୧୫ସୂତ୍ରୀ ସର୍ତ୍ତକୁ ଇରାନ ଗ୍ରହଣ କଲେ ଯୁଦ୍ଧ ବନ୍ଦ ହେବ

ୱାଶିଂଟନ: ଇରାନ ବିରୋଧରେ ଚାଲିଥିବା ଯୁଦ୍ଧର ଅନ୍ତ ଘଟାଇବାକୁ ଆମେରିକା ଆଗ୍ରହୀ। ଏଥିପାଇଁ ଇରାନ ସହିତ ସକାରାତ୍ମକ କଥାବାର୍ତ୍ତା ଚାଲିଛି। ମାତ୍ର ଏହି ଯୁଦ୍ଧ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସର୍ତ୍ତ ଅନୁଯାୟୀ ଅନ୍ତ ହେବ ବୋଲି ଆମେରିକାର ପ୍ରତିରକ୍ଷା ମନ୍ତ୍ରୀ ପିଟ୍ ହେଗସେଥ କହିଛନ୍ତି। ହେଗସେଥ୍ କହିଛନ୍ତି ଯେ ଟ୍ରମ୍ପଙ୍କ ପକ୍ଷରୁ ଦିଆଯାଇଥିବା ୧୫ସୂତ୍ରୀ ସର୍ତ୍ତକୁ ଇରାନ ଗ୍ରହଣ କଲେ ଯୁଦ୍ଧ ବନ୍ଦ ହେବ। ନଚେତ୍ ଯୁଦ୍ଧ ଅନିର୍ଦିଷ୍ଟ ସମୟ ପର୍ଯ୍ୟନ୍ତ ଜାରି ରହିବ। ଏହା ୪ ସପ୍ତାହ, ୬ ସପ୍ତାହ, ୮ ସପ୍ତାହ କିମ୍ବା ଅଧିକ ସମୟ ପର୍ଯ୍ୟନ୍ତ ଜାରି ରହିବ। ଆମେରିକା ସେନାର ଜଏଣ୍ଟ ଚିଫ୍ ଅଫ୍ ଷ୍ଟାଫ୍ ଜେନେରାଲ ଡାନ କାନେ କହିଛନ୍ତି ଯେ ଇରାନ ବିରୋଧରେ ସ୍ଥଳଯୁଦ୍ଧ ପାଇଁ ମଧ୍ୟପ୍ରାଚ୍ୟକୁ ସୈନିକଙ୍କୁ ପଠାଯାଇଛି।
ତେଣୁ ଇରାନ ଯୁଦ୍ଧ ବନ୍ଦ ପାଇଁ କୂଟନୈତିକ କଥାବାର୍ତ୍ତାକୁ ଆପଣାଇବା ଦରକାର। ଯୁଦ୍ଧ ଆରମ୍ଭ ହେବା ପରଠାରୁ ଆମେରିକା ଇରାନର ୧୧,୦୦୦ ସ୍ଥାନକୁ ଟାର୍ଗେଟ୍ କରି କ୍ଷେପଣାସ୍ତ୍ର ମାଡ କରିସାରିଲାଣି। ଆମେରିକା ସେନା ଇରାନର ନିର୍ମାଣ କେନ୍ଦ୍ର, ୟୁରାନିୟମ୍ କେନ୍ଦ୍ର ଓ ଅସ୍ତ୍ରାଗାରଗୁଡିକ ଉପରେ ଲକ୍ଷ୍ୟଭେଦ ଆକ୍ରମଣ କରୁଛି। ପେଣ୍ଟାଗନ ମୁଖ୍ୟ ମଧ୍ୟ କହିଛନ୍ତି ଯେ ସ୍ଥଳ ଯୁଦ୍ଧ ପାଇଁ ଆମେରିକା ସୈନ୍ୟ ପ୍ରସ୍ତୁତ ହୋଇ ରହିଛନ୍ତି। ଏଥିପାଇଁ ବଡ ଧରଣର ରଣନୀତି ପ୍ରସ୍ତୁତ ହୋଇଛି। ହେଗସେଥ୍‌ ଆହୁରି କହିଛନ୍ତି ଯେ ହର୍ମୁଜ୍ ପ୍ରଣାଳୀକୁ ଇରାନର ଅବରୋଧରୁ ମୁକ୍ତ କରିବା ଲାଗି ବିଶ୍ବ ସମୁଦାୟ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଦରକାର। ଅନ୍ୟପଟେ ଇରାନ ବିରୋଧରେ ଯୁଦ୍ଧ କରି ଆର୍ଥିକ ସଂକଟର ସମ୍ମୁଖୀନ ହୋଇଥିବା ଆମେରିକା ଏବେ ଆରବ ରାଷ୍ଟ୍ରଗୁଡିକୁ ସହାୟତା ମାଗିବାକୁ ଯୋଜନା କରିଛି। ଯୁଦ୍ଧରେ ଆମେରିକାକୁ ନାଟୋ ସହାୟତା କରିବାକୁ ମନା କରିବା ପରେ ଆମେରିକା ଏବେ ଆରବ ରାଷ୍ଟ୍ରଗୁଡିକୁ ଆର୍ଥିକ ସହାୟତା ମାଗିବାକୁ ଯାଉଛି।
ମଧ୍ୟପ୍ରାଚ୍ୟ ଯୁଦ୍ଧ ୩୨ ଦିନରେ ପହଞ୍ଚିଥିବାବେଳେ ଏହାର ଅନ୍ତ ଘଟାଇବା ଲାଗି ପାକିସ୍ତାନ ସହିତ ଚୀନ ମଧ୍ୟସ୍ଥତାର ହାତ ବଢାଇଛି। ଏଥିପାଇଁ ପାକିସ୍ତାନ ଓ ଚୀନ ପକ୍ଷରୁ ଏକ ୫ସୂତ୍ରୀ ପ୍ରସ୍ତାବ ଦିଆଯାଇଛି। ଚୀନ ବୈଦେଶିକ ମନ୍ତ୍ରୀ ୱାଙ୍ଗ ୱି ଓ ପାକିସ୍ତାନ ବୈଦେଶିକ ମନ୍ତ୍ରୀ ଇସାକ୍ ଦାର ମଧ୍ୟପ୍ରାଚ୍ୟ ଯୁଦ୍ଧର ତୁରନ୍ତ ଅସ୍ତ୍ରବିରତି ପାଇଁ ଉଭୟ ପକ୍ଷଙ୍କୁ ନିବେଦନ କରିଛନ୍ତି। ଇରାନ ଓ ମଧ୍ୟପ୍ରାଚ୍ୟର ସାର୍ବଭୌମତ୍ବକୁ ସମ୍ମାନ ଜଣାଇ ଶାନ୍ତି କଥାବାର୍ତ୍ତା ଆରମ୍ଭ କରିବାକୁ ସେମାନେ ନିବେଦନ କରିଛନ୍ତି। ବିଶେଷକରି ବେସାମରିକ ଓ ସାଧାରଣ ଜନବସତିଗୁଡିକ ଉପରେ ଆକ୍ରମଣ ବନ୍ଦ କରିବାକୁ କୁହାଯାଇଛି। ଜାତିସଂଘ ଚାର୍ଟର ଅନୁଯାୟୀ ଏକ ବୃହତ୍ତର ଶାନ୍ତି ଫ୍ରେମୱାର୍କ ଗଠନ କରିବାକୁ ଚୀନ ଓ ପାକିସ୍ତାନ ପ୍ରସ୍ତାବ ଦେଇଛନ୍ତି।
ଆମେରିକା ଯୁଦ୍ଧ ତୀବ୍ର କରିବାକୁ ଚେତାବନୀ ଦେଇଥିବାବେଳେ ଇରାନ ମଧ୍ୟ ଅନୁରୂପ ମନୋଭାବ ପୋଷଣ କରିଛି। ମଙ୍ଗଳବାର ଇରାନ ଇସଲାମିକ୍ ରିଭୋଲ୍ୟୁସନାରୀ ଗାର୍ଡ କର୍ପସ (ଆଇଆରଜିସି) ଧମକ ଦେଇଛି ଯେ ଏହା ଆମେରିକାର ବୈଷୟିକ କମ୍ପାନୀଗୁଡିକ ଉପରେ ଆକ୍ରମଣ କରିବ।

