ସୋଆରେ ‘ଆଇଏସ୍ଏସିଓଏନ୍- ୨୦୨୫’ର ରାଜ୍ୟ ସ୍ତରୀୟ ୫୨ତମ ବାର୍ଷିକ ସମ୍ମିଳନୀ ଉଦ୍ଘାଟିତ

ଭୁବନେଶ୍ୱର: ଶିକ୍ଷା ଓ ଅନୁସନ୍ଧାନ(ସୋଆ) ପରିଚାଳିତ ଇନ୍ଷ୍ଟିଚୁ୍ୟଟ୍ ଅଫ୍ ମେଡିକାଲ୍ ସାଇନସେସ୍ ଆଣ୍ଡ ସମ୍ ହସ୍ପିଟାଲରେ ତିନି ଦିନିଆ ଇଣ୍ଡିଆନ୍ ସୋସାଇଟି ଅଫ୍ ଆନାସ୍ଥେସିଓଲୋଜିଷ୍ଟସ ଓଡିଶା ଶାଖାର ୫୨ତମ ବାର୍ଷିକ ସମ୍ମିଳନୀ ଉଦ୍ଘାଟିତ ହୋଇଯାଇଛି । ଆଇଏମ୍ଏସ୍ ଆଣ୍ଡ ସମ୍ ହସ୍ପିଟାଲ୍, ସମ୍ ଅଲ୍ଟିମେଟ୍ ମେଡିକେୟାର ଏବଂ ଓଡ଼ିଶା ଶାଖା ଇଣ୍ଡିଆନ୍ ସୋସାଇଟି ଅଫ୍ ଆନାସ୍ଥେସିଓଲୋଜିଷ୍ଟସର ମିଳିତ ଉଦ୍ୟମରେ ଶନିବାର ସୋଆ କ୍ୟାମ୍ପସ୍ ୨ ପରିସରରେ ଏହି କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି ।
ଏହି କାର୍ଯ୍ୟକ୍ରମରେ ଆଇଏମଏସ୍ ଆଣ୍ଡ ସମ୍ ହସ୍ପିଟାଲର ଡିନ୍ ପ୍ରଫେସର (ଡାକ୍ତର) ସଂଘମିତ୍ରା ମିଶ୍ର ମୁଖ୍ୟଅତିଥି ଭାବେ ଯୋଗ ଦେଇ ସମ୍ମିଳନୀର ପ୍ରସଙ୍ଗ ‘ପେରିଅପରେଟିଭ ଫିଜିକ୍ସିଆନ୍ସ: ଟ୍ରାନ୍ସଫର୍ମିଂ କେୟାର, ସେଭିଙ୍ଗ ଲାଇଭସ’ ଉପରେ ଆଲୋକପାତ କରିଥିଲେ ।
ଆନାସ୍ଥେସିଓଲୋଜିଷ୍ଟଙ୍କ ଭୂମିକା କେବଳ ଅତ୍ସୋପଚାର ରୁମ୍ ଭିତରେ ସୀମିତ ନ ଥାଏ ବରଂ ରୋଗୀଟିର ଅତ୍ସୋପଚାର ପୂର୍ବ ଓ ପରବର୍ତି ସମୟରେ ତାହାର ସ୍ୱାସ୍ଥ୍ୟାବସ୍ଥା ଓ ଯତ୍ନ କିପରି ନିଆଯାଇପାରିବ ସେ ବିଷୟରେ ତାଙ୍କର ବିଶେଷ ଜ୍ଞାନ ରହିବା ଜରୁରୀ । ଦକ୍ଷ ଆନେସ୍ଥେସିଓଲୋଜିଷ୍ଟ ହେବାକୁ ହେଲେ ଆନେସ୍ଥେସିଆର ସିଷ୍ଟମ୍, ପଦ୍ଧତି ଏବଂ ଗବେଷଣା ଉପରେ ବିଶେଷ ପ୍ରଶିକ୍ଷଣ ନେବା ଆବଶ୍ୟକ ବୋଲି ସେ କହିଥିଲେ ।
