ସୋଆ ପରିଦର୍ଶନ କଲେ ଇସ୍ରାଏଲ୍ ଦୂତବାସର ନବୀକରଣ ଅଧିକାରୀ

ଡିପ୍ ଟେକ୍ ଏବଂ ଷ୍ଟାର୍ଟ-ଅପ୍ ସମ୍ବନ୍ଧୀୟ ସହଭାଗିତା ନେଇ ଆଲୋଚନା
ଭୁବନେଶ୍ୱର, ୨୦/୧୨: ଇସ୍ରାଏଲ୍ ଦୂତବାସର ନବୀକରଣ ଅଧିକାରୀ ଶ୍ରୀମତି ମାୟା ସର୍ମନ୍ ଶୁକ୍ରବାର ସୋଆ ବିଶ୍ୱବିଦ୍ୟାଳୟ ଗସ୍ତରେ ଆସିଥିବା ବେଳେ ଭାରତ ଏବଂ ଇସ୍ରାଏଲ୍ ମଧ୍ୟରେ ନବୀକରଣ, ଗବେଷଣା ଏବଂ ଉଦ୍ୟୋଗୀକରଣ କ୍ଷେତ୍ରରେ ସହଭାଗିତାକୁ ସୁଦୃଢ଼ କରିବାର ଲକ୍ଷ୍ୟ ନେଇ ଅନେକ ଆଲୋଚନା କରିଛନ୍ତି । ଆର୍ଟିଫିସିଆଲ୍ ଇନ୍‌ଟେଲିଜେନ୍ସ, ଡିଫେନ୍ସ ଟେକ୍ନୋଲଜି, ଷ୍ଟାର୍ଟ-ଅପ୍‌, ଏମ୍‌ଏସ୍‌ଏମ୍‌ଇ, ରିସର୍ଚ୍ଚ ଏବଂ ଡିଜିଟାଲ୍ ଡିପ୍ଲୋମାସିକୁ ନେଇ ଦୁଇ ଦେଶ ମଧ୍ୟରେ ସହଯୋଗ ବୃଦ୍ଧି କରିବା ଦିଗରେ ପ୍ରମୁଖ ଭୂମିକା ଗ୍ରହଣ କରିଥିବା ଶ୍ରୀମତି ସର୍ମନ୍ ସୋଆର ନେତୃବର୍ଗ, ଫ୍ୟାକଲ୍ଟି ମେମ୍ବର, ଷ୍ଟାର୍ଟ-ଅପ୍ ଉଦ୍ୟୋକ୍ତା ଏବଂ ଆବିଷ୍କାର ଦିଗରେ କାର୍ଯ୍ୟ କରୁଥିବା ଛାତ୍ରଛାତ୍ରୀମାନଙ୍କ ସହ ଆଲୋଚନା କରିଥିଲେ ।
ଶ୍ରୀମତି ସର୍ମନ୍ ଡିପ୍ ଟେକ୍ ପଦକ୍ଷେପ, ନବୀକରଣ ଏବଂ ଉଦ୍ୟୋଗୀକରଣ ସମ୍ପର୍କରେ ନିଜର ଅନୁଭୂତି ବଖାଣିଥିବା ବେଳେ ଆଇଟିଇଆର୍‌ର ଫ୍ୟାକଲ୍ଟି ଡକ୍ଟର ଭାରତ ଜେ.ଆର ସାହୁ ଏବଂ ଚିନ୍ମୟ ଅୟସ ନବୀକରଣ ଏବଂ ଷ୍ଟାର୍ଟ-ଅପ୍ ସମ୍ବନ୍ଧରେ ତାଙ୍କ ସହ ଆଲୋଚନା କରିଥିଲେ ।
ଏହି ଅବସରରେ ସୋଆ କୁଳପତି ପ୍ରଫେସର ପ୍ରଦୀପ୍ତ କୁମାର ନନ୍ଦ ବିଶ୍ୱବିଦ୍ୟାଳୟ ସମ୍ପର୍କରେ ବିସ୍ତୃତ ତଥ୍ୟ ପ୍ରଦାନ କରିବା ସହ ଶିକ୍ଷା, ଗବେଷଣା ଏବଂ ନବୀକରଣ କ୍ଷେତ୍ରକୁ ସୁଦୃଢ଼ କରିବା ଦିଗରେ ସୋଆର ଲକ୍ଷ୍ୟ ସମ୍ପର୍କରେ ଅବଗତ କରାଇଥିଲେ ।
ସୋଆର କ୍ୱାଂଟମ୍ ସାଇନ୍ସ ଆଣ୍ଡ କ୍ୱାଂଟମ ଟେକ୍ନୋଲଜି ବିଭାଗର ମୁଖ୍ୟ ପ୍ରଫେସର ପ୍ରଶାନ୍ତ କୁମାର ପାଣିଗ୍ରାହୀ କ୍ୱାଂଟମ ସାଇନ୍ସ କ୍ଷେତ୍ରରେ ବିଶ୍ୱବିଦ୍ୟାଳୟର ଗବେଷଣା ସମ୍ପର୍କିତ ଅବଦାନ ସମ୍ପର୍କରେ ଅବଗତ କରାଇଥିବା ବେଳେ ବିଜ୍ଞାନ ଏବଂ ପ୍ରଯୁକ୍ତିବିଦ୍ୟା କ୍ଷେତ୍ରରେ ସୋଆ କିଭଳି କାର୍ଯ୍ୟରେ ଅଗ୍ରଗତି କରୁଛି ସେ ସମ୍ପର୍କରେ ଆଇଟିିଇଆରର ନିର୍ଦ୍ଦେଶକ ପ୍ରଫେସର ମାନସ କୁମାର ମଲ୍ଲିକ ଅବଗତ କରାଇଥିଲେ ।
ସୋଆ ସିଆଇଆଇର ଡିଜିଏମ୍ ଶ୍ରୀ ରାଜୀବ କୁମାର, ଏଆଇସି-ସୋଆ ଫାଉଣ୍ଡେସନ୍‌ର ଭବିଷ୍ୟତର ରୂପରେଖ ଏବଂ ଷ୍ଟାର୍ଟ-ଅପ୍ ସମ୍ପର୍କରେ ବିସ୍ତୃତ ତଥ୍ୟ ପ୍ରଦାନ କରିଥିଲେ ।

