ନୂଆଦିଲ୍ଲୀ,29।08: ଭାରତୀୟ ନିର୍ବାଚନ କମିଶନ ୩ଲକ୍ଷ ଲୋକଙ୍କୁ ନୋଟିସ୍ ଜାରି କରିଛନ୍ତି । କାରଣ ସେମାନଙ୍କର କାଗଜପତ୍ରରେ ସଠିକ୍ ପ୍ରମାଣ ପତ୍ର ନାହିଁ ଏବଂ ସେମାନେ ଭାରତର ନାଗରିକ ବୋଲି ପ୍ରମାଣିତ ହୋଇନାହାଁନ୍ତି । ବିହାର ଏସଡିଏମଙ୍କ ତଦନ୍ତ ରିପୋର୍ଟ ଆଧାରରେ କିଶନଗଞ୍ଜ, ପୂର୍ଣ୍ଣିଆ, ପଶ୍ଚିମ ଚମ୍ପାରଣ, ପୂର୍ବ ଚମ୍ପାରଣ, ଆରାରିଆ, ସହରସା ଏବଂ ମଧୁବନୀ ଜିଲା ଏବଂ ସୁପୌଲ ଜିଲ୍ଲାର ଭୋଟରମାନଙ୍କୁ ନୋଟିସ୍ ଦିଆଯାଇଛି । ଏହି ୩ଲକ୍ଷ ଲୋକ ବାଂଲାଦେଶ, ନେପାଳ, ମିଆଁମାର ଏବଂ ଆଫଗାନିସ୍ତାନରୁ ଆସିଥିବା ଜଣାପଡିଛି । ସୂଚନା ଅନୁସାରେ ବିହାର ବିଧାନସଭା ନିର୍ବାଚନ ୨୦୨୫ରେ ହେବାକୁ ଯାଉଛି । ଯେଉଁଥିପାଇଁ ନିର୍ବାଚନ କମିଶନ ଭୋଟର ତାଲିକା ଅପଡେଟ୍ କରୁଛନ୍ତି । ସେହି ସମୟରେ ଭୋଟର ତାଲିକା ଅପଡେଟ୍ ଏସଆଇଆର୍ ଅଧୀନରେ କରାଯାଉଛି । ଯାହା ୨୪ଜୁନ୍ ୨୦୨୫ରେ ନିର୍ବାଚନ କମିଶନ ବିହାରର ଡ୍ରାଫ୍ଟ ଭୋଟର ତାଲିକା ମଧ୍ୟ ପ୍ରକାଶ କରିଛନ୍ତି । ୭.୨୪କୋଟି ଲୋକଙ୍କ ମଧ୍ୟରୁ ୬୫ଲକ୍ଷ ଲୋକଙ୍କ ନାମ ବାଦ ଦେଇ ଡ୍ରାଫ୍ଟ ଭୋଟର ତାଲିକା ପ୍ରକାଶ କରାଯାଇଛି ।
ଆଶ୍ରମ ପରିଦର୍ଶନ ପାଇଁ ୫ କୋଟି ଟଙ୍କା ନେବା ଦାବୀ ଖଣ୍ଡନ କଲେ ବିରାଟ କୋହଲି
ନୂଆଦିଲ୍ଲୀ: ବିରାଟ କୋହଲିଙ୍କୁ ବୃନ୍ଦାବନରେ ଥିବା ଆଧ୍ୟାତ୍ମିକ ଗୁରୁ ପ୍ରେମାନନ୍ଦ ମହାରାଜଙ୍କ ଆଶ୍ରମକୁ ଆଣିବା ପାଇଁ ୫ କୋଟି ଟଙ୍କା ଦିଆଯାଇଥିଲା ବୋଲି ଫଲାହାରୀ ମହାରାଜ ଦିନେଶ ଶର୍ମା ଅଭିଯୋଗ କରିବା ପରେ ବିରାଟ କୋହଲିଙ୍କ ମୁଖପାତ୍ର ଏହି ଅଭିଯୋଗଗୁଡ଼ିକୁ “ସମ୍ପୂର୍ଣ୍ଣ…