ଏଥିରେ ଆଇଏମ୍ଏସ୍ ଆଣ୍ଡ ସମ୍ ହସ୍ପିଟାଲର ମେଡିକାଲ୍ ସୁପରିଟେଣ୍ଡେଂଟ ପ୍ରଫେସର(ଡାକ୍ତର) ପୁଷ୍ପରାଜ ସାମନ୍ତସିଂହାର ସମ୍ମାନିତ ଅତିଥି ଭାବେ ଯୋଗ ଦେଇ କହିଥିଲେ ଯେ ସମ୍ ହସ୍ପିଟାଲ୍ ପକ୍ଷରୁ ଓଡ଼ିଶା ଭୁବନେଶ୍ୱର ସିଟି ଶାଖାର ବାର୍ଷିକ ସମ୍ମିଳନୀ ‘ଆଇସାକନ୍-୨୦୨୫’ଆୟୋଜନ କରାଯାଇଛି । ପ୍ରଥମ ଦିନ ଦୁଇଟି କର୍ମଶାଳା ଚାଲିଥିବା ବେଳେ ଦ୍ୱିତୀୟ ଏବଂ ତୃତୀୟ ଦିନ ସମ୍ମିଳନୀ କରାଯିବ । ରାଜ୍ୟ ଭିତରୁ ଏବଂ ରାଜ୍ୟ ବାହାରୁ ପ୍ରାୟ ୪୦୦ ଆନେସ୍ଥେସିଷ୍ଟମାନେ ଏଥିରେ ଯୋଗ ଦେଇଛନ୍ତି । ଏହି ସମ୍ମିଳନୀରେ ରୋଗୀ ସୁରକ୍ଷା ଉପରେ ବିଶେଷ ଗୁରୁତ୍ୱ ଦିଆଯିବା ସହିତ ସେମାନଙ୍କୁ ଏ ସମ୍ପର୍କରେ ପ୍ରଶିଷିତ କରାଯିବ ବୋଲି ପ୍ରଫେସର ସାମନ୍ତସିଂହାର କହିଥିଲେ ।
ସେହିପରି ଅନ୍ୟତମ ସମ୍ମାନିତ ଅତିଥି ଭାବେ ଯୋଗ ଦେଇ ସମ୍ ହସ୍ପିଟାଲ୍ ୨ର ମେଡିକାଲ୍ ସୁପରିଟେଣ୍ଡେଂଟ ପ୍ରଫେସର (ଡାକ୍ତର) ରାଜେଶ କୁମାର ଲେଙ୍କା କହିଥିଲେ ସବୁ ଅସ୍ତ୍ରୋପଚାରରେ ଆନେସ୍ଥେସିଆର ଆବଶ୍ୟକତା ରହୁଥିବା ବେଳେ ଆଗକୁ ଆଧୁନିକ ପଦ୍ଧତିରେ ଚିକିତ୍ସା କ୍ଷେତ୍ରରେ ଏହାର କିପରି ବ୍ୟବହାର କରାଯାଇପାରିବ ସେ ସମ୍ପର୍କରେ ମତ ରଖିଥିଲେ ।
ଏହି ଅବସରରେ ଆଇଏସଏ ଓଡ଼ିଶା ରାଜ୍ୟର ସଭାପତି ପ୍ରଫେସର (ଡାକ୍ତର) ଲକ୍ଷ୍ମୀଧର ଦାଶ, ଓଡ଼ିଶା ରାଜ୍ୟ ଶାଖାର ସଚୀବ ଡାକ୍ତର ଧର୍ମଜୀବନ ସାମନ୍ତରାୟ, ଭୁବନେଶ୍ୱର ସିଟି ସଭାପତି ଡାକ୍ତର ଅନ୍ୱେଷା ସ୍ୱାଇଁ ଓ ଭୁବନେଶ୍ୱର ସିଟି ଶାଖାର ସଚୀବ ଡାକ୍ତର ଶୋଭନ୍ କୁମାର ରଥ ପ୍ରମୁଖ ଉପସ୍ଥିତ ରହି ବକ୍ତବ୍ୟ ରଖିଥିଲେ ।
ଏହି ଅବସରରେ ଉକ୍ରଳ ହସ୍ପିଟାଲ୍ର ଆନେସ୍ଥେସିଆ ବିଭାଗର ମୁଖ୍ୟ ତଥା ଆଇସାକନ୍ର ଅର୍ଗାନାଇଜିଂ ଚେୟାରପର୍ସନ ଡାକ୍ତର ଜିତାମିତ୍ର ମିଶ୍ର ସ୍ୱାଗତ ଭାଷଣ ଦେଇଥିବା ବେଳେ ସମ୍ ହସ୍ପିଟାଲ୍ର ଆନେସ୍ଥେସିଆ ବିଭାଗର ଡାକ୍ତର ତଥା ଅର୍ଗାନାଇଜିଂ ସେକ୍ରେଟାରୀ ପ୍ରଫେସର (ଡାକ୍ତର) ରଞ୍ଜିତା ଆଚାର୍ଯ୍ୟ ଧନ୍ୟବାଦ ଅର୍ପଣ କରିଥିଲେ ।

