୨୦୩୬ ସୁଦ୍ଧା ସ୍ୱାସ୍ଥ୍ୟକ୍ଷେତ୍ରରେ ଶ୍ରେଷ୍ଠ ପ୍ରଦର୍ଶନର ଲକ୍ଷ୍ୟ: ସ୍ୱାସ୍ଥ୍ୟମନ୍ତ୍ରୀ

ଭୁବନେଶ୍ବର: ରାଜ୍ୟର ସ୍ୱାସ୍ଥ୍ୟ ସୂଚକାଙ୍କରେ ଆହୁରି ଉନ୍ନତି ଆଣିବା ପାଇଁ ତୃଣମୂଳସ୍ତରରେ ଜାତୀୟ ସ୍ୱାସ୍ଥ୍ୟ ମିଶନ (NHM)ର ବିଭିନ୍ନ ଯୋଜନାକୁ ଅଧିକ ଫଳପ୍ରଦ ଓ ଲକ୍ଷ୍ୟଭିତ୍ତିକ ଭାବେ କାର୍ଯ୍ୟକାରୀ କରିବା ଉପରେ ଜୋର ଦିଆଯାଇଛି । ୨୦୨୬-୨୭ ବର୍ଷର କାର୍ଯ୍ୟକ୍ରମ କାର୍ଯ୍ୟାନ୍ୱୟନ ଯୋଜନା ନେଇ ମଙ୍ଗଳବାର ଭୁବନେଶ୍ୱରରେ ଆୟୋଜିତ ପ୍ରସ୍ତୁତି କର୍ମଶାଳାରେ ସ୍ୱାସ୍ଥ୍ୟମନ୍ତ୍ରୀ ଡଃ ମୁକେଶ ମହାଲିଙ୍ଗ ଜିଲ୍ଲାସ୍ତରୀୟ ଅଧିକାରୀମାନଙ୍କୁ ଏନେଇ ଦିଗଦର୍ଶନ ଦେଇଛନ୍ତି ।
ସମସ୍ତ ଜିଲ୍ଲାର ମୁଖ୍ୟ ଚିକିତ୍ସା ଓ ଜନସ୍ୱାସ୍ଥ୍ୟ ଅଧିକାରୀଙ୍କୁ ନେଇ ହୋଇଥିବା ଏହି କର୍ମଶାଳାରେ ସ୍ୱାସ୍ଥମନ୍ତ୍ରୀ ମୁକେଶ ମହାଲିଙ୍ଗ କହିଛନ୍ତି ଯେ, ଜିଲ୍ଲା ମୁଖ୍ୟ ଚିକିତ୍ସା ଓ ଜନସ୍ୱାସ୍ଥ୍ୟ ଅଧିକାରୀମାନେ ରାଜ୍ୟର ସ୍ୱାସ୍ଥ୍ୟ ନେତୃତ୍ୱର ମୁଖ୍ୟ ଅଂଶ । ତୃଣମୂଳସ୍ତରରେ ସ୍ୱାସ୍ଥ୍ୟସେବା କେତେ ଫଳପ୍ରଦ ହେବ, ତାହା ସେମାନଙ୍କ ନେତୃତ୍ୱ ଓ କାର୍ଯ୍ୟଦକ୍ଷତା ଉପରେ ବହୁମାତ୍ରାରେ ନିର୍ଭର କରେ । ତେଣୁ ଯୋଜନା ପ୍ରସ୍ତୁତି ସହ ଏହାର ସମୟୋପଯୋଗୀ ଓ ଗୁଣାତ୍ମକ କାର୍ଯ୍ୟାନ୍ୱୟନକୁ ସମାନ ଗୁରୁତ୍ୱ ଦେବା ଆବଶ୍ୟକ ।”

