ହାଥରସ ଗସ୍ତରେ ରାହୁଲ ଗାନ୍ଧୀ

ନୂଆଦିଲ୍ଲୀ:ହାଥରସ ଗସ୍ତରେ କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀ । ଦୁଷ୍କର୍ମ ପୀଡିତାଙ୍କ ପରିବାରଙ୍କୁ ଭେଟିବା ପାଇଁ ଆଜି ଦିଲ୍ଲୀରୁ ହାଥରସ ଅଭିମୁଖେ ବାହାରିଛନ୍ତି। ଯାହାକୁ ନେଇ ଜୋର ଧରିଛି ରାଜନୈତିକ ଆଲୋଚ଼ନା। ଉତ୍ତରପ୍ରଦେଶର ଉପମୁଖ୍ୟମନ୍ତ୍ରୀ ବ୍ରଜେଶ ପାଠକ କହିଛନ୍ତି ଯେ, ରାହୁଲ ଗାନ୍ଧୀ ଲୋକଙ୍କୁ ରଗେବାକୁ ଚାହୁଁଛନ୍ତି ।ପୂର୍ବରୁ ସମ୍ଭଲ ଏବଂ ବର୍ତ୍ତମାନ ହାଥରସ ଯାତ୍ରା ଜରିଆରେ ରାହୁଲ ଗାନ୍ଧୀ ୟୁପିକୁ ଅରାଜକତା ଏବଂ ଦଙ୍ଗାର ନିଆଁରେ ପକାଇବାକୁ ଚାହୁଁଥିବା ସେ କହିଛନ୍ତି ।
ଅନ୍ୟପଟେ ରାହୁଲଙ୍କ ହାଥରସ ଯାତ୍ରାକୁ ନେଇ ଆଇନ ବ୍ୟବସ୍ଥା କଡ଼ାକଡି କରାଯାଇଛି । ହାଥରସର ବୁଲଗଢୀ ଗାଁରେ ଅତିରିକ୍ତ ପୋଲିସ ଟିମକୁ ନିୟୋଜିତ କରାଯାଇଛି । ସୂତ୍ର ମୁତାବକ,ପୀଡିତଙ୍କ ପରିବାର,ରାହୁଲ ଗାନ୍ଧୀଙ୍କୁ ଏକ ଚିଠି ଲେଖିଥିଲେ । ଯେଉଁଥିରେ କୁହାଯାଇଥିଲା ଯେ,ସରକାର ଯାହା କହିଥିଲେ ତାହା ପୂରଣ କଲେ ନାହିଁ । ତେବେ ୧୪ ସେପ୍ଟେମ୍ବର ୨୦୨୦ରେ ହାଥରସରେ ଜଣେ ଯୁବତୀଙ୍କୁ ସେହି ଗ୍ରାମର କିଛି ଲୋକେ ଦୁଷ୍କର୍ମ କରିଥିଲେ।ଯାହାର ଚିକିତ୍ସା ସମୟରେ ମୃତ୍ୟୁ ଘଟିଥିଲା । ଏହି ମାମଲାରେ ଜଣେ ଅଭିଯୁକ୍ତଙ୍କ ଆଜୀବନ କାରାଦଣ୍ଡ ଶୁଣାଣି କରାଯାଇଛି । ତେବେ କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କର ଗସ୍ତ ଏହି ପ୍ରସଙ୍ଗରେ ସରକାରଙ୍କ ତ୍ରୁଟିକୁ ଦର୍ଶାଇବା ଏବଂ ପୀଡିତଙ୍କ ପରିବାର ସହ ଏକତା ପ୍ରକାଶ କରିବା ଲାଗି ଏକ ପ୍ରୟାସ ବୋଲି କୁହାଯାଉଛି ।

