୩ଲକ୍ଷ ବିହାର ଲୋକଙ୍କୁ ଭାରତୀୟ ନିର୍ବାଚନ କମିଶନଙ୍କ ନୋଟିସ୍‍

ନୂଆଦିଲ୍ଲୀ,29।08: ଭାରତୀୟ ନିର୍ବାଚନ କମିଶନ ୩ଲକ୍ଷ ଲୋକଙ୍କୁ ନୋଟିସ୍‍ ଜାରି କରିଛନ୍ତି । କାରଣ ସେମାନଙ୍କର କାଗଜପତ୍ରରେ ସଠିକ୍‍ ପ୍ରମାଣ ପତ୍ର ନାହିଁ ଏବଂ ସେମାନେ ଭାରତର ନାଗରିକ ବୋଲି ପ୍ରମାଣିତ ହୋଇନାହାଁନ୍ତି । ବିହାର ଏସଡିଏମଙ୍କ ତଦନ୍ତ ରିପୋର୍ଟ ଆଧାରରେ କିଶନଗଞ୍ଜ, ପୂର୍ଣ୍ଣିଆ, ପଶ୍ଚିମ ଚମ୍ପାରଣ, ପୂର୍ବ ଚମ୍ପାରଣ, ଆରାରିଆ, ସହରସା ଏବଂ ମଧୁବନୀ ଜିଲା ଏବଂ ସୁପୌଲ ଜିଲ୍ଲାର ଭୋଟରମାନଙ୍କୁ ନୋଟିସ୍‍ ଦିଆଯାଇଛି । ଏହି ୩ଲକ୍ଷ ଲୋକ ବାଂଲାଦେଶ, ନେପାଳ, ମିଆଁମାର ଏବଂ ଆଫଗାନିସ୍ତାନରୁ ଆସିଥିବା ଜଣାପଡିଛି । ସୂଚନା ଅନୁସାରେ ବିହାର ବିଧାନସଭା ନିର୍ବାଚନ ୨୦୨୫ରେ ହେବାକୁ ଯାଉଛି । ଯେଉଁଥିପାଇଁ ନିର୍ବାଚନ କମିଶନ ଭୋଟର ତାଲିକା ଅପଡେଟ୍‍ କରୁଛନ୍ତି । ସେହି ସମୟରେ ଭୋଟର ତାଲିକା ଅପଡେଟ୍‍ ଏସଆଇଆର୍‍ ଅଧୀନରେ କରାଯାଉଛି । ଯାହା ୨୪ଜୁନ୍‍ ୨୦୨୫ରେ ନିର୍ବାଚନ କମିଶନ ବିହାରର ଡ୍ରାଫ୍ଟ ଭୋଟର ତାଲିକା ମଧ୍ୟ ପ୍ରକାଶ କରିଛନ୍ତି । ୭.୨୪କୋଟି ଲୋକଙ୍କ ମଧ୍ୟରୁ ୬୫ଲକ୍ଷ ଲୋକଙ୍କ ନାମ ବାଦ ଦେଇ ଡ୍ରାଫ୍ଟ ଭୋଟର ତାଲିକା ପ୍ରକାଶ କରାଯାଇଛି ।

  • Related Posts

    State-wide fire safety mock drill on March 28

    Bhubaneswar,23/03/2026: The Housing & Urban Development Department, in collaboration with Odisha Fire Services, conducted a sensitization workshop on fire safety awareness and preparedness today. The session was aimed at synchronizing…

    Continue reading
    Heatwave Worries: Outdoor Activity Banned 11 a.m. to 3 p.m.

    Bhubaneswar, 23/03/2026: Odisha govt bans outdoor work from 11 AM to 3 PM in heatwave advisory Anticipating a rise in temperatures in April and a heightened risk of heatwave-related illnesses,…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ‘ମନ୍ କି ବାତ୍’ କାର୍ଯ୍ୟକ୍ରମର ୧୩୨ତମ ପର୍ବରେ ସମ୍ବଲପୁରର ସୁଜାତା ଭୁୟାଁଙ୍କୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

    ସାଇବର ଅପରାଧରୁ ସୁରକ୍ଷା ସମ୍ପର୍କରେ ମହିଳା ଆୟୋଗଙ୍କ କର୍ମଶାଳା

    ଖରାଦିନର ଖାଦ୍ୟ

    ୧୪-୧୫ ବର୍ଷର କିଶୋରୀଙ୍କୁ ସର୍ଭିକାଲ୍‌ କ୍ୟାନ୍‌ସର ଟୀକା

    ହାତଗଣ୍ଠି ପରେ ଜଣାପଡ଼ିଲା ବର କିନ୍ନର

    ହାତଗଣ୍ଠି ପରେ ଜଣାପଡ଼ିଲା ବର କିନ୍ନର

    ଭାଲେଣ୍ଟାଇନ୍ ଦିବସ

    ଭାଲେଣ୍ଟାଇନ୍ ଦିବସ