ମାତୃ ଓ ଶିଶୁ ମୃତ୍ୟୁହାର ହ୍ରାସ, ଆନିମିଆ ନିରାକରଣ, ଯକ୍ଷ୍ମା ନିରାକରଣ ଭଳି ପ୍ରାଥମିକ ସ୍ୱାସ୍ଥ୍ୟ ଲକ୍ଷ୍ୟ ହାସଲ ଉପରେ ମନ୍ତ୍ରୀ ଗୁରୁତ୍ୱ ଦେଇଛନ୍ତି । ସେ ଆହୁରି କହିଛନ୍ତି,” ଓଡ଼ିଶା ମାତୃ ମୃତ୍ୟୁ ଅନୁପାତ ଓ ଶିଶୁ ମୃତ୍ୟୁହାର ହ୍ରାସରେ ଉଲ୍ଲେଖନୀୟ ଅଗ୍ରଗତି କରିଥିବା ବେଳେ ଏହି ସଫଳତାକୁ ଆହୁରି ଆଗକୁ ନେବା ପାଇଁ ଜିଲ୍ଲାସ୍ତରରେ ନିରନ୍ତର ମନିଟରିଂ ଓ ମୂଲ୍ୟାଙ୍କନ ଆବଶ୍ୟକ । ରାଜ୍ୟର ପ୍ରାୟ ୮୦ ପ୍ରତିଶତ ଲୋକ ଗ୍ରାମାଞ୍ଚଳରେ ବସବାସ କରୁଥିବାରୁ ସେଠାରେ ସ୍ୱାସ୍ଥ୍ୟସେବାର ପହଞ୍ଚ ଓ ଗୁଣବତ୍ତା ବୃଦ୍ଧି ଉପରେ ସ୍ୱତନ୍ତ୍ର ଧ୍ୟାନ ଦେବା ଆବଶ୍ୟକ । ଗ୍ରାମାଞ୍ଚଳର ଲୋକଙ୍କ ନିକଟରେ ସମୟରେ ଆବଶ୍ୟକ ସ୍ୱାସ୍ଥ୍ୟସେବା ପହଞ୍ଚାଇବା ହେଉଛି ଏହି ଯୋଜନାର ଏକ ପ୍ରମୁଖ ଲକ୍ଷ୍ୟ ।”
‘ଟିବି ମୁକ୍ତ ଭାରତ’ ଅଭିଯାନକୁ ଆହୁରି ଗତିଶୀଳ କରିବାକୁ ମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି। ଅଧିକରୁ ଅଧିକ ଯକ୍ଷ୍ମା ରୋଗୀଙ୍କୁ ଚିହ୍ନଟ କରି ନିକ୍ଷୟ ବ୍ୟବସ୍ଥାରେ ପଞ୍ଜୀକରଣ, ଶୀଘ୍ର ଚିକିତ୍ସା ଓ ନିୟମିତ ଫଲୋଅପ୍‌ ମାଧ୍ୟମରେ ଯକ୍ଷ୍ମା ନିରାକରଣ ଲକ୍ଷ୍ୟ ହାସଲ ଉପରେ ଜୋର ଦିଆଯାଇଛି ।

ସେହିପରି ‘ଆନିମିଆ ମୁକ୍ତ ଭାରତ’ ଅଭିଯାନରେ ନିୟମିତ ସ୍କ୍ରିନିଂ, ରୋଗ ଚିହ୍ନଟ, ଚିକିତ୍ସା ଓ ଫଲୋଅପ୍‌ ବ୍ୟବସ୍ଥାକୁ ସୁଦୃଢ଼ କରିବାକୁ କୁହାଯାଇଛି । ଯେଉଁ ଅଞ୍ଚଳରେ ଆନିମିଆର ପ୍ରବଣତା ଅଧିକ, ସେଠାରେ ସ୍ଥାନୀୟ ଆବଶ୍ୟକତା ଅନୁଯାୟୀ ସ୍ୱତନ୍ତ୍ର ରଣନୀତି ଗ୍ରହଣ କରିବାକୁ ମନ୍ତ୍ରୀ ପରାମର୍ଶ ଦେଇଛନ୍ତି ।

ହସ୍ପିଟାଲଗୁଡ଼ିକରେ ସ୍ୱାସ୍ଥ୍ୟସେବାର ଗୁଣବତ୍ତା ନିଶ୍ଚିତ କରିବା ସହ ସ୍କ୍ରିନିଂ, ମନିଟରିଂ ଓ ଯୋଜନାର ପ୍ରଗତିର ନିୟମିତ ସମୀକ୍ଷା ଉପରେ ମଧ୍ୟ ଗୁରୁତ୍ୱ ଦିଆଯାଇଛି । ମାନବ ସମ୍ବଳ, ଭିତ୍ତିଭୂମି, ଔଷଧ, ନିଦାନ ସେବା, ଡିଜିଟାଲ୍‌ ହେଲ୍ଥ୍‌ ଓ ତୃଣମୂଳସ୍ତରରେ ସ୍ୱାସ୍ଥ୍ୟସେବାର ପହଞ୍ଚ ବୃଦ୍ଧି ନେଇ କର୍ମଶାଳାରେ ବିସ୍ତୃତ ଆଲୋଚନା ହୋଇଛି ।

ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର କମିଶନର ତଥା ସଚିବ ଅଶ୍ୱତୀ ଏସ୍‌ କହିଛନ୍ତି ଯେ, ୨୦୩୬ ସୁଦ୍ଧା ଓଡ଼ିଶାର ସ୍ୱାସ୍ଥ୍ୟକ୍ଷେତ୍ରକୁ ଶ୍ରେଷ୍ଠ ପ୍ରଦର୍ଶନକାରୀ କରିବାର ଭିଜନ୍‌ ନେଇ କାର୍ଯ୍ୟ କରିବା ଆବଶ୍ୟକ । ପ୍ରତ୍ୟେକ ନାଗରିକଙ୍କ ନିକଟରେ ସମାନ, ସୁଲଭ ଓ ଗୁଣାତ୍ମକ ସ୍ୱାସ୍ଥ୍ୟସେବା ପହଞ୍ଚାଇବା ଉପରେ ସେ ଗୁରୁତ୍ୱ ଦେଇଛନ୍ତି।

କର୍ମଶାଳାରେ ମିଶନ ଡାଇରେକ୍ଟର ଡଃ ବୃନ୍ଦା ଡି ୨୦୨୬-୨୭ର କାର୍ଯ୍ୟକ୍ରମ କାର୍ଯ୍ୟାନ୍ୱୟନ ଯୋଜନା ଉପରେ ବିସ୍ତୃତ ଉପସ୍ଥାପନା ଦେଇଥିଲେ । ସ୍ୱାସ୍ଥ୍ୟ ବ୍ୟବସ୍ଥା ସୁଦୃଢ଼ୀକରଣ ସହ ଆଗାମୀ ଦିନରେ ଲକ୍ଷ୍ୟଗୁଡ଼ିକୁ ସମୟବଦ୍ଧ ଭାବେ ହାସଲ କରିବା ଉପରେ ଏଥିରେ ଆଲୋଚନା ହୋଇଥିଲା । ଏହି ଅବସରରେ ସ୍ୱାସ୍ଥ୍ୟ ସେବା ନିର୍ଦ୍ଦେଶକ ଡଃ ମହେଶ ମୋହନ ପଣ୍ଡା, ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ରବୀନ୍ଦ୍ର ନାଥ ମିଶ୍ର ଓ ପରିବାର କଲ୍ୟାଣ ନିର୍ଦ୍ଦେଶକ ରାଜେନ୍ଦ୍ର କୁମାର ପାଣିଗ୍ରାହୀ ପ୍ରମୁଖ ଉପସ୍ଥିତ ଥିଲେ ।

  • Related Posts

    ରାଜ୍ୟପାଳ- ମୁଖ୍ୟମନ୍ତ୍ରୀ ସାକ୍ଷାତ

    ଭୁବନେଶ୍ୱର: ରାଜ୍ୟପାଳଙ୍କୁ ସୌଜନ୍ୟମୂଳକ ସାକ୍ଷାତ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ଛାତ୍ର ସଂସଦ ନିର୍ବାଚନ ବେଳେ ରାଜ୍ୟପାଳଙ୍କୁ ଭେଟିଛନ୍ତି ମୁଖ୍ୟମନ୍ତ୍ରୀ । ପ୍ରାୟ ଅଧଘଣ୍ଟାରୁ ଅଧିକ ସମୟ ଧରି ଉଭୟଙ୍କ ମଧ୍ୟରେ ଆଲୋଚନା ହୋଇଛି । ନିକଟରେ ଦିଲ୍ଲୀରେ…

    Continue reading
    ପଣ୍ଡିତ ଗୋପବନ୍ଧୁଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କଲେ ମୁଖ୍ୟମନ୍ତ୍ରୀ

    ଭୁବନେଶ୍ୱର : ଆଜି ପୂଜ୍ୟ ପ୍ରଣାମ ପୁଣ୍ୟାତ୍ମା, ଲୋକସେବକ ମଣ୍ଡଳର ଉପସଭାପତି ତଥା ‘ସମାଜ’ ପ୍ରତିଷ୍ଠାତା ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସଙ୍କ ୧୪୯ ତମ ଜୟନ୍ତୀ। ଏହି ଅବସରରେ ରାଜ୍ୟରେ ବିଭିନ୍ନ ସ୍ଥାନରେ ଉତ୍କଳମଣିଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କାର୍ଯ୍ୟକ୍ରମ ଆୟୋଜିତ ହୋଇଛି।…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ଟାଟୁ ପାଇଁ ମା’କୁ ଫେରି ପାଇଲା ପୁଅ

    ଟାଟୁ ପାଇଁ ମା’କୁ ଫେରି ପାଇଲା ପୁଅ

    ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ବୟଫ୍ରେଣ୍ଡଠାରୁ କଣ ପାଇବାକୁ ଇଚ୍ଛାଥାଏ, ଆସନ୍ତୁ ଜାଣିବା

    ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ବୟଫ୍ରେଣ୍ଡଠାରୁ କଣ ପାଇବାକୁ ଇଚ୍ଛାଥାଏ, ଆସନ୍ତୁ ଜାଣିବା

    ବଢୁଛି ସ୍ୱାମୀ-ସ୍ତ୍ରୀ ଅଲଗା ଶୋଇବାର ଅଭ୍ୟାସ; ଏହା ଠିକ୍ ନା ଭୁଲ୍…

    ବଢୁଛି ସ୍ୱାମୀ-ସ୍ତ୍ରୀ ଅଲଗା ଶୋଇବାର ଅଭ୍ୟାସ; ଏହା ଠିକ୍ ନା ଭୁଲ୍…

    କନ୍ଦାଉଛି ପିଆଜ:କିଲେ ନେଲା ବେଳକୁ ଦୁଇ ଥର ଭାବିବାକୁ ପଡ଼ୁଛି

    କନ୍ଦାଉଛି ପିଆଜ:କିଲେ ନେଲା ବେଳକୁ ଦୁଇ ଥର ଭାବିବାକୁ ପଡ଼ୁଛି

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ, ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ,  ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