ସ୍କୁଲରେ ନାହିଁ ପାଠ୍ୟପୁସ୍ତକ, ସବୁଠାରୁ ଅଧିକ ପ୍ରଭାବିତ ଆଦିବାସୀ ଜିଲ୍ଲା-ଅନ୍ଧାରରେ ଛାତ୍ରଛାତ୍ରୀଙ୍କ ଭବିଷ୍ୟତ: ବିଜୁ ଛାତ୍ର ଜନତା ଦଳ

ଭୁବନେଶ୍ୱର, ୨୬/୦୩/୨୦୨୬: ଆଜି ଶଙ୍ଖ ଭବନରେ ବିଜୁ ଛାତ୍ର ଜନତା ଦଳ (ବିସିଜେଡି) ସଭାପତି ଇପ୍ସିତା ସାହୁ ଏକ ସାମ୍ୱାଦିକ ସମ୍ମିଳନୀରେ ରାଜ୍ୟର ସରକାରୀ ସ୍କୁଲରେ ଛାତ୍ରଛାତ୍ରୀଙ୍କ ପାଠ୍ୟପୁସ୍ତକର ଅଭାବ ପାଇଁ ବିଜେପି ସରକାରଙ୍କୁ ସମାଲୋଚନା କରିଛନ୍ତି । ଇପ୍ସିତା ସାହୁ ଆଲୋକପାତ କରିଥିଲେ ଯେ ୨ ଏପ୍ରିଲ ୨୦୨୬ରୁ ପ୍ରଥମରୁ ଅଷ୍ଟମ ଶ୍ରେଣୀ ପାଇଁ ନୂତନ ଶିକ୍ଷାବର୍ଷ ଆରମ୍ଭ ହେଉଛି । ଏଥିପାଇଁ ଆବଶ୍ୟକ ୨,୭୩,୮୨,୦୫୦ ପାଠ୍ୟପୁସ୍ତକ ମଧ୍ୟରୁ କେବଳ ୧,୧୮,୪୫,୮୦୦ ପୁସ୍ତକ ଯୋଗାଇ ଦିଆଯାଇଛି । ଯାହା ହାରାହାରି ମାତ୍ର ୪୩.୨୬ ପ୍ରତିଶତ । ଆଦିବାସୀ ବହୁଳ ଜିଲ୍ଲାଗୁଡ଼ିକରେ ଏହି ସମସ୍ୟା ଗମ୍ଭୀର । ସବୁଠାରୁ ଅଧିକ ପ୍ରଭାବିତ ଜିଲ୍ଲା ମୟୂରଭଞ୍ଜକୁ ଆବଶ୍ୟକ ପୁସ୍ତକର ମାତ୍ର ୨୩.୦୫ ପ୍ରତିଶତ ପ୍ରଦାନ କରାଯାଇଛି । ସେହିଭଳି କନ୍ଧମାଳ, କେନ୍ଦୁଝର, ଗଜପତି, ନୟାଗଡ଼, ଗଞ୍ଜାମ, ଯାଜପୁର, ବାଲେଶ୍ୱର, ବଲାଙ୍ଗୀର, ଢେଙ୍କାନାଳ, କେନ୍ଦ୍ରାପଡ଼ା ଏବଂ ଭଦ୍ରକ ସମେତ ଅନ୍ୟାନ୍ୟ ଜିଲ୍ଲାଗୁଡ଼ିକୁ ମାତ୍ର ୪୦ ପ୍ରତିଶତରୁ କମ୍ ପାଠ୍ୟପୁସ୍ତକ ଯୋଗାଇ ଦିଆଯାଇଛି ବୋଲି ଅଭିଯୋଗ କରିଛି ବିଜେଡି ।
ପୂର୍ବତନ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କ ଦ୍ୱାରା ପ୍ରଚଳିତ ଅନ୍ୱେଷା ଭଳି ଯୋଜନା ଗୁଡ଼ିକୁ ଏ ସରକାର ବନ୍ଦ କରିବାକୁ ନେଇ ସମାଲୋଚନା କରିଛନ୍ତି ଇପ୍ସିତା ସାହୁ । ଏହି ଯୋଜନା ଦ୍ୱାରା ଆଦିବାସୀ ଛାତ୍ରଛାତ୍ରୀଙ୍କ ପାଇଁ ଶିକ୍ଷାଗତ ସୁବିଧାରେ ଯଥେଷ୍ଟ ଉନ୍ନତି ଆସିଥିଲା । ୨ ଏପ୍ରିଲ ୨୦୨୬ରୁ ପ୍ରାୟ ୩ ଲକ୍ଷ ଛାତ୍ରଛାତ୍ରୀ ପାଠ୍ୟପୁସ୍ତକ ବିନା ସ୍କୁଲ ଆରମ୍ଭ କରିବେ । ପିଲାଙ୍କ ପାଇଁ ସ୍କୁଲ ପୋଷାକ ଏବଂ ଉପଯୁକ୍ତ ପୁଷ୍ଟିସାର ଭଳି ବ୍ୟବସ୍ଥା ରହିଥିଲା, ଯାହାକୁ ପୂର୍ବ ବିଜେଡି ସରକାର ସମୟରେ ନିୟମିତ ଭାବରେ ପ୍ରଦାନ କରାଯାଉଥିଲା । କିନ୍ତୁ ଦୁର୍ଭାଗ୍ୟର ବିଷୟ ବର୍ତ୍ତମାନର ସରକାର ଏହାକୁ ସଂପୂର୍ଣ୍ଣ ଅବହେଳା କରୁଛନ୍ତି ।
ଅନ୍ୟପଟେ ମାଗଣା ପାଠ୍ୟପୁସ୍ତକ ବଣ୍ଟନରେ ଅନିୟମିତତା ଉପରେ ପ୍ରଶ୍ନ ଉଠାଇ ଇପ୍ସିତା ସାହୁ କହିଛନ୍ତି, ମାଗଣା ପୁସ୍ତକ ଯୋଗାଇବା ପୂର୍ବ ବିଜେଡି ସରକାରଙ୍କ ଏକ ପଦକ୍ଷେପ ଥିଲା । କିନ୍ତୁ ଏହି ସୁବିଧା ସୁଯୋଗରେ କାହିଁକି ଅନିୟମିତତା ହେଉଛି ମୁଖ୍ୟମନ୍ତ୍ରୀ ଓ ଗଣଶିକ୍ଷାମନ୍ତ୍ରୀ ଜବାବ ଦିଅନ୍ତୁ । ଯଦି ଶିକ୍ଷାବର୍ଷ ଆରମ୍ଭ ହେବା ପୂର୍ବରୁ ଛାତ୍ରଛାତ୍ରୀଙ୍କୁ ପାଠ୍ୟପୁସ୍ତକ ଉପଲବ୍ଧ କରାନଯାଏ, ଛାତ୍ରଛାତ୍ରୀଙ୍କ ଭବିଷ୍ୟତର ସୁରକ୍ଷା ପାଇଁ ଆଗାମୀ ଦିନରେ ରାଜରାସ୍ତାକୁ ଓହ୍ଲାଇବ ବୋଲି ବିଜୁ ଛାତ୍ର ଜନତା ଦଳ ସରକାରଙ୍କୁ ଚେତାବନୀ ଦେଇଛି ।

