୩ ନାବାଳିକାଙ୍କୁ ରାଜସ୍ଥାନରେ ବିକ୍ରି!

ରାଉରକେଲା: ଆଦିବାସୀ ଅଧ୍ୟୁଷିତ ସୁନ୍ଦରଗଡ଼ରେ ମାତିଛନ୍ତି ମାନବଚାଲାଣକାରୀ। ଅଧିକ ରୋଜଗାରର ଲୋଭ ଦେଖାଇ ଯୁବତୀ ଓ ନାବାଳିକାଙ୍କୁ ବାହାର ରାଜ୍ୟର ଦଲାଲ ହାତରେ ଟେକି ଦେଉଛନ୍ତି। ଯେଉଁଠି ନାବାଳିକାଙ୍କୁ ଦିଆଯାଉଛି ଅକଥନୀୟ ନିର୍ୟାତନା। ବିବାହ କରିବାକୁ ଦିଆଯାଉଛି ଧମକ। ରାଉରକେଲା ସେକ୍ଟର-୧୯ ଥାନା ଅନ୍ତର୍ଗତ ହମିରପୁର ଓ ସେକ୍ଟର-୩ ଅଧୀନ ଶକ୍ତିନଗର ଅଞ୍ଚଳରୁ ଆସିଛି ଏମିତି ଖବର। ମୋଟା ଅଙ୍କର ରୋଜଗାର ଲୋଭ ଦେଖାଇ ତିନି ନାବାଳିକାଙ୍କୁ କେରଳରେ କାମ କରିବାକୁ କହି ମହିଳା ଦଲାଲ ରାଜସ୍ଥାନ‌ର ଅନ୍ୟ ଏକ ଦଲାଲଙ୍କ ହାତରେ ଟେକି ଦେଇଛି। ସେଠାରେ କାମ କରିବା ପରିବର୍ତ୍ତେ ତିନି ନାବାଳିକାଙ୍କୁ ବିବାହ କରିବାକୁ ବାଧ୍ୟ କରାଯାଉଛି। ବିବାହ ପାଇଁ ରାଜି ହେଲେ ପରିବାରକୁ ଦୁଇଲକ୍ଷ ଟଙ୍କା ଦିଆଯିବ ବୋଲି କୁହାଯାଉଛି। ଏମିତି ଅଭିଯୋଗ କରିଛନ୍ତି, ନାବାଳିକାଙ୍କ ମା’। ସେ କହିଛନ୍ତି, ତାଙ୍କୁ ଗତକାଲି ରାଜସ୍ଥାନର ଏକ ଅଜଣା ନମ୍ବରରୁ କଲ୍‌ ଆସିଥିଲା। କଲ୍‌ କରିଥିବା ଦଲାଲ ଜଣକ ରାଜସ୍ଥାନରୁ କହୁଛି ବୋଲି କହିଥିଲେ। ମହିଳାଙ୍କ ସହାୟତାରେ ଆସିଥିବା ତିନି ନାବାଳିକା ତାଙ୍କ ପାଖରେ ଅଛନ୍ତି। ସେମାନଙ୍କ ଫଟୋ ଓ ଆଧାରକାର୍ଡ ମଧ୍ୟ ଅଛି।
ତୁମ ଝିଅ ଏଠାକାର ଯୁବକଙ୍କୁ ବାହା ହେବାକୁ ରାଜି ହେଲେ ଦୁଇ ଲକ୍ଷ ଟଙ୍କା ମିଳିବ। ଦଲାଲଙ୍କଠୁ ଏମିତି କଥା ଶୁଣିବା ପରେ ନାବାଳିକାଙ୍କ ମା’ ଭୟଭୀତ ହୋଇ ଯାଇଥିଲେ। ଝିଅ ପାଖରେ ଥିବା ମୋବାଇଲକୁ କଲ୍‌ କରିଥିଲେ। ଝିଅ କଲ୍‌ ଉଠାଇଲା ପରେ କିଛି କହି ନ ପାରି କାନ୍ଦିଥିଲା। ତା’ପରେ କଲ୍‌ କଟିଯାଇଥିଲା। ମୋବାଇଲ ନମ୍ବର ଟ୍ରାକିଂରୁ ପାକ୍‌ ଅଧିକୃତ କାଶ୍ମୀର (ପିଓକେ) ଦେଖାଇବାରୁ ନାବାଳିକାଙ୍କ ମା’ଭୟଭୀତ ହୋଇ ପରିବାର ଲୋକଙ୍କୁ ଘଟଣା ସମ୍ପର୍କରେ କହିଥିଲେ। ପରିବାର ପକ୍ଷରୁ ଏ ସମ୍ପର୍କରେ ସେକ୍ଟର-୧୯ ଓ ସେକ୍ଟର-୩ ଥାନାରେ ଲିଖିତ ଅଭିଯୋଗ କରାଯାଇଛି।