Related Posts

ପୁରୀରେ ଅନ୍ତର୍ଜାତୀୟ ବିମାନ ବନ୍ଦର ପରିବେଶଗତ ଅସନ୍ତୁଳନ, ଐତିହ୍ୟର ବିଲୁପ୍ତି ଓ ଆଧ୍ୟ୍ୟତ୍ମିକତାର ଧ୍ବଂସସାଧନ କରିବ: ଭକ୍ତ

ଭୁବନେଶ୍ବର,୦୪/୦୩/୨୦୨୬:ପୁରୀଠାରେ ପ୍ରସ୍ତାବିତ ଅର୍ନ୍ତଜାତୀୟ ବିମାନ ବନ୍ଦର ପାଇଁ କେନ୍ଦ୍ର ସରକାରଙ୍କର ମିଳିଥିବା ଷ୍ଟେଜ୍ -୧ ଅନୁମୋଦନକୁ ପ୍ରଦେଶ କଂଗ୍ରସ କମିଟି ସଭାପତି ଭକ୍ତ ଚରଣ ଦାସ ସମାଲୋଚନା କରିଛନ୍ତି। ବହୁଚର୍ଚ୍ଚିତ ପୁରୀ ଅନ୍ତର୍ଜାତୀୟ ଶ୍ରୀଜଗନ୍ନାଥ ବିମାନବନ୍ଦର ପାଇଁ ମିଳିଥିବା ଜଙ୍ଗଲ ଜମି…

Continue reading
ମହାନଦୀ, ପୋଲାଭରମ ପରେ ଏବେ ବଂଶଧାରା; ଟ୍ରିବ୍ୟୁନାଲ୍‌ର ରାୟ ଓଡ଼ିଶା ପ୍ରତି ଉପହାସ: ଭକ୍ତ ଦାସ

* ଓଡ଼ିଶାକୁ ଶସ୍ତା ପାଇଛି ବିଜେପି * କ୍ୟାଚ୍‌ମେଣ୍ଟ ଏରିଆର ଓଡ଼ିଶାରେ ତିନି ଚତୁର୍ଥାଂଶ; ଅଥଚ ଜଳ ବଣ୍ଟନ ୫୦-୫୦ ଭୁବନେଶ୍ବର,୦୪/୦୩/୨୦୨୬: ଆନ୍ଧ୍ର ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁଙ୍କୁ ଖୁସି କରିବାକୁ ବଂଶଧାରା ଟ୍ରିବ୍ୟୁନାଲ୍ ରାୟ ଦିଆଯାଇଛି। ଓଡ଼ିଶାରେ ବଂଶଧାରାର ତିନି ଚତୁର୍ଥାଂଶ କ୍ୟାଚ୍‌ମେଣ୍ଟ…

Continue reading

Leave a Reply

Your email address will not be published. Required fields are marked *

You Missed

‘ମନ୍ କି ବାତ୍’ କାର୍ଯ୍ୟକ୍ରମର ୧୩୨ତମ ପର୍ବରେ ସମ୍ବଲପୁରର ସୁଜାତା ଭୁୟାଁଙ୍କୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

ସାଇବର ଅପରାଧରୁ ସୁରକ୍ଷା ସମ୍ପର୍କରେ ମହିଳା ଆୟୋଗଙ୍କ କର୍ମଶାଳା

ଖରାଦିନର ଖାଦ୍ୟ

୧୪-୧୫ ବର୍ଷର କିଶୋରୀଙ୍କୁ ସର୍ଭିକାଲ୍‌ କ୍ୟାନ୍‌ସର ଟୀକା

ହାତଗଣ୍ଠି ପରେ ଜଣାପଡ଼ିଲା ବର କିନ୍ନର

ହାତଗଣ୍ଠି ପରେ ଜଣାପଡ଼ିଲା ବର କିନ୍ନର

ଭାଲେଣ୍ଟାଇନ୍ ଦିବସ

ଭାଲେଣ୍ଟାଇନ୍ ଦିବସ