  • Related Posts

    ଉତ୍କଳ ଦିବସ: ଶୁଭେଚ୍ଛା ଜଣାଇଲେ ରାଜ୍ୟପାଳ

    ଭୁବନେଶ୍ୱର: ଆଜି ଉତ୍କଳ ଦିବସ । ସ୍ବତନ୍ତ୍ର ଉତ୍କଳ ପ୍ରଦେଶ ଗଠନକୁ ଆଜି ୯୦ ବର୍ଷ ପୁରଣ ହୋଇଛି । ଦେଶର ପ୍ରଥମ ଭାଷା ଭିତ୍ତିକ ରାଜ୍ୟ ଭାବେ ଆଜି ଓଡ଼ିଶା ମାନ୍ୟତା ହାସଲ କରିଥିଲା । ଏହି ସଫଳତା ପଛରେ…

    Continue reading
    ଉତ୍କଳ ଦିବସ: ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ

    ଭୁବନେଶ୍ୱର: ଆଜି ଉତ୍କଳ ଦିବସ । ସ୍ବତନ୍ତ୍ର ଉତ୍କଳ ପ୍ରଦେଶ ଗଠନକୁ ଆଜି ୯୦ ବର୍ଷ ପୁରଣ ହୋଇଛି । ଦେଶର ପ୍ରଥମ ଭାଷା ଭିତ୍ତିକ ରାଜ୍ୟ ଭାବେ ଆଜି ଓଡ଼ିଶା ମାନ୍ୟତା ହାସଲ କରିଥିଲା । ଏହି ସଫଳତା ପଛରେ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ‘ମନ୍ କି ବାତ୍’ କାର୍ଯ୍ୟକ୍ରମର ୧୩୨ତମ ପର୍ବରେ ସମ୍ବଲପୁରର ସୁଜାତା ଭୁୟାଁଙ୍କୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

    ସାଇବର ଅପରାଧରୁ ସୁରକ୍ଷା ସମ୍ପର୍କରେ ମହିଳା ଆୟୋଗଙ୍କ କର୍ମଶାଳା

    ଖରାଦିନର ଖାଦ୍ୟ

    ୧୪-୧୫ ବର୍ଷର କିଶୋରୀଙ୍କୁ ସର୍ଭିକାଲ୍‌ କ୍ୟାନ୍‌ସର ଟୀକା

    ହାତଗଣ୍ଠି ପରେ ଜଣାପଡ଼ିଲା ବର କିନ୍ନର

    ହାତଗଣ୍ଠି ପରେ ଜଣାପଡ଼ିଲା ବର କିନ୍ନର

    ଭାଲେଣ୍ଟାଇନ୍ ଦିବସ

    ଭାଲେଣ୍ଟାଇନ୍ ଦିବସ