୩ ଝିଅଙ୍କ ସହ ମା’ଙ୍କ ଆତ୍ମାହୁତି ଉଦ୍ୟମ

ନିଶ୍ଚିନ୍ତକୋଇଲି: ୩ ଝିଅଙ୍କ ସହ ଜଣେ ମା’ କିରୋସିନି ଢାଳି ଆତ୍ମାହୁତି ଉଦ୍ୟମ କରିଛନ୍ତି। ସ୍ବାମୀଙ୍କ ପରକୀୟା ପ୍ରୀତି ସନ୍ଦେହରେ ୩ ଝିଅଙ୍କ ସହ କିରୋସିନି ଢାଳି ମହିଳା ଜଣକ ଆତ୍ମାହୁତି ଉଦ୍ୟମ କରୁଥିବାବେଳେ ଗ୍ରାମବାସୀ କାବୁକରି ପୋଲିସ ଜିମା ଦେଇଛନ୍ତି। ପୋଲିସ ଘଟଣାସ୍ଥଳରୁ ଉଦ୍ଧାର କରି ଥାନାକୁ ନେଇ ତଦନ୍ତ ଆରମ୍ଭ କରିଛି।ନିଶ୍ଚିନ୍ତକୋଇଲି ଥାନା ବାଲିଆପଦା ଗ୍ରାମର ଝରଣା ମଲିକ (୨୮) ନିଜ ୩ ଝିଅଙ୍କୁ ନେଇ ମାମାଶ୍ରୀ ନାମକ ଜଣେ ମହିଳାଙ୍କ ଘର ସମ୍ମୁଖରେ କିରୋସିନି ଢାଳି ଆତ୍ମହତ୍ୟା ପାଇଁ ଉଦ୍ୟମ କରୁଥିବାବେଳେ ଗ୍ରାମବାସୀ କାବୁ କରି ନେଇ ପୋଲସକୁ ହସ୍ତାନ୍ତର କରିଥିଲେ। ପୋଲିସ ଦୁଇ ପରିବାରକୁ ଥାନାକୁ ଉଠାଇ ଆଣି ତଦନ୍ତ ଜାରି ରଖିଛି। ଉଭୟ ମହିଳାଙ୍କ ସ୍ବାମୀ ବାହାରେ କାମ କରନ୍ତି। ପରକୀୟା ପ୍ରୀତି ପାଇଁ ଏଭଳି ଆତ୍ମାହୁତି ଉଦ୍ୟମ ହୋଇଥିବା ଅଞ୍ଚଳରେ ଜୋର୍‌ ଚର୍ଚ୍ଚା ହେଉଛି।

  • Related Posts

    ଚୌଦ୍ୱାର ଜେଲରୁ ଫେରାର୍ ରାଜା ସାହାଣୀ ଗିରଫ

    ଭୁୁବନେଶ୍ୱର : ଚୌଦ୍ୱାର ଜେଲରୁ ଫେରାର୍ ଦ୍ୱିତୀୟ କଏଦୀ ଗୁରୁବାର ଗିରଫ ହୋଇଛି। ବିହାରର ରାଜା ସାହାଣୀକୁ ଋଷିକେଶରୁ ଗିରଫ କରାଯାଇଛି। ଦୁର୍ଦ୍ଦାନ୍ତ ଅପରାଧୀକୁ ଋଷିକେଶରୁ କମିଶନରେଟ୍ ପୁଲିସର ସ୍ୱତନ୍ତ୍ର ଟିମ୍ ଗିରଫ କରିଛି। ଏହା ପୂର୍ବରୁ ମଧୁକାନ୍ତ ରାଣାକୁ ବୃନ୍ଦାବନରୁ…

    Continue reading
    କୁବେର ଡେପୁଟି ମ୍ୟାନେଜରଙ୍କ ୨୯ ପ୍ଲଟ୍‌

    ଭୁବନେଶ୍ବର: କୁବେର ଡେପୁଟି ମ୍ୟାନେଜର ବିଦ୍ୟୁତ ରଞ୍ଜନ ଭୋଳଙ୍କ ୨୯ ପ୍ଲଟ୍‌ ଠାବ ହୋଇଛି। ଜଟଣୀ, ବ୍ରହ୍ମପୁର ଆଦି ସ୍ଥାନରେ ବାବୁଙ୍କର ୨୯ ପ୍ଲଟ୍, ଦୁଇ ବହୁତଳ କୋଠା ସହ କଳିଙ୍ଗ ବିହାରରେ ଗୋଟିଏ ଫ୍ଲାଟ୍‌ ଠାବ ହୋଇଛି। ରେଡ୍‌ ବେଳେ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ‘ମନ୍ କି ବାତ୍’ କାର୍ଯ୍ୟକ୍ରମର ୧୩୨ତମ ପର୍ବରେ ସମ୍ବଲପୁରର ସୁଜାତା ଭୁୟାଁଙ୍କୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

    ସାଇବର ଅପରାଧରୁ ସୁରକ୍ଷା ସମ୍ପର୍କରେ ମହିଳା ଆୟୋଗଙ୍କ କର୍ମଶାଳା

    ଖରାଦିନର ଖାଦ୍ୟ

    ୧୪-୧୫ ବର୍ଷର କିଶୋରୀଙ୍କୁ ସର୍ଭିକାଲ୍‌ କ୍ୟାନ୍‌ସର ଟୀକା

    ହାତଗଣ୍ଠି ପରେ ଜଣାପଡ଼ିଲା ବର କିନ୍ନର

    ହାତଗଣ୍ଠି ପରେ ଜଣାପଡ଼ିଲା ବର କିନ୍ନର

    ଭାଲେଣ୍ଟାଇନ୍ ଦିବସ

    ଭାଲେଣ୍ଟାଇନ୍ ଦିବସ