
ଭୁବନେଶ୍ୱର: ଗୁରୁବାର ବିଧାନସଭାରେ ଗ୍ୟାସ ତାତି । ଗ୍ୟାସ ଦର ବୃଦ୍ଧିକୁ ନେଇ ବିରୋଧୀଙ୍କ ହୋହାଲ୍ଲା ଓ ହଟ୍ଟୋଗଳ ଯୋଗୁଁ ବାଚସ୍ପତି ସୁରମା ପାଢ଼ୀ ଗୃହକୁ ଅପରାହ୍ନ ୪ଟା ଯାଏ ମୁଲତବୀ ଘୋଷଣା କରିଛନ୍ତି ।
ଧାନସଭାରେ LPG ତାତି । ରାଜ୍ୟରେ ରନ୍ଧନ ଗ୍ୟାସ ଅଭାବ ଅଭିଯୋଗ ଆଣି ଡବଲ ଇଞ୍ଜିନ ସରକାରଙ୍କୁ ଘେରିଲେ ବିରୋଧୀ । ଆଜି ଗୃହ କାର୍ଯ୍ୟ ଆରମ୍ଭରୁ ଉଭୟ ବିଜେଡି ଏବଂ କଂଗ୍ରେସ ବିଧାୟକମାନେ ହଟ୍ଟଗୋଳ କରିଥିଲେ ।
ରାଜ୍ୟରେ ମିଳୁନାହିଁ LPG ଗ୍ୟାସ । ଗ୍ରାହକ ହେଉଛନ୍ତି ହନ୍ତସନ୍ତ । ଡବଲ ଇଞ୍ଜିନ ଡବଲ ଧୋକା’ ଅଭିଯୋଗ ଆଣି ଆଜି ବିଧାନସଭା ଭିତରେ ହୋହଲ୍ଲା ପ୍ରଦର୍ଶନ କରିଥିଲେ କଂଗ୍ରେସ ବିଧାୟକ । ଦଳର ସଦସ୍ୟମାନେ ଗୃହକାର୍ଯ୍ୟ ଆରମ୍ଭରୁ ହିଁ ଗ୍ୟାସ ସଙ୍କଟକୁ ନେଇ ପ୍ରତିବାଦ କରିଥିଲେ । କଂଗ୍ରେସ ବିଧାୟକମାନେ ହାତରେ ପ୍ଲାକାର୍ଡ ଧରି ବାଚସ୍ପତିଙ୍କ ପୋଡିୟମ ତଳେ ସରକାରଙ୍କ ବିରୋଧରେ ନାରାବାଜି କରିଥିଲେ । କଂଗ୍ରେସର ଏହି ପ୍ରଦିବାଦକୁ ସମର୍ଥନ ଜଣାଇଥିଲା ବିଜେଡି । ବିଜୁ ଜନତା ଦଳର ବିଧାୟକମାନେ ନିଜ ନିଜ ସ୍ଥାନରେ ଛିଡ଼ା ହୋଇ ପ୍ରତିବାଦ କରିଥିଲେ । ସେପଟେ ବାଚସ୍ପତି ଗୃହକୁ ସ୍ୱାଭାବିକ କରିବାକୁ ଅନୁରୋଧ କରିଥିଲେ ମଧ୍ୟ ସ୍ଥିତି ସ୍ୱାଭାବିକ ନ ହେବାରୁ, ସେ ବାଧ୍ୟ ହୋଇ ଗୃହକୁ ଦୁଇ ଥର ମୁଲତବୀ ଘୋଷଣା କରିଥିଲେ ।