Related Posts

ରାଜ୍ୟରେ ମହଜୁଦ ରହିଛି ୧ ଲକ୍ଷ ୩୭ ହଜାର ୨୦୨ ଟନ୍ ସାର

ଭୁବନେଶ୍ୱର: ସାର କଳାବଜାରୀ ରୋକିବାକୁ ସରକାରଙ୍କ ବଡ଼ ପଦକ୍ଷେପ । ରାଜ୍ୟରେ ବର୍ତ୍ତମାନ ୧ ଲକ୍ଷ ୩୭ ହଜାର ୨୦୨ ଟନ୍ ସାର ମହଜୁଦ ରହିଛି । ମୋଟ୍ ମହଜୁଦରୁ ୨ ଲକ୍ଷ ୬ ହଜାର ୩୬୮ ଟନ୍ ସାର ପ୍ରାଥମିକ…

Continue reading
ନିଯୁକ୍ତି ମେଳା : ୧୩୨୬ ଜଣଙ୍କୁ ନିଯୁକ୍ତି ପତ୍ର ଦେଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ରାଜ୍ୟର ଯୁବପିଢ଼ିଙ୍କୁ ରୋଜଗାର ସୁଯୋଗ ପ୍ରଦାନ ଓ ସରକାରୀ ସେବାରେ ନିଯୁକ୍ତିକୁ ଗୁରୁତ୍ୱ ଦେଇ ଭୁବନେଶ୍ୱରରେ ରାଜ୍ୟସ୍ତରୀୟ ନିଯୁକ୍ତି ମେଳା ଆୟୋଜିତ ହୋଇଛି। ଏହି ଅବସରରେ ୧୩୨୬ ଜଣ ନବନିଯୁକ୍ତ ପ୍ରାର୍ଥୀଙ୍କୁ ମୁଖ୍ୟମନ୍ତ୍ରୀ ନିଯୁକ୍ତି ପତ୍ର ପ୍ରଦାନ କରିଛନ୍ତି।ରାଜ୍ୟ ସରକାରଙ୍କ…

Continue reading

Leave a Reply

Your email address will not be published. Required fields are marked *

You Missed

ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ, ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ,  ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

ସକାଳ ଜଳଖିିଆରେ କ’ଣ ଖାଆନ୍ତି ଗୁଗୁଲ ସିଇଓ ସୁନ୍ଦର ପିଚାଇ

ରାଜା ଶିବାଜୀ ଆଦାୟ କଲାଣି କୋଟି କୋଟି ଟଙ୍କା

ବିଶ୍ୱବିଦ୍ୟାଳୟ ପାଠ୍ୟକ୍ରମରେ ମୋଦୀ ତତ୍ତ୍ୱ

ଓଡ଼ିଶାର ‘ଡାଲମା’କୁ ‘X’ ହ୍ୟାଣ୍ଡଲରେ ଖୁବ୍ ପ୍ରଂଶସା କଲେ ଜାପାନ ରାଷ୍ଟ୍ରଦୂତ