ସ୍ବଚ୍ଛ ସହରରେ ନବମ ସ୍ଥାନରେ ଭୁବନେଶ୍ବର, ଆସିକା-ଚିକିଟି ସବୁଠୁ ସଫାସୁତୁରା

ଭୁବନେଶ୍ବର: ସାରା ଭାରତରେ ପୁଣି ଚମକିଲା ଭୁବନେଶ୍ବର । ପ୍ରକାଶ ପାଇଛି ସ୍ବଚ୍ଛ ସର୍ବେକ୍ଷଣ ରିପୋର୍ଟ । ଜାତୀୟ ସ୍ତରରେ ନବମ ସ୍ଥାନ ହାସଲ କରିଛି ରାଜଧାନୀ ଭୁବନେଶ୍ବର । ପୂର୍ବ ବର୍ଷ ଭୁବନେଶ୍ବର ୩୪ତମ ସ୍ଥାନରେ ରହିଥିଲା । ସେହିପରି ଗଞ୍ଜାମ ଜିଲ୍ଲାର ଆସିକା ଓ ଚିକିଟିକୁ ମଧ୍ୟ ସ୍ବଚ୍ଛ ପୁରସ୍କାର ମିଳିଛି ।ସର୍ବ ଭାରତୀୟ ସ୍ବଚ୍ଛ ସର୍ବେକ୍ଷଣ ରିପୋର୍ଟ ୨୦୨୪-୨୫ର ଫଳାଫଳ ଗୁରୁବାର ପ୍ରକାଶ ପାଇଛି । ଇନ୍ଦୋର ଭାରତର ସବୁଠାରୁ ସ୍ବଚ୍ଛ ସହର ଭାବେ କ୍ରମାଗତ ୮ମ ସ୍ଥାନ ଲାଭ କରିଛି । ଏହି ସର୍ବେକ୍ଷଣରେ ଭୁବନେଶ୍ବର ମହାନଗର ନିଗମ ସ୍ବତନ୍ତ୍ର ମାନ୍ୟତା ହାସଲ କରିଛି । ୩ଲକ୍ଷରୁ ୧୦ ଲକ୍ଷ ଜନସଂଖ୍ୟା ବିଶିଷ୍ଟ ବିଭାଗରେ ଭୁବନେଶ୍ବର ନବମ ସ୍ଥାନ ପ୍ରାପ୍ତ କରିଛି । ଏନେଇ ନୂଆଦିଲ୍ଲୀ ସ୍ଥିତ ବିଜ୍ଞାନ ଭବନରେ ଗୃହ ନିର୍ମାଣ ମନ୍ତ୍ରୀ ଓ ସହରାଞ୍ଚଳ ବିକାଶ ମନ୍ତ୍ରୀ ମନୋହରଲାଲ ଖଟ୍ଟର ଓ ତୋଖାନ ସାହୁ ଏହି ପୁରସ୍କାର ରାଜ୍ୟ ଗୃହନିର୍ମାଣ ମନ୍ତ୍ରୀ ଡ. କୃଷ୍ଣଚନ୍ଦ୍ର ମହାପାତ୍ର ଓ ମେୟର ସୁଲୋଚନା ଦାସଙ୍କୁ ପ୍ରଦାନ କରିଥିଲେ । ଏହି କାର୍ୟ୍ୟକ୍ରମରେ ସ୍ବଚ୍ଛ ଭାରତ ମିଶନ ଯୁଗ୍ମ ସଚିବ ରୂପା ମିଶ୍ର, ନଗର ଉନ୍ନୟନ ବିଭାଗରପ୍ରମୂଖ ଶାସନ ସଚିବ ଉଷା ପାଢୀ ପ୍ରମୁଖ ଉପସ୍ଥିତ ଥିଲେ ।ରାଜଧାନୀ ଭୁବନେଶ୍ବରକୁ ମିଳିଥିବା ସଫଳତା ଏକ ଉଦାହରଣ ସୃଷ୍ଟି କରିଛି । ଗତବର୍ଷର ୩୪ ତମ ସ୍ଥାନରୁ ୯ମ ସ୍ଥାନ ପର୍ୟ୍ୟନ୍ତ ଯାତ୍ରା ନିଶ୍ଚିତରୂପେ ପ୍ରେରଣାଦାୟୀ । ଭୁବନେଶ୍ବରକୁ ସମୁଦାୟ ୧୨,୫୦୦ ନମ୍ବରରୁ ୧୦,୫୦୦ ନମ୍ବର ପ୍ରାପ୍ତ ହୋଇଛି । ବର୍ଜ୍ୟ ସଂଗ୍ରହ ଠାରୁ ଏହାର ପୃଥକୀକରଣ, ପ୍ରକ୍ରିୟାକରଣ ଆଦି ବିଭାଗରେ ଭଲ ପ୍ରଦର୍ଶନ କରିଛି ।