ଭୁବନେଶ୍ୱର, ଏପ୍ରିଲ ୨୦: ଶିକ୍ଷା ଓ ଅନୁସନ୍ଧାନ (ସୋଆ) ଅନ୍ତର୍ଗତ ‘ଜାଗୋ’ କ୍ଲବ ପକ୍ଷରୁ ସୋମବାର ଜଳ ସେବା ଶିବିର ବିଶ୍ୱବିଦ୍ୟାଳୟର ମୁଖ୍ୟ କାର୍ଯ୍ୟାଳୟ ସମ୍ମୁଖରେ ଆୟୋଜିତ ହୋଇଯାଇଛି । ଏହି ମହତ୍ କାର୍ଯ୍ୟ ଅବସରରେ ସୋଆର ଉପକୁଳପତି ପ୍ରଫେସର ପ୍ରଶାନ୍ତ କୁମାର ପାତ୍ର, କଂଟ୍ରୋଲର ଅଫ୍ ଏଗ୍ଜାମିନେସନ ପ୍ରଫେସର ମଞ୍ଜୁଳା ଦାସ, ସୋଆ ପରିଚାଳିତ ଇନ୍ଷ୍ଟିୁଚ୍ୟଟ୍ ଅଫ୍ ଟେକ୍ନିକାଲ୍ ଏଜୁକେସନ୍ ଆଣ୍ଡ ରିସର୍ଚ୍ଚ (ଆଇଟିଇଆର)ର ଡିନ୍ ପ୍ରଫେସର ପି.କେ ସାହୁ ଓ ‘ଜାଗୋ’ କ୍ଲବର ଆବାହକ ପ୍ରଫେସର ଅନୀତା ପଣ୍ଡା ଉପସ୍ଥିତ ରହି ପଥଚାରୀଙ୍କୁ ପାନୀୟ ଜଳ ଓ ପଣା ବଂଟନ କରିଥିଲେ ।
ଏହି ଅବସରରେ ଆସୋସିଏଟ୍ ପ୍ରଫେସର ତନ୍ମୟ ପରିଡ଼ା, ଆସିଷ୍ଟାଂଟ ପ୍ରଫେସର ଅଭିଜିତ ଚୌଧୁରୀ, ଷ୍ଟୁଡେଂଟ କୋଅର୍ଡିନେଟର ଶ୍ରୀ ଶିବାନୀ ଶଙ୍କର ପଟ୍ଟନାୟକଙ୍କ ସମେତ ଅନ୍ୟ କର୍ମକର୍ତା ଓ ଛାତ୍ରଛାତ୍ରୀମାନେ ଉପସ୍ଥିତ ରହିଥିଲେ ।
‘ଜାଗୋ’ କ୍ଳବ ପକ୍ଷରୁ ସୋଆର ବିଭିନ୍ନ କ୍ୟାମ୍ପସ ନିକଟବର୍ତୀ ବସ୍ତିଗୁଡ଼ିକର ଛୋଟ ଛୋଟ ପିଲାମାନଙ୍କୁ ପାଠ ପଢ଼ାଇବା ଭଳି ମହତ୍ କାର୍ଯ୍ୟ ଦୀର୍ଘ ବର୍ଷ ହେବ କରାଯାଉଅଛି । ଏହି ପରିପ୍ରେକ୍ଷୀରେ ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ଜଳ ସେବା ଶିବିରର ମଧ୍ୟ ଆୟୋଜନ କରାଯାଇଥିଲା ।
ସୋଆ କୃଷି ମହାବିଦ୍ୟାଳୟ ପକ୍ଷରୁ ଅକ୍ଷୟ ତୃତୀୟା ଉତ୍ସବ ପାଳିତ
ଭୁବନେଶ୍ୱର, ଏପ୍ରିଲ ୨୦: ଶିକ୍ଷା ଓ ଅନୁସନ୍ଧାନ (ସୋଆ) ବିଶ୍ୱବିଦ୍ୟାଳୟ ପରିଚାଳିତ ଇନ୍ଷ୍ଟିଚ୍ୟୁଟ୍ ଅଫ୍ ଏଗ୍ରିକଲ୍ଚରାଲ ସାଇନ୍ସେସ୍ (ଆଇଏଏସ୍) ପକ୍ଷରୁ ଓଡ଼ିଶାର କୃଷିଭିତିକ ପର୍ବ ପବିତ୍ର ‘ଅକ୍ଷୟ ତୃତୀୟା’ ପାଳିତ ହୋଇଯାଇଛି । ନୂଆଗାଁ ସ୍ଥିତ ସୋଆ ଅନ୍ତର୍ଗତ ଆଇ.ଏନ.ଏସ ଫାର୍ମ…



