୫ ବର୍ଷ ପୂର୍ବରୁ ସରକାରକୁ ଫେରିପାରୁ:ମୁନା ଖାଁ

ଭୁବନେଶ୍ଵର : ରାଜ୍ୟସଭା ସାଂସଦ ମୁନା ଖାଁଙ୍କ ବିସ୍ଫୋରକ ବୟାନକୁ ନେଇ ପୁଣି ଜୋର୍ ଧରିଲା ଚର୍ଚ୍ଚା। ମୁନା ଖାଁ କହିଛନ୍ତି ଯେ, ସରକାରରେ ଫେରିବାକୁ ବିଜେଡିକୁ ୫ ବର୍ଷ ଯାଏଁ ଅପେକ୍ଷା କରିବାକୁ ପଡିବନି। ତା ପୂର୍ବରୁ ଫେରିପାରୁ। ବିଜେପି ପାଖରେ ପ୍ରାର୍ଥୀ କେଉଁଠି ଥିଲେ, ଅଧିକାଂଶ ଆମ ଲୋକ ସେଠି ଅଛନ୍ତି। ସମୟକୁ ଅପେକ୍ଷା କରନ୍ତୁ, ୟା ଠୁ ବେଶୀ ଆଉ କିଛି କହିପାରିବି ନାହିଁ। ସେହିପରି ବିଜେପି ବିଧାୟକ ବିଜେଡି ଲିଙ୍କ୍‌ରେ ଥିବା ବିଷୟରେ ସେ ପ୍ରତିକ୍ରିୟା ରଖିଛନ୍ତି। ମୁନା ଖାଁ କହିଛନ୍ତି ଯେ, ବିଜେପି ବିଧାୟକ ବିଜେଡି ଲିଙ୍କ୍‌ରେ ଥିବା କଥା ମୁଁ ସଭାରେ କହିଛି, ମିଡିଆ ସାମ୍ନାରେ କହିନାହିଁ। ଯାହା ବି କହିଛି କର୍ମୀଙ୍କୁ କହିଛି। ଏହା ଆମର ରଣନୀତି। ମୁଁ ତାହା ଗଣମାଧ୍ୟମ ନିକଟରେ କହିପାରିବି ନାହିଁ। ସମୟକୁ ଅପେକ୍ଷା କରନ୍ତୁ।
ମୁନା ଖାଁ କହିଛନ୍ତି ଯେ, ସରକାରକୁ ନେଇ ସବୁଠି ଅସନ୍ତୋଷ। ଜୟନାରାୟଣ ମିଶ୍ର ମୋ ବଡ ଭାଇ। ସାନ ଭାଇ ହିସାବରେ ତାଙ୍କୁ ପରାମର୍ଶ। ଦଳ ତାଙ୍କ ବିଷୟରେ ଚିନ୍ତା କରିନାହିଁ। ସେ କାହିଁକି ଦଳ ବିଷୟରେ ଚିନ୍ତା କରୁଛନ୍ତି। ଜୟନାରାୟଣ ମିଶ୍ର କେଉଁଠି ରହିବା କଥା କେଉଁଠି ଅଛନ୍ତି। ଦଳ ବିଷୟରେ ଚିନ୍ତା କରି ନିଜ ବିପି ବଢାନ୍ତୁନି।

  • Related Posts

    ପଶ୍ଚିମବଙ୍ଗରେ ପ୍ରଚାର ମଇଦାନରେ ମୋହନ ମାଝୀ

    ଭୁବନେଶ୍ୱର: ପଶ୍ଚିମବଙ୍ଗ ପ୍ରଚାର ମଇଦାନକୁ ଓହ୍ଲାଇବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ପଶ୍ଚିମବଙ୍ଗରେ ବିଜେପି ପ୍ରାର୍ଥୀଙ୍କ ପାଇଁ ପ୍ରଚାର କରିବେ । ନିର୍ବାଚନ ରାଲି ଓ ପ୍ରଚାର ସଭାକୁ ସମ୍ୱୋଧିତ କରି ବିଜେପି ପ୍ରାର୍ଥୀଙ୍କ ପାଇଁ ଭୋଟ ମାଗିବେ । ପୂର୍ବରୁ…

    Continue reading
    ବଦଳିବେନି କଂଗ୍ରେସ ବିଧାୟକ ଦଳ ନେତା: ଭକ୍ତ ଦାସ

    ଭୁବନେଶ୍ୱର: କଂଗ୍ରେସ ବିଧାୟକଙ୍କ ଦିଲ୍ଲୀ ଗସ୍ତ ଏବଂ ବିଧାୟକ ଦଳ ନେତା ପରିବର୍ତ୍ତନ ଚର୍ଚ୍ଚା ଭିତରେ ବଡ଼ ବୟାନ ଦେଇଛନ୍ତି ପିସିସି ସଭାପତି । କହିଛନ୍ତି, କଂଗ୍ରେସ ବିଧାୟକ ମାନେ ଦିଲ୍ଲୀ ବୁଲିବାକୁ ଯାଇଛନ୍ତି । କଂଗ୍ରେସ ବିଧାୟକ ଦଳ ନେତା…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ‘ମନ୍ କି ବାତ୍’ କାର୍ଯ୍ୟକ୍ରମର ୧୩୨ତମ ପର୍ବରେ ସମ୍ବଲପୁରର ସୁଜାତା ଭୁୟାଁଙ୍କୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

    ସାଇବର ଅପରାଧରୁ ସୁରକ୍ଷା ସମ୍ପର୍କରେ ମହିଳା ଆୟୋଗଙ୍କ କର୍ମଶାଳା

    ଖରାଦିନର ଖାଦ୍ୟ

    ୧୪-୧୫ ବର୍ଷର କିଶୋରୀଙ୍କୁ ସର୍ଭିକାଲ୍‌ କ୍ୟାନ୍‌ସର ଟୀକା

    ହାତଗଣ୍ଠି ପରେ ଜଣାପଡ଼ିଲା ବର କିନ୍ନର

    ହାତଗଣ୍ଠି ପରେ ଜଣାପଡ଼ିଲା ବର କିନ୍ନର

    ଭାଲେଣ୍ଟାଇନ୍ ଦିବସ

    ଭାଲେଣ୍ଟାଇନ୍ ଦିବସ