  • Related Posts

    ଜନ୍ତର ମନ୍ତରରେ ପ୍ରଦର୍ଶନ ମନା: ଦିଲ୍ଲୀରେ ବିକ୍ଷୋଭ ପାଇଁ ୩ଟି ନୂଆ ସ୍ଥାନ ଚିହ୍ନଟ

    ନୂଆଦିଲ୍ଲୀ:ଦେଶର ରାଜଧାନୀରେ ବିକ୍ଷୋଭ ପ୍ରଦର୍ଶନ ପାଇଁ ଦିଲ୍ଲୀ ପୁଲିସ ୩ଟି ନୂଆ ସ୍ଥାନ ନିର୍ଦ୍ଧାରିତ କରିଛି। ଏଗୁଡ଼ିକ ହେଲା— ରାମଲୀଳା ମୈଦାନ, ବୁରାଡ଼ି ମୈଦାନ ଏବଂ ପୂର୍ବ ଦିଲ୍ଲୀର ସିବିଡି (CBD) ମୈଦାନ। ଏଥିସହିତ ଜନ୍ତର ମନ୍ତରକୁ ପ୍ରଦର୍ଶନ ସ୍ଥଳ ଭାବେ…

    Continue reading
    ଜନ୍ତର ମନ୍ତର ପ୍ରଦର୍ଶନ ପାଇଁ ଦିଲ୍ଲୀ ପୁଲିସକୁ ୨୪ ଘଣ୍ଟିଆ ଅଲ୍ଟିମେଟମ୍

    ନୂଆଦିଲ୍ଲୀ: ଜନ୍ତର ମନ୍ତରଠାରେ ପ୍ରସ୍ତାବିତ ବିକ୍ଷୋଭ ପ୍ରଦର୍ଶନ ପାଇଁ ତାରିଖ ଓ ସମୟ ଧାର୍ଯ୍ୟ କରିବାକୁ ନେଇ ସିଜେପିର କାର୍ଯ୍ୟକର୍ତ୍ତାମାନେ ସୋମବାର ପାର୍ଲାମେଣ୍ଟ ଷ୍ଟ୍ରିଟ୍ ଥାନାରେ ପହଞ୍ଚିଛନ୍ତି। ଏହି ମାମଲାରେ ସେମାନେ ଦିଲ୍ଲୀ ପୁଲିସକୁ ୨୪ ଘଣ୍ଟାର ଅଲ୍ଟିମେଟମ୍ ଦେଇଛନ୍ତି। ସିଜେପି…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ବାପା ହେବେ ଅନୁଭବ, ଖୁସି ଖବର ଦେଲେ ଜାଗୃତି

    ବାପା ହେବେ ଅନୁଭବ, ଖୁସି ଖବର ଦେଲେ ଜାଗୃତି

    ଟାଟୁ ପାଇଁ ମା’କୁ ଫେରି ପାଇଲା ପୁଅ

    ଟାଟୁ ପାଇଁ ମା’କୁ ଫେରି ପାଇଲା ପୁଅ

    ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ବୟଫ୍ରେଣ୍ଡଠାରୁ କଣ ପାଇବାକୁ ଇଚ୍ଛାଥାଏ, ଆସନ୍ତୁ ଜାଣିବା

    ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ବୟଫ୍ରେଣ୍ଡଠାରୁ କଣ ପାଇବାକୁ ଇଚ୍ଛାଥାଏ, ଆସନ୍ତୁ ଜାଣିବା

    ବଢୁଛି ସ୍ୱାମୀ-ସ୍ତ୍ରୀ ଅଲଗା ଶୋଇବାର ଅଭ୍ୟାସ; ଏହା ଠିକ୍ ନା ଭୁଲ୍…

    ବଢୁଛି ସ୍ୱାମୀ-ସ୍ତ୍ରୀ ଅଲଗା ଶୋଇବାର ଅଭ୍ୟାସ; ଏହା ଠିକ୍ ନା ଭୁଲ୍…

    କନ୍ଦାଉଛି ପିଆଜ:କିଲେ ନେଲା ବେଳକୁ ଦୁଇ ଥର ଭାବିବାକୁ ପଡ଼ୁଛି

    କନ୍ଦାଉଛି ପିଆଜ:କିଲେ ନେଲା ବେଳକୁ ଦୁଇ ଥର ଭାବିବାକୁ ପଡ଼ୁଛି

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