
ଭୁବନେଶ୍ୱର:ରାଜ୍ୟସଭା ନିର୍ବାଚନ ପାଇଁ ଭୋଟ୍ ଗ୍ରହଣ ଚାଲିଥିବା ବେଳେ ଓଡ଼ିଶା ରାଜନୀତିରେ ଆସିଛି ଏକ ବଡ଼ ଝଡ଼ । ବିଜେଡି ଶିବିରରେ ମହାବିଦ୍ରୋହ ଦେଖିବାକୁ ମିଳିଛି ।ଯାହା ଭୟ ଥିଲା, ଶେଷରେ ସେଇଆ ହିଁ ହୋଇଛି। ବିଜେଡିର ଦୁଇ ବିଧାୟକ କ୍ରସଭୋଟିଂ କରିଥିବା ଅଭିଯୋଗ ହୋଇଛି । ସେମାନେ ହେଲେ ସୌଭିକ ବିଶ୍ୱାଳ ଓ ଚକ୍ରମଣି କହଁର ।
ସୌଭିକ ବିଶ୍ୱାଳଙ୍କ ମୌନତା ପଛର ରହସ୍ୟ ଏବେ ଧୀରେ ଧୀରେ ସ୍ପଷ୍ଟ ହେବାରେ ଲାଗିଛି। ସେପଟେ ଚକ୍ରମଣି କହଁର ମଧ୍ୟ ନିଜ ଭୋଟ୍କୁ ନେଇ ସନ୍ଦେହ ଘେରକୁ ଆସିଛନ୍ତି।
ଏହି କ୍ରସ୍ ଭୋଟିଂକୁ ନେଇ ବରିଷ୍ଠ ବିଜେଡି ନେତା ପ୍ରତାପ ଦେବ କଡ଼ା ଆପତ୍ତି ଉଠାଇଛନ୍ତି। ସେଠାରେ ଥିବା ନିର୍ବାଚନ ଅଧିକାରୀଙ୍କ ପାଖରେ ନିଜର ଅସନ୍ତୋଷ ପ୍ରକାଶ କରିବା ସହ ଭୋଟିଂ ପ୍ରକ୍ରିୟା ଉପରେ ପ୍ରଶ୍ନ ଉଠାଇଛନ୍ତି ପ୍ରତାପ।




