୨୯ରେ ରାଜ୍ୟବ୍ୟାପୀ ବିଦ୍ୟୁତ୍‌ କାର୍ଯ୍ୟାଳୟରେ ତାଲା ପକାଇବ କଂଗ୍ରେସ

ଭୁବନେଶ୍ବର: ରାଜ୍ୟର କୋଇଲା ଓ ପାଣି ବ୍ୟବହାର କରି ଅଳ୍ପ ମୂଲ୍ୟରେ ବିଜୁଳି ଉତ୍ପାଦନ ହେଊଛି। ଓଡ଼ିଶାରୁ କୋଇଲା ନେଇ ପଞ୍ଜାବ ପରି ରାଜ୍ୟ କୃଷି ଓ ଘରୋଇ ଉପଭୋକ୍ତାଙ୍କୁ ବିଜୁଳି ଦେୟ ଛାଡ଼ କରିପାରିଛି। ଓଡ଼ିଶାର ମାତ୍ର ୨% କୃଷି ଉପଭୋକ୍ତା ଓ ୭-୮% ଘରୋଇ ଉପଭୋକ୍ତାଙ୍କୁ ଗୋଟିଏ ୟୁନିଟ୍‌ ମଧ୍ୟ ମାଗଣାରେ ଦିଆଯାଉନାହିଁ l ରାଜ୍ୟରେ ବ୍ୟବହୃତ ହେଉଥିବା ମୋଟ ୭୦% ବିଜୁଳି ଶିଳ୍ପ କ୍ଷେତ୍ରକୁ ଦିଆଯାଉଛି। ସେଥିରେ ସାମାନ୍ୟ ଦର ବୃଦ୍ଧି କଲେ ରାଜ୍ୟର ସମସ୍ତ ଘରୋଇ ଓ କୃଷି ଉପଭୋକ୍ତାଙ୍କୁ ମାଗଣାରେ ବିଜୁଳି ଯୋଗାଇ ଦିଆଯାଇପାରିବ। ତେଣୁ ରାଜ୍ୟ ସରକାର ଅନ୍ୟାୟଭାବେ ଘରୋଇ ଉପଭୋକ୍ତାଙ୍କୁ ଅତିରିକ୍ତ ସୁରକ୍ଷା ଜମା ଦାଖଲ କରିବା ପାଇଁ ବାଧ୍ୟ କରିବା ଛାଡ଼ି ରିଆତି ଜରିଆରେ ଘରୋଇ ଉପଭୋକ୍ତାଙ୍କୁ ୩୦୦-୪୦୦ ୟୁନିଟ ମାଗଣା ବିଦ୍ୟୁତ୍‌ ଓ କୃଷି କ୍ଷେତ୍ରକୁ ବିଜୁଳି ଦେୟମୁକ୍ତ କରିବା ଲାଗି ପିସିସି ସଭାପତି ଭକ୍ତଚରଣ ଦାସ ଦାବି କରିଛନ୍ତି। ଆଜି କଂଗ୍ରେସ ଭବନରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଶ୍ରୀ ଦାସ କହିଲେ, ଓଡ଼ିଶାରୁ ଉତ୍ପାଦିତ ୨୪୦ ନିୟୁତ ମେଟ୍ରିକ ଟନ କୋଇଲାରୁ କେବଳ ୨୨ନିୟୁତ ଟନ କୋଇଲା ରାଜ୍ୟର ଘରୋଇ ଉପଭୋକ୍ତାଙ୍କ ପାଇଁ ଉପଯୋଗ ହେଊଛି l ଏଥିପାଇଁ ରାଜ୍ୟକୁ ବହୁମୂଲ୍ୟ ଦେବାକୁ ପଡୁଛି l ଅନୁଗୁଳ ଦେଶର ଷଷ୍ଠ ପ୍ରଦୂଷିତ ସହର ହୋଇଥିବା ବେଳେ ଭୁବନେଶ୍ୱର ସମେତ ୩୦ ସହର ପ୍ରଦୂଷିତ। ଏ ସମସ୍ତ ତଥ୍ୟକୁ ବିଚାରକୁ ନେଇ ସରକାର ତୁରନ୍ତ ଅତିରିକ୍ତ ସୁରକ୍ଷା ଜମା(ଏଏସ୍‌ଡି) ପ୍ରତ୍ୟାହାର କରିନ୍ତୁ।

