୪ ତାରିଖ ଯାଏଁ ମେଘୁଆ ପାଗ

ଭୁବନେଶ୍ୱର : ତାମିଲନାଡ଼ୁରେ ବାତ୍ୟା ‘ଫେଙ୍ଗାଲ’ ପ୍ରଭାବରେ ରାଜ୍ୟରେ ପାଗ ମେଘୁଆ ରହିଛି। ଏହାସହିତ ଶୀତ କମିଛି। ଆସନ୍ତା ୪ ତାରିଖ ଯାଏଁ ମେଘୁଆ ପାଗ ଲାଗି ରହିବ ବୋଲି ଭୁବନେଶ୍ବର ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ପୂର୍ବାନୁମାନ କରାଯାଇଛି। ଗତ ୨୪ ଘଣ୍ଟା ମଧ୍ୟରେ କେତେକ ସ୍ଥାନରେ ହାଲୁକା ବର୍ଷା ହୋଇଛି। ନୂଆପଡାରେ ସର୍ବାଧିକ ୧୬.୪ ମି.ମି. ବର୍ଷା ହୋଇଥିବାବେଳେ ମୟୂରଭଞ୍ଜ, ସୁନ୍ଦରଗଡ଼, ସମ୍ବଲପୁର, ଝାରସୁଗୁଡ଼ା ଜିଲାର କେତେକ ସ୍ଥାନରେ ହାଲୁକା ବର୍ଷା ହୋଇଛି। ଆଜି କଳାହାଣ୍ଡି, କନ୍ଧମାଳ, ନବରଙ୍ଗପୁର, ରାୟଗଡ଼ା, ମାଲକାନଗିରି, କୋରାପୁଟ, ସୁନ୍ଦରଗଡ଼, ଝାରସୁଗୁଡ଼ା, କେନ୍ଦୁଝରଗଡ଼, ଦକ୍ଷିଣ ଉପକୂଳ ଓଡ଼ିଶାର ଗୋଟିଏରୁ ଦୁଇଟି ସ୍ଥାନରେ ବର୍ଷା ହାଲୁକା ବର୍ଷା ହେବାର ସମ୍ଭାବନା ରହିଛି। ବଙ୍ଗୋପସାଗରରେ ଆଉ ଏକ ଲଘୁଚାପ ସମ୍ଭାବନା ରହିଥିବା ପାଣିପାଗ ବିଶେଷଜ୍ଞ ସୁରେନ୍ଦ୍ରନାଥ ପଶୁପାଳକ ଆକଳନ କରିଛନ୍ତି। ୫ ତାରିଖରେ ସୁମାତ୍ରା ନିକଟରେ ଦକ୍ଷିଣ-ପୂର୍ବ ବଙ୍ଗୋପସାଗରରେ ଆଉ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇ ଘନୀଭୂତ ହେବ। ଏହା ଶ୍ରୀଲଙ୍କା କିମ୍ବା ଦକ୍ଷିଣ ତାମିଲନାଡ଼ୁ ଆଡ଼େ ମୁହାଁଇବ। ଏହାର ସିଧା ପ୍ରଭାବ ଓଡ଼ିଶାରେ ପଡ଼ିବନାହିଁ ବୋଲି ସେ କହିଛନ୍ତି। ସେହିପରି ୪ ରୁ ୬ ତାରିଖ ମଧ୍ୟରେ ଦକ୍ଷିଣ ଆଭ୍ୟନ୍ତରୀଣରେ ସର୍ବନିମ୍ନ ତାପମାତ୍ରା ପ୍ରାୟ ୪ ଡିଗ୍ରୀ ଯାଏଁ କମିବା ସମ୍ଭାବନା ରହିଛି। ତେଣୁ ଶୀତ ବଢ଼ିବ।

  • Garvita Odia

    Related Posts

    ୫ ବିଭାଗର ୯୬୪ ଜଣଙ୍କୁ ନିଯୁକ୍ତି ପତ୍ର ବଣ୍ଟନ କଲେ ମୁଖ୍ୟମନ୍ତ୍ରୀ

    ଭୁବନେଶ୍ବର: ଯୁବଶକ୍ତିଙ୍କୁ ନିଯୁକ୍ତି ଦେବା ଓ ସେମାନଙ୍କ ନିମନ୍ତେ ନିଯୁକ୍ତି ସୁଯୋଗ ସୃଷ୍ଟି କରିବା ପାଇଁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଲୋକଙ୍କ ସରକାର ନିରନ୍ତର ପ୍ରୟାସ କରୁଛନ୍ତି । ଗତ ଏକ ବର୍ଷ ଭିତରେ ୯ଟି ପର୍ୟ୍ୟାୟରେ ପ୍ରାୟ ୨୮,୦୦୦ରୁ…

    ସ୍କୁଲ ଖୋଲିବା ପରେ ପୁଣି ମିଳିବ ମଧ୍ୟାହ୍ନ ଭୋଜନ

    ଭୁବନେଶ୍ୱର: ୨୦ ତାରିଖରେ ଖୋଲିବ ସବୁ ସ୍କୁଲ । ୧୮ ପରିବର୍ତ୍ତେ ୨୦ ତାରିଖରେ ସ୍କୁଲ ଖୋଲିବା ନେଇ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି । ଏନେଇ ସବୁ ଜିଲ୍ଲାର ଶିକ୍ଷାଧିକାରୀଙ୍କୁ ଚିଠି ଦିଆଯାଇଛି । ସ୍କୁଲ…

    Leave a Reply

    Your email address will not be published. Required fields are marked *

    You Missed

    ୫ ବିଭାଗର ୯୬୪ ଜଣଙ୍କୁ ନିଯୁକ୍ତି ପତ୍ର ବଣ୍ଟନ କଲେ ମୁଖ୍ୟମନ୍ତ୍ରୀ

    ୫ ବିଭାଗର ୯୬୪ ଜଣଙ୍କୁ ନିଯୁକ୍ତି ପତ୍ର ବଣ୍ଟନ କଲେ ମୁଖ୍ୟମନ୍ତ୍ରୀ

    ସ୍କୁଲ ଖୋଲିବା ପରେ ପୁଣି ମିଳିବ ମଧ୍ୟାହ୍ନ ଭୋଜନ

    ସ୍କୁଲ ଖୋଲିବା ପରେ ପୁଣି ମିଳିବ ମଧ୍ୟାହ୍ନ ଭୋଜନ

    ୨୦ରୁ ଖୋଲିବ ସ୍କୁଲ

    ୨୦ରୁ ଖୋଲିବ ସ୍କୁଲ

    ଜନଗଣନା ପାଇଁ ପ୍ରକାଶ ପାଇଲା ବିଜ୍ଞପ୍ତି

    ଜନଗଣନା ପାଇଁ ପ୍ରକାଶ ପାଇଲା ବିଜ୍ଞପ୍ତି

    ବୋମା ଧମକ, ମଝି ଆକାଶରୁ ଫେରିଗଲା ବିମାନକୁ

    ବୋମା ଧମକ, ମଝି ଆକାଶରୁ ଫେରିଗଲା ବିମାନକୁ

    ୨୦ରୁ ଖୋଲିବ ବିଦ୍ୟାଳୟ !

    ୨୦ରୁ ଖୋଲିବ ବିଦ୍ୟାଳୟ !