
ଭୁବନେଶ୍ୱର: ହଟିଲା ନିଲମ୍ବନ, ଦୀର୍ଘ ୧୦ ଦିନ ପରେ ବିଧାନସଭାକୁ ପ୍ରବେଶ କଲେ ଜୟପୁର କଂଗ୍ରେସ ବିଧାୟକ ତାରା ବାହିନୀପତି। କଳା ପୋଷାକ ପିନ୍ଧି ଗୃହକୁ ଆସିଥିଲେ। ବିଧାନସଭା ଗୃହ ବାହାରରେ ମୁଣ୍ଡିଆ ମାରିବା ପରେ ପ୍ରବେଶ କରିଥିଲେ।ସେହିଭଳି ତାରାଙ୍କ ସସ୍ପେଣ୍ଡକୁ ବିରୋଧ କରି କଳା ଦିବସ ପାଳନ କରୁଛି କଂଗ୍ରେସ। ଏଥିପାଇଁ କଂଗ୍ରେସ ସମସ୍ତ ସଦସ୍ୟ କଳା ପୋଷାକ ପିନ୍ଧି ଗୃହକୁ ଆସିବା ସହ ଘଣ୍ଟ ବାଡେଇ ପ୍ରତିବାଦ କରିଥିଲେ। ଗତ ୧୧ ତାରିଖରେ ବିଧାନସଭାରେ ବିଶୃଙ୍ଖଳା କରିବା ଅଭିଯୋଗରେ ତାରା ବାହିନୀପତିଙ୍କୁ ୭ଟି କାର୍ୟ୍ୟ ଦିବସ ପାଇଁ ନିଲମ୍ବିତ କରିଥିଲେ ବାଚସ୍ପତି ସୁରମା ପାଢୀ ।
ଉଲ୍ଲେଖ ଯୋଗ୍ୟ ଯେ,ଗତ ୧୧ ତାରିଖରେ ଅଧିବେଶନ ଚାଲିଥିବା ବେଳେ ଗୃହ ଭିତରେ ବିଶୃଙ୍ଖଳା କରିଥିଲେ ତାରା । ଏହାପରେ ତାରାଙ୍କୁ ୭ଟି କାର୍ୟ୍ୟ ଦିବସ ପାଇଁ ସସ୍ପେଣ୍ଡ କରିଥିଲେ ବାଚସ୍ପତି ।