ଏହାସହ ନିର୍ବାଚନୀ ଇସ୍ତାହାର ଅନୁସାରେ ଅତିକମ୍‌ରେ ୩ଶହରୁ ୪ଶହ ୟୁନିଟ୍‌ ବିଦ୍ୟୁତ୍‌ ଛାଡ଼ କରନ୍ତୁ। ଆସନ୍ତା ୨୯ତାରିଖରେ କଂଗ୍ରେସ ପକ୍ଷରୁ ବିଜୁଳି କାର୍ଯ୍ୟାଳୟରେ ତାଲା ପକାଯିବା କାର୍ଯ୍ୟକ୍ରମ ରହିଥିବା ସେ ସୂଚନା ଦେଇଛନ୍ତି। ବରିଷ୍ଠ ନେତା ଶ୍ରୀକାନ୍ତ ଜେନା କହିଥିଲେ, ଓଡ଼ିଶାର ଖଣି ଖାଦାନରେ ପରିପୁଷ୍ଟ ଟାଟା ପାୱାର ଓଡ଼ିଶା ପାଇଁ କ’ଣ କରିଛି ? କଂଗ୍ରେସର ଡାକରାରେ ରାଜ୍ୟବାସୀ ଏଏସ୍‌ଡି ଦେବେନାହିଁ। ପୂର୍ବତନ ପିସିସି ସଭାପତି ପ୍ରସାଦ ହରିଚନ୍ଦନ କହିଥିଲେ, ଏଏସ୍‌ଡି ଏକ ଜିଜିୟା କର ଛଡା ଆଉ କିଛି ନୁହେଁ। ଉପଭୋକ୍ତାଙ୍କ ଜମା ରାଶି ବାବଦ ସୁଧର ପରିମାଣ ୬.୫% ହୋଇଥିବା ବେଳେ କମ୍ପାନି କାହିଁକି ଉପଭୋକ୍ତାଙ୍କ ବକେୟା ବାବଦ ଦେୟ ୧୫% ଆଦାୟ କରିବ ବୋଲି ସେ ପ୍ରଶ୍ନ କରିଥିଲେ l ବରିଷ୍ଠ ନେତା ପଞ୍ଚାନନ କାନୁନ୍‌ଗୋ କହିଥିଲେ, କଂଗ୍ରେସ ସବୁବେଳେ ଲୋକଙ୍କ ସହିତ ରହିଛି। ଏଏସ୍‌ଡି ପ୍ରସଙ୍ଗରେ ମଧ୍ୟ କଂଗ୍ରେସ ଓଡ଼ିଶାର ବିଜୁଳି ଉପଭୋକ୍ତାଙ୍କ ସହିତ ରହିବ। ପୂର୍ବରୁ ଟିପିସିଓଡିଏଲ ସିଇଓ ଅରବିନ୍ଦ ସିଂହ, ମୁଖ୍ୟ ଆଇନ ଉପଦେଷ୍ଟା ଭାରତ ଭଦାୱତ ଓ ଜନସମ୍ପର୍କ ବିଭାଗ ମୁଖ୍ୟ ମନୋଜ ପଟ୍ଟନାୟକଙ୍କୁ ନେଇ ଗଠିତ ଏକ ପ୍ରତିନିଧି ଦଳ ପିସିସି ସଭାପତି ଓ ଅନ୍ୟ ନେତାଙ୍କୁ ଏ ନେଇ କମ୍ପାନିର ଆଭିମୁଖ୍ୟ ବିଷୟରେ ଅବଗତ କରାଇଥିଲେ। ଦଳର ଦାବି ଓଇଆରସି ସମ୍ମୁଖରେ ଉପସ୍ଥାପନ କରିବାର ସେମାନେ ପ୍ରତିଶ୍ରୁତି ଦେଇଛନ୍ତି।

  • Related Posts

    ପଞ୍ଚାୟତ ନିର୍ବାଚନ ପାଇଁ ସବୁ ଜିଲ୍ଲାପାଳଙ୍କୁ ଚିଠି

    ଭୁବନେଶ୍ୱର: ୨୦୨୭ ପଞ୍ଚାୟତ ନିର୍ବାଚନ ପାଇଁ ରାଜ୍ୟ ସରକାର ପ୍ରସ୍ତୁତି ଆରମ୍ଭ କରିଦେଇଛନ୍ତି । ଆସନ ସଂରକ୍ଷଣ ପାଇଁ ଜିଲ୍ଲାପାଳମାନଙ୍କୁ ପଞ୍ଚାୟତିରାଜ ବିଭାଗ ପକ୍ଷରୁ ଚିଠି କରାଯାଇଛି । । ୱାର୍ଡମେମ୍ବର, ସରପଞ୍ଚ, ସମିତିସଭ୍ୟଙ୍କ ପାଇଁ ଆସନ ସଂରକ୍ଷଣ ନିର୍ଦ୍ଦେଶ ଦିଆଯାଇଛି…

    Continue reading
    ବିଜେପିର ନୂତନ ରାଜ୍ୟ କାର୍ୟ୍ୟକାରିଣୀ କମିଟି ଘୋଷଣା

    ଭୁବନେଶ୍ଵର : ବିଜେପିର ନୂତନ ରାଜ୍ୟ କାର୍ୟ୍ୟକାରିଣୀ କମିଟି ଘୋଷଣା। ଗୁରୁବାର ରାତିରେ ରାଜ୍ୟ ସଭାପତି ମନମୋହନ ସାମଲ ସଦସ୍ୟଙ୍କ ନାମ ତାଲିକା ଘୋଷଣା କରିଛନ୍ତି । କମିଟିରେ ୭୨ ଜଣ ସଦସ୍ୟ ଅଛନ୍ତି । ଏଥିସହ ୩୮ ଜଣ ସ୍ୱତନ୍ତ୍ର…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ‘ମନ୍ କି ବାତ୍’ କାର୍ଯ୍ୟକ୍ରମର ୧୩୨ତମ ପର୍ବରେ ସମ୍ବଲପୁରର ସୁଜାତା ଭୁୟାଁଙ୍କୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

    ସାଇବର ଅପରାଧରୁ ସୁରକ୍ଷା ସମ୍ପର୍କରେ ମହିଳା ଆୟୋଗଙ୍କ କର୍ମଶାଳା

    ଖରାଦିନର ଖାଦ୍ୟ

    ୧୪-୧୫ ବର୍ଷର କିଶୋରୀଙ୍କୁ ସର୍ଭିକାଲ୍‌ କ୍ୟାନ୍‌ସର ଟୀକା

    ହାତଗଣ୍ଠି ପରେ ଜଣାପଡ଼ିଲା ବର କିନ୍ନର

    ହାତଗଣ୍ଠି ପରେ ଜଣାପଡ଼ିଲା ବର କିନ୍ନର

    ଭାଲେଣ୍ଟାଇନ୍ ଦିବସ

    ଭାଲେଣ୍ଟାଇନ୍ ଦିବସ