲ୍ ଷ୍ଟଡିଜ୍ (ଏସ୍‌ପିଏସ୍‌)ଏବଂ ସମ ନର୍ସିଂ କଲେଜ (ଏସ୍‌ଏନ୍‌ସି)ର ଛାତ୍ରଛାତ୍ରୀଙ୍କୁ ଗୋଟିଏ ଦିନରେ ଡିଗ୍ରୀ ପ୍ରଦାନ କରାଯାଇଥିବା ବେଳେ ଗ୍ରାଜୁଏସନ୍ କାର୍ଯ୍ୟକ୍ରମରେ ସୋଆ କୁଳପତି, ଉପକୁଳପତି ପ୍ରଫେସର ଡାକ୍ତର ନୀତା ମହାନ୍ତି, କଂଟ୍ରୋଲର ଅଫ୍ ଏଗ୍‌ଜାମିନେସନ୍‌, ଛାତ୍ର ମଙ୍ଗଳ ଡିନ୍‌ଙ୍କ ସମେତ ସ୍ୱତନ୍ତ୍ର ଅତିଥି ଭାବେ ବ୍ରହ୍ମପୁର ସରକାରୀ ନର୍ସିଂ କଲେଜର ପ୍ରିନ୍ସିପାଲ ଡାକ୍ତର ରାଜଲକ୍ଷ୍ମୀ ମିଶ୍ର, ଏସ୍‌ଏନ୍‌ସିର ନିର୍ଦ୍ଦେଶିକା ଡକ୍ଟର ପ୍ରଭାତୀ ତ୍ରିପାଠୀ, ଡିନ୍ ପ୍ରଫେସର ଡାକ୍ତର ସସ୍ମିତା ଦାସ, ଏସ୍‌ପିଏସ୍‌ର ଡିନ୍ ପ୍ରଫେସର ଦେବଜ୍ୟୋତି ଦାସ, ପୂର୍ବତନ ଡିନ୍ ପ୍ରଫେସର ସୁଦାମ ଚରଣ ସିଙ୍କ ସମେତ ବିଭାଗୀୟ ମୁଖ୍ୟ ଓ ଫ୍ୟାକଲ୍ଟି ସଦସ୍ୟମାନେ ଉପସ୍ଥିତ ଥିଲେ ।
ସମସ୍ତ ଉତ୍ସବରେ କୁଳପତି ପ୍ରଫେସର ନନ୍ଦ ଛାତ୍ରଛାତ୍ରୀ ମାନଙ୍କୁ ଶପଥ ପାଠ କରାଇବା ସହ ସେମାନଙ୍କୁ ଶୁଭେଚ୍ଛା ଜଣାଇଥିଲେ । ପ୍ରଫେସର ନନ୍ଦ ଛାତ୍ରଛାତ୍ରୀ ମାନଙ୍କ ଉଦ୍ଦେଶ୍ୟରେ କହିଥିଲେ ଯେ ନ୍ୟାସ୍‌ନାଲ୍ ଇନ୍‌ଷ୍ଟିଚ୍ୟୁସ୍‌ନାଲ୍ ର‌୍ୟାଙ୍କିଙ୍ଗ ଫ୍ରେମୱାର୍କ (ଏନ୍‌ଆଇଆର୍‌ଏଫ୍‌) ର‌୍ୟାଙ୍କିଙ୍ଗ ଅନୁଯାୟୀ ସେମାନେ ଦେଶର ୧୫ ତମ ଶ୍ରେଷ୍ଠ ବିଶ୍ୱବିଦ୍ୟାଳୟରେ ଅଧ୍ୟୟନ କରିବାର ସୁଯୋଗ ପାଇଛନ୍ତି । ତେଣୁ ସୋଆର ମାନକୁ ଊର୍ଦ୍ଧ୍ୱକୁ ନେବା ନିମନ୍ତେ ସେମାନେ ନିଶ୍ଚୟ ଉଦ୍ୟମ କରିବେ ବୋଲି ପ୍ରଫେସର ନନ୍ଦ କହିଥିଲେ । କଠିନ ପରିଶ୍ରମ, ଅଧ୍ୟାବସାୟ, ସମୟାନୁବର୍ତିତା ଓ ସଚ୍ଚୋଟତା ଫଳରେ ସଫଳତା ହାସଲ କରିବା ସମ୍ଭବ ହୋଇପାରିବ ବୋଲି କୁଳପତି ଛାତ୍ରଛାତ୍ରୀମାନଙ୍କୁ କହିଥିଲେ ।

Related Posts

କୌଣସି ବି ଶିଶୁ ଶିକ୍ଷାରୁ ବଞ୍ଚିତ ହେବେ ନାହିଁ- ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର :ସାହିଗଳିରେ ବିଦ୍ୟା ଆରମ୍ଭ ପର୍ବକୁ ଉତ୍ସବ ଭାବେ ପାଳନ କରାଯାଉଛି। ଏହାଦ୍ୱାରା ପିଲାଙ୍କ ନାମଲେଖା ପାଇଁ ବାପା ମା’ମାନେ ଉତ୍ସାହିତ ହେଉଛନ୍ତି। ଆଜି ରାଜ୍ୟ ସ୍ତରୀୟ ପ୍ରବେଶ ଉତ୍ସବ ଓ ଖଡିଛୁଆଁ କାର୍ଯ୍ୟକ୍ରମ-୨୦୨୬ ଅବସରରେ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ…

Continue reading
ଜଗାକୁ ଦରକାର ଦ୍ବିତୀୟ ଅପରେସନ୍

ଭୁବନେଶ୍ୱର: ଜଗାକୁ ଦରକାର ଦ୍ବିତୀୟ ଅପରେସନ୍। ବହୁଚର୍ଚ୍ଚିତ କନ୍ଧମାଳ ଜିଲ୍ଲାର ଯୋଡାମୁଣ୍ଡ ଶିଶୁ ଜଗା ସୁସ୍ଥ ହେଉଛି। କିନ୍ତୁ ତାକୁ ଦରକାର ଦ୍ବିତୀୟ ଅପରେସନ୍। ଆଜି ଏନେଇ ପ୍ରତିକ୍ରିୟା ରଖିଛନ୍ତି ପୂର୍ବତନ ଏମ୍ସ ନିର୍ଦ୍ଦେଶକ ତଥା ବରିଷ୍ଠ ସର୍ଜନ ଡାକ୍ତର ଅଶୋକ…

Continue reading

Leave a Reply

Your email address will not be published. Required fields are marked *

You Missed

‘ମନ୍ କି ବାତ୍’ କାର୍ଯ୍ୟକ୍ରମର ୧୩୨ତମ ପର୍ବରେ ସମ୍ବଲପୁରର ସୁଜାତା ଭୁୟାଁଙ୍କୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

ସାଇବର ଅପରାଧରୁ ସୁରକ୍ଷା ସମ୍ପର୍କରେ ମହିଳା ଆୟୋଗଙ୍କ କର୍ମଶାଳା

ଖରାଦିନର ଖାଦ୍ୟ

୧୪-୧୫ ବର୍ଷର କିଶୋରୀଙ୍କୁ ସର୍ଭିକାଲ୍‌ କ୍ୟାନ୍‌ସର ଟୀକା

ହାତଗଣ୍ଠି ପରେ ଜଣାପଡ଼ିଲା ବର କିନ୍ନର

ହାତଗଣ୍ଠି ପରେ ଜଣାପଡ଼ିଲା ବର କିନ୍ନର

ଭାଲେଣ୍ଟାଇନ୍ ଦିବସ

ଭାଲେଣ୍ଟାଇନ୍ ଦିବସ