ସହରରେ ବିଭିନ୍ନ ପରିମଳ ବ୍ୟବସ୍ଥାକୁ ସୁଦୃଢ କରିବା ସହିତ ଘରକୁ ଘର ଯାଇ ବର୍ଜ୍ୟବସ୍ତୁ ସଂଗ୍ରହ, ବର୍ଜ୍ୟବସ୍ତୁ ପୃଥକୀକରଣ, ପ୍ରକ୍ରିୟାକରଣ, ଜନ ବସତି ସଫେଇ, ଜଳାଶୟ, ଶୌଚାଳୟ ସଫେଇ ଆଦି କାର୍ୟ୍ୟ ପାଇଁ ସାରା ବର୍ଷ ପରୀକ୍ଷଣ କରାଯାଇଥାଏ । ଏହି ସବୁ କାର୍ୟ୍ୟରେ ସଫଳତା ଯୋଗୁଁ ଆଜି ରାଜଧାନୀ ସାରା ଭାରତରେ ସ୍ବଚ୍ଛ ସହର ଭାବେ ନବମ ସ୍ଥାନରେ ପହଞ୍ଚି ପାରିଛି ।ସ୍ବଚ୍ଛ ସର୍ବେକ୍ଷଣ ରିପୋର୍ଟ ୨୦୨୪-୨୫ରେ ରାଜଧାନୀ ସହିତ ଗଞ୍ଜାମ ଜିଲ୍ଲାର ଦୁଇ ପୌରସଂସ୍ଥା ଓଡିଶା ପାଇଁ ଗର୍ବ ଆଣିଦେଇଛନ୍ତି । ଗଞ୍ଜାମ ଜିଲ୍ଲାର ଆସିକା ଓ ଚିକିଟି ଏନସି ଦେଶର ଦ୍ବିତୀୟ ଶ୍ରେଷ୍ଠ ସହର ଭାବେ ଏହି ସଫଳତା ହାସଲ କରିଛନ୍ତି । ନୂଆଦିଲ୍ଲୀସ୍ଥିତ ବିଜ୍ଞାନ ଭବନରେ ଆୟୋଜିତ ସ୍ବତନ୍ତ୍ର କାର୍ୟ୍ୟକ୍ରମରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଉଭୟ ପୌରସଂସ୍ଥାଙ୍କୁ ପୁରସ୍କୃତ କରିଛନ୍ତି ।ସ୍ବଚ୍ଛତା କ୍ଷେତ୍ରରେ ୨୦ ହଜାରରୁ ୫୦ ହଜାର ଜନସଂଖ୍ୟା ବିଶିଷ୍ଟ ସହର ବିଭାଗରେ ଗୋଆର ପାନାଜୀ ପ୍ରଥମ ସ୍ଥାନ ହାସଲ କରିଥିବା ବେଳେ ଗଞ୍ଜାମ ଜିଲ୍ଲାର ଆସିକା ଦ୍ବିତୀୟ ସ୍ଥାନ ହାସଲ କରିଥିଲା । ସେହିପରି ହଜାରରୁ କମ୍ ଜନସଂଖ୍ୟା ବିଶିଷ୍ଟ ସହର ବିଭାଗରେ ଛତିଶଗଡର ବିଲହା ପ୍ରଥମସ୍ଥାନ ହାସଲ କରିଥିବା ବେଳେ ଗଞ୍ଜାମ ଜିଲ୍ଲାର ଚିକିଟି ଦ୍ବିତୀୟ ସ୍ଥାନ ହାସଲ କରିଥିଲା ।ନିକଟରେ ପୌରପାଳିକା ଭାବେ ଘୋଷିତ ହୋଇଥିବା ପୁରୀ ଗତବର୍ଷ ସ୍ବଚ୍ଛ ସର୍ବେକ୍ଷଣ ରିପୋର୍ଟ ୨୦୨୩-୨୪ ରେ ୬୧ତମ ସ୍ଥାନ ହାସଲ କରିଥିଲା । ମାତ୍ର ଚଳିତ ବର୍ଷ ଏହା ୨୯ ସ୍ଥାନ ତଳକୁ ଖସି ୯୦ ତମ ସ୍ଥାନ ହାସଲ କରିଛି ।

  • Related Posts

    ଆପଣଙ୍କର ଏହିସବୁ ଅଭ୍ୟାସ ଡାକି ଆଣୁଛି ବିପଦ: ବେଳ ହୁଁ ସତର୍କ ରହି ଏଥିରୁ ନିବୃତ୍ତ ରୁହନ୍ତୁ

    ଆଜିକାଲି ଅଧିକାଂଶ ଲୋକ ମାନସିକ ଦୁଶ୍ଚିନ୍ତା ରହୁଥିବାର ଦେଖାଯାଉଛି। ଫଳରେ ହୃଦରୋଗ ଭଳି ମାରାତ୍ମକ ସମସ୍ୟା ସୃଷ୍ଟି ହେଉଛି। କାରଣ ଆମର ଦୈନନ୍ଦିନ ଜୀବନ ଶୈଳୀରେ ଆମେ ଯାହା କରୁଛନ୍ତି ତାହାର ପ୍ରଭାବ ସିଧାସଳଖ ଆପଣଙ୍କ ମସ୍ତିଷ୍କ ଉପରେ ପଡ଼ୁଛି। ଆମେ…

    Continue reading
    ସକାଳୁ ଉଠି ଖାଲି ପେଟରେ ଖାଆନ୍ତୁ ଏହି ପତ୍ର; ସ୍ୱାସ୍ଥ ପାଇଁ ମହୋଷଧି

    ଆମେ ଯାହା ଖାଇଥାଉ ତାହା ଆମ ଶରୀର ଉପରେ ସିଧାସଳଖ ପ୍ରଭାବ ପକାଇଥାଏ ଏବଂ ହଜମ, ଚର୍ମ ଏବଂ ଶରୀରର ଅଂଶ ପ୍ରଭାବିତ ହୋଇଥାଏ। ଏଭଳି ପରିସ୍ଥିତିରେ ସଠିକ୍ ଜୀବନଶୈଳୀ ବାଛିବା ଆବଶ୍ୟକ। ଭୃଷଙ୍ଗ ପତ୍ର ଏପରି ଜିନିଷ ଯାହାକି ଆପଣ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ, ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ,  ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ସକାଳ ଜଳଖିିଆରେ କ’ଣ ଖାଆନ୍ତି ଗୁଗୁଲ ସିଇଓ ସୁନ୍ଦର ପିଚାଇ

    ରାଜା ଶିବାଜୀ ଆଦାୟ କଲାଣି କୋଟି କୋଟି ଟଙ୍କା

    ବିଶ୍ୱବିଦ୍ୟାଳୟ ପାଠ୍ୟକ୍ରମରେ ମୋଦୀ ତତ୍ତ୍ୱ

    ଓଡ଼ିଶାର ‘ଡାଲମା’କୁ ‘X’ ହ୍ୟାଣ୍ଡଲରେ ଖୁବ୍ ପ୍ରଂଶସା କଲେ ଜାପାନ ରାଷ୍ଟ୍ରଦୂତ