  • Related Posts

    ଚୌଦ୍ୱାର ଜେଲରୁ ଫେରାର୍ ରାଜା ସାହାଣୀ ଗିରଫ

    ଭୁୁବନେଶ୍ୱର : ଚୌଦ୍ୱାର ଜେଲରୁ ଫେରାର୍ ଦ୍ୱିତୀୟ କଏଦୀ ଗୁରୁବାର ଗିରଫ ହୋଇଛି। ବିହାରର ରାଜା ସାହାଣୀକୁ ଋଷିକେଶରୁ ଗିରଫ କରାଯାଇଛି। ଦୁର୍ଦ୍ଦାନ୍ତ ଅପରାଧୀକୁ ଋଷିକେଶରୁ କମିଶନରେଟ୍ ପୁଲିସର ସ୍ୱତନ୍ତ୍ର ଟିମ୍ ଗିରଫ କରିଛି। ଏହା ପୂର୍ବରୁ ମଧୁକାନ୍ତ ରାଣାକୁ ବୃନ୍ଦାବନରୁ…

    Continue reading
    କୁବେର ଡେପୁଟି ମ୍ୟାନେଜରଙ୍କ ୨୯ ପ୍ଲଟ୍‌

    ଭୁବନେଶ୍ବର: କୁବେର ଡେପୁଟି ମ୍ୟାନେଜର ବିଦ୍ୟୁତ ରଞ୍ଜନ ଭୋଳଙ୍କ ୨୯ ପ୍ଲଟ୍‌ ଠାବ ହୋଇଛି। ଜଟଣୀ, ବ୍ରହ୍ମପୁର ଆଦି ସ୍ଥାନରେ ବାବୁଙ୍କର ୨୯ ପ୍ଲଟ୍, ଦୁଇ ବହୁତଳ କୋଠା ସହ କଳିଙ୍ଗ ବିହାରରେ ଗୋଟିଏ ଫ୍ଲାଟ୍‌ ଠାବ ହୋଇଛି। ରେଡ୍‌ ବେଳେ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ‘ମନ୍ କି ବାତ୍’ କାର୍ଯ୍ୟକ୍ରମର ୧୩୨ତମ ପର୍ବରେ ସମ୍ବଲପୁରର ସୁଜାତା ଭୁୟାଁଙ୍କୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

    ସାଇବର ଅପରାଧରୁ ସୁରକ୍ଷା ସମ୍ପର୍କରେ ମହିଳା ଆୟୋଗଙ୍କ କର୍ମଶାଳା

    ଖରାଦିନର ଖାଦ୍ୟ

    ୧୪-୧୫ ବର୍ଷର କିଶୋରୀଙ୍କୁ ସର୍ଭିକାଲ୍‌ କ୍ୟାନ୍‌ସର ଟୀକା

    ହାତଗଣ୍ଠି ପରେ ଜଣାପଡ଼ିଲା ବର କିନ୍ନର

    ହାତଗଣ୍ଠି ପରେ ଜଣାପଡ଼ିଲା ବର କିନ୍ନର

    ଭାଲେଣ୍ଟାଇନ୍ ଦିବସ

    ଭାଲେଣ୍ଟାଇନ୍ ଦିବସ