୬ ବର୍ଷ ପରେ ପୁଣି ପରଦାକୁ ଫେରିବେ ଗ୍ଲୋବାଲ୍ ଆଇକନ୍ ପ୍ରିୟଙ୍କା

ମୁମ୍ବାଇ: ପୁଣି ପରଦାକୁ ଫେରିବେ ବଲିଉଡର ଦେଶୀଗର୍ଲ୍ । ଖୁବଶୀଘ୍ର ବଲିଉଡକୁ କମ୍‌ବ୍ୟାକ୍‌ କରିବାକୁ ଯାଉଛନ୍ତି ହଲିଉଡ୍ ତଥା ବଲିଉଡ୍ ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା ଜୋନାସ୍ । ଆଲିଆ-ଭିକିଙ୍କ ଆଗାମୀ ଚଳଚ୍ଚିତ୍ରରେ ନଜର ଆସିବେ ପ୍ରିୟଙ୍କା । ୬ ବର୍ଷ ପରେ ବଲିଉଡକୁ କମ୍‌ବ୍ୟାକ୍‌ କରିବା ଖବର ଶୁଣି ତାଙ୍କ ପ୍ରଶଂସକମାନେ ବେଶ୍‌ ଉତ୍ସାହିତ ହୋଇପଡ଼ିଛନ୍ତି । ଅଭିନେତ୍ରୀଙ୍କୁ ଶେଷଥର ପାଇଁ ବଲିଉଡ୍ ଚଳଚ୍ଚିତ୍ର ‘ଦି ସ୍କାଏ ଇଜ୍ ପିଙ୍କ୍’ରେ ଦେଖିବାକୁ ମିଳିଥିଲା । ଏବେ ପୁଣିଥରେ ନିର୍ଦ୍ଦେଶକ ସଞ୍ଜୟ ଲୀଲା ଭଂସାଲୀଙ୍କ ଚଳଚ୍ଚିତ୍ରରେ ତାଙ୍କର ଅଭିନୟ ଦକ୍ଷତା ଦେଖାଇବେ ।
ନିର୍ଦ୍ଦେଶକ ସଞ୍ଜୟ ଲୀଲା ଭଂସାଲୀଙ୍କର ବହୁ ପ୍ରତୀକ୍ଷିତ ଚଳଚ୍ଚିତ୍ର ‘ଲଭ୍ ଆଣ୍ଡ୍ ୱାର୍’ରେ ନଜର ଆସିପାରନ୍ତି ଗ୍ଲୋବାଲ୍ ଆଇକନ୍ ପ୍ରିୟଙ୍କା ଚୋପ୍ରା । ଏହି ଚଳଚ୍ଚିତ୍ରରେ ଅଭିନେତ୍ରୀଙ୍କୁ ଗୋଟିଏ ଗୀତରେ ନାଚୁଥିବାର ଦେଖିବାକୁ ମିଳିବ । ତଥାପି, ପ୍ରିୟଙ୍କା ଓ ନିର୍ଦ୍ଦେଶକ ଭଂସାଲୀ ଏପର୍ଯ୍ୟନ୍ତ ଏ ବିଷୟରେ କୌଣସି ବୟାନ ଦେଇ ନାହାଁନ୍ତି।
ରିପୋର୍ଟ ଅନୁଯାୟୀ, ନିର୍