  • Related Posts

    ଆଶାରାମ ବାପୁଙ୍କୁ ଜାମିନ ଦେବାକୁ ମନା କଲେ ସୁପ୍ରିମକୋର୍ଟ

    ନୂଆଦିଲ୍ଲୀ: ଆଶାରାମ ବାପୁଙ୍କୁ ସୁପ୍ରିମକୋର୍ଟରୁ ଏକ ବଡ଼ ଝଟକା ଲାଗିଛି। ଜଣେ ନାବାଳିକା ବଳାତ୍କାର ମାମଲାରେ ଆଜୀବନ କାରାଦଣ୍ଡ ଭୋଗୁଥିବା ଆଶାରାମ ବାପୁଙ୍କୁ ସୁପ୍ରିମକୋର୍ଟ ବର୍ତ୍ତମାନ ପାଇଁ ଅନ୍ତରୀଣ ଜାମିନ ଦେବାକୁ ମନା କରିଦେଇଛନ୍ତି। ୮୫ ବର୍ଷୀୟ ବୃଦ୍ଧ ସ୍ବାସ୍ଥ୍ୟଗତ ସମସ୍ୟା…

    Continue reading
    ଘର ଭୁଶୁଡ଼ି ଗୋଟିଏ ପରିବାରର ୬ ମୃତ

    ପ୍ରତାପଗଡ: ଉତ୍ତର ପ୍ରଦେଶର ପ୍ରତାପଗଡ଼ ଜିଲ୍ଲାର ମହୁଲି ବଜାର ଅଞ୍ଚଳରେ ଗୁରୁବାର ଭୋର ସମୟରେ ପ୍ରବଳ ବର୍ଷା ଯୋଗୁଁ ଏକ ପୁରୁଣା କୋଠା ଭୁଶୁଡ଼ି ପଡ଼ିବାରୁ ଗୋଟିଏ ପରିବାରର ୬ ଜଣଙ୍କର ମୃତ୍ୟୁ ହୋଇଛି। ମୃତକଙ୍କ ମଧ୍ୟରେ ଦୁଇଜଣ କୋମଳମତି ଶିଶୁ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ, ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ,  ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ସକାଳ ଜଳଖିିଆରେ କ’ଣ ଖାଆନ୍ତି ଗୁଗୁଲ ସିଇଓ ସୁନ୍ଦର ପିଚାଇ

    ରାଜା ଶିବାଜୀ ଆଦାୟ କଲାଣି କୋଟି କୋଟି ଟଙ୍କା

    ବିଶ୍ୱବିଦ୍ୟାଳୟ ପାଠ୍ୟକ୍ରମରେ ମୋଦୀ ତତ୍ତ୍ୱ

    ଓଡ଼ିଶାର ‘ଡାଲମା’କୁ ‘X’ ହ୍ୟାଣ୍ଡଲରେ ଖୁବ୍ ପ୍ରଂଶସା କଲେ ଜାପାନ ରାଷ୍ଟ୍ରଦୂତ