ନୂଆଦିଲ୍ଲୀ,29।08: ଭାରତୀୟ ନିର୍ବାଚନ କମିଶନ ୩ଲକ୍ଷ ଲୋକଙ୍କୁ ନୋଟିସ୍ ଜାରି କରିଛନ୍ତି । କାରଣ ସେମାନଙ୍କର କାଗଜପତ୍ରରେ ସଠିକ୍ ପ୍ରମାଣ ପତ୍ର ନାହିଁ ଏବଂ ସେମାନେ ଭାରତର ନାଗରିକ ବୋଲି ପ୍ରମାଣିତ ହୋଇନାହାଁନ୍ତି । ବିହାର ଏସଡିଏମଙ୍କ ତଦନ୍ତ ରିପୋର୍ଟ ଆଧାରରେ କିଶନଗଞ୍ଜ, ପୂର୍ଣ୍ଣିଆ, ପଶ୍ଚିମ ଚମ୍ପାରଣ, ପୂର୍ବ ଚମ୍ପାରଣ, ଆରାରିଆ, ସହରସା ଏବଂ ମଧୁବନୀ ଜିଲା ଏବଂ ସୁପୌଲ ଜିଲ୍ଲାର ଭୋଟରମାନଙ୍କୁ ନୋଟିସ୍ ଦିଆଯାଇଛି । ଏହି ୩ଲକ୍ଷ ଲୋକ ବାଂଲାଦେଶ, ନେପାଳ, ମିଆଁମାର ଏବଂ ଆଫଗାନିସ୍ତାନରୁ ଆସିଥିବା ଜଣାପଡିଛି । ସୂଚନା ଅନୁସାରେ ବିହାର ବିଧାନସଭା ନିର୍ବାଚନ ୨୦୨୫ରେ ହେବାକୁ ଯାଉଛି । ଯେଉଁଥିପାଇଁ ନିର୍ବାଚନ କମିଶନ ଭୋଟର ତାଲିକା ଅପଡେଟ୍ କରୁଛନ୍ତି । ସେହି ସମୟରେ ଭୋଟର ତାଲିକା ଅପଡେଟ୍ ଏସଆଇଆର୍ ଅଧୀନରେ କରାଯାଉଛି । ଯାହା ୨୪ଜୁନ୍ ୨୦୨୫ରେ ନିର୍ବାଚନ କମିଶନ ବିହାରର ଡ୍ରାଫ୍ଟ ଭୋଟର ତାଲିକା ମଧ୍ୟ ପ୍ରକାଶ କରିଛନ୍ତି । ୭.୨୪କୋଟି ଲୋକଙ୍କ ମଧ୍ୟରୁ ୬୫ଲକ୍ଷ ଲୋକଙ୍କ ନାମ ବାଦ ଦେଇ ଡ୍ରାଫ୍ଟ ଭୋଟର ତାଲିକା ପ୍ରକାଶ କରାଯାଇଛି ।
Former Technical Consultant at DPC Mayurbhanj was snubbed by Vigilance for possessing disproportionate assets
Mayurbhanj, 30/08: Today i.e. on 30.08.2025, Arun Kumar Jena, Former Technical Consultant, DPC, SSA, Mayurbhanj, A/p-Junior Engineer, RWSS Paralakhemundi, At-Sridhar Nagar-1, Po/PS- Paralakhemundi, Dist-Gajapati, who was charge sheeted by Odisha…