୩,୫୯୦ କୋଟିର ଋଣ ଜାଲିଆତି ଜିପିଆଇଏଲ୍‌ରେ ଇଡି ଚଢ଼ଉ

ଭୁବନେଶ୍ବର: କୋଟି‌େ‌କାଟି ଟଙ୍କାର ବ୍ୟାଙ୍କ ଠକେଇ ମାମଲାରେ ପଶ୍ଚିମବଙ୍ଗ ଏବଂ ଓଡ଼ିଶାରେ ଥିବା ଗୁପ୍ତା ପାୱାର ଇନ୍‌ଫ୍ରାଷ୍ଟ୍ରକ୍ଚର ଲିମିଟେଡ୍‌ (ଜିପିଆଇଏଲ୍‌) ଏବଂ ଏହାର ସହସଂସ୍ଥାଗୁଡ଼ିକ ଉପରେ ପ୍ରବର୍ତ୍ତନ ନିର୍ଦେଶାଳୟ (ଇଡି) ଚଢ଼ଉ କରିଛି। ପଶ୍ଚିମବଙ୍ଗ ଓ ଓଡ଼ିଶାର ମୋଟ ୯ଟି ସ୍ଥାନରେ ଏହି ଚଢ଼ଉ କରାଯାଇଛି। ତଦନ୍ତ ସମୟରେ ବିଭିନ୍ନ ଆପତ୍ତିଜନକ କାଗଜପତ୍ର, ଡିଭାଇସ୍ ଏବଂ ଦସ୍ତାବିଜ୍‌ ଜବତ କରାଯାଇଛି। ଜିପିଆଇଏଲ୍‌ ସହ ସମ୍ପୃକ୍ତ ୧୩୯ ବ୍ୟାଙ୍କ ଆକାଉଣ୍ଟ, ମ୍ୟୁଚୁଆଲ୍ ଫଣ୍ଡ ଏବଂ ସେୟାରଗୁଡ଼ିକୁ ଫ୍ରିଜ୍‌ କରାଯାଇଛି। ଏହାବ୍ୟତୀତ, ୩ଟି ଦାମୀ କାର୍‌ (୨ଟି ମର୍ସିଡିଜ୍ ଏବଂ ୧ଟି ବିଏମ୍‌ଡବ୍ଲୁ) ମଧ୍ୟ ଜବତ ହୋଇଛି।
ସିବିଆଇ ଦ୍ୱାରା ରୁଜୁ ମାମଲା ଆଧାରରେ ଇଡି ଏହି ତଦନ୍ତ ଆରମ୍ଭ କରିଥିଲା। ପଶ୍ଚିମବଙ୍ଗରେ ପଞ୍ଜୀକୃତ ଜିପିଆଇଏଲ୍‌ର ଶାଖା ଅଫିସ୍‌ ଭୁବନେଶ୍ୱରରେ ରହିଛି। ଏହି କମ୍ପାନୀ କେବୁଲ୍, କଣ୍ଡକ୍ଟର, ତାର ଆଦି ସାମଗ୍ରୀ ତିଆରି ଓ ଯୋଗାଇଥାଏ। କମ୍ପାନୀ ଏକ ବ୍ୟାଙ୍କରୁ ପ୍ରାୟ ୩,୫୯୦ କୋଟି ଟଙ୍କାର ଋଣ ନେଇଥିଲା। ଏଥିମଧ୍ୟରୁ ରାଷ୍ଟ୍ରାୟତ୍ତ ବ୍ୟାଙ୍କ କାନାରା ବ୍ୟାଙ୍କରୁ ପ୍ରାୟ ୧,୧୭୪ କୋଟି ଋଣ ନେଇଥିଲା। ୨୦୧୮ ଅକ୍ଟୋବରରୁ ୨୦୨୩ ସେପ୍ଟେମ୍ବର ମଧ୍ୟରେ କମ୍ପାନୀ ବ୍ୟାଙ୍କକୁ ମିଥ୍ୟା ଓ ଅଧିକ ଷ୍ଟକ୍ ଦେଖାଇ ନିଜର ଋଣ ନେବା କ୍ଷମତା ବୃଦ୍ଧି କରି ଏହି ଠକେଇ କରିଥିବା ଅଭିଯୋଗ ହୋଇଥିଲା। ଅଡିଟ୍ ରିପୋର୍ଟରୁ ଉଜାଗର ହୋଇଥିବା ଏହି ଅନିୟମିତତା ତଦନ୍ତକାରୀ ସଂସ୍ଥା ହାତରେ ଲାଗିଛି। କମ୍ପାନୀ ନିଜର ବାସ୍ତବ ଆର୍ଥିକ ସ୍ଥିତିକୁ ଲୁଚାଇ ବ୍ୟାଙ୍କରୁ ଅଧିକ ଋଣ ହାସଲ କରିବା ପାଇଁ ଆର୍ଥିକ ବିବରଣୀରେ ଜାଲିଆତି କରିଥିବା ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି।
କମ୍ପାନୀ ପ୍ରାୟ ୨୪୦-୨୮୦ କୋଟି ଟଙ୍କାର ପ୍ରୋଜେକ୍ଟ/ଇପିସି ଷ୍ଟକ୍‌କୁ କାମଚଳା ପୁଞ୍ଜି ସୁବିଧା ପାଇଁ ଯୋଗ୍ୟ ଷ୍ଟକ୍ ଭାବେ ଦର୍ଶାଇଥିଲା। ବିନା ମୂଲ୍ୟାୟନ ରିପୋର୍ଟରେ କମ୍ପାନୀ ନିଜର ସ୍ଥାୟୀ ସମ୍ପତ୍ତିର ମୂଲ୍ୟ ୨୧୧.୩୬ କୋଟି ଟଙ୍କାରୁ ବୃଦ୍ଧି କରି ୪୯୩.୩୯କୋଟି ଟଙ୍କା ଦର୍ଶାଇଛି। ସେଥିରେ ୨୯୮.୯୮କୋଟିର ପୁନର୍ମୂଲ୍ୟାୟନ କରାଯାଇଛି। ଏହି ସମସ୍ତ ତଥ୍ୟରୁ ସ୍ପଷ୍ଟ ହୋଇଛି ଯେ କମ୍ପାନୀ ଏକ ସୁଚିନ୍ତିତ ଯୋଜନା ଅନୁଯାୟୀ ଷ୍ଟକ୍ ଏବଂ ସମ୍ପତ୍ତିର ମୂଲ୍ୟକୁ ଅଧିକ କରି ଦର୍ଶାଇବା ସହ ଋଣ ନିଆଯାଇଥିଲା। ବର୍ତ୍ତମାନ ଏହି ମାମଲାରେ ଅଧିକ ତଦନ୍ତ ଜାରି ରହିଛି।

  • Related Posts

    ଆଜିଠାରୁ ଶକ୍ତିପୀଠରେ ନବରାତ୍ର ପୂଜା

    ଆଜିଠାରୁ ଶକ୍ତିପୀଠରେ ଆରମ୍ଭ ହେଉଛି ନଅ ଦିନ ଧରି ମାଆଙ୍କ ସ୍ୱତନ୍ତ୍ର ପୂଜାର୍ଚ୍ଚନା। ମାଆଙ୍କ ଆଗମନକୁ ନେଇ ଚଳଚଞ୍ଚଳ ହୋଇଉଠିଛି ଶକ୍ତିପୀଠ। ନଅ ଦିନ ଧରି ବିଭିନ୍ନ ରୀତିନୀତି ଅନୁସାରେ ମାଆଙ୍କ ପୂଜା କରାଯିବ। ଏହି ଅବସରରେ ମାଆଙ୍କ ଦର୍ଶନ ପାଇଁ…

    Continue reading
    ପାର୍ବଣ ବେଳେ କାଚିବ ବର୍ଷା ପବନ

    ଆସୁଛି ବଡ଼ ବର୍ଷା ! ଏଥର ଧୋଇଯିବ ଦଶହରା ! ୧୩ରେ ଲଘୁଚାପ, ନେବ କି ବାତ୍ୟାର ରୂପ ? କ’ଣ କହୁଛି ପାଣିପାଗ ବିଭାଗର ପୂର୍ବାନୁମାନ ? ପାର୍ବଣ ବେଳେ କାଚିବ ବର୍ଷା ପବନ । ଫିକା ପଡିପାରେ ଦୁର୍ଗାପୂଜା…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ଟାଟୁ ପାଇଁ ମା’କୁ ଫେରି ପାଇଲା ପୁଅ

    ଟାଟୁ ପାଇଁ ମା’କୁ ଫେରି ପାଇଲା ପୁଅ

    ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ବୟଫ୍ରେଣ୍ଡଠାରୁ କଣ ପାଇବାକୁ ଇଚ୍ଛାଥାଏ, ଆସନ୍ତୁ ଜାଣିବା

    ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ବୟଫ୍ରେଣ୍ଡଠାରୁ କଣ ପାଇବାକୁ ଇଚ୍ଛାଥାଏ, ଆସନ୍ତୁ ଜାଣିବା

    ବଢୁଛି ସ୍ୱାମୀ-ସ୍ତ୍ରୀ ଅଲଗା ଶୋଇବାର ଅଭ୍ୟାସ; ଏହା ଠିକ୍ ନା ଭୁଲ୍…

    ବଢୁଛି ସ୍ୱାମୀ-ସ୍ତ୍ରୀ ଅଲଗା ଶୋଇବାର ଅଭ୍ୟାସ; ଏହା ଠିକ୍ ନା ଭୁଲ୍…

    କନ୍ଦାଉଛି ପିଆଜ:କିଲେ ନେଲା ବେଳକୁ ଦୁଇ ଥର ଭାବିବାକୁ ପଡ଼ୁଛି

    କନ୍ଦାଉଛି ପିଆଜ:କିଲେ ନେଲା ବେଳକୁ ଦୁଇ ଥର ଭାବିବାକୁ ପଡ଼ୁଛି

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ, ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ,  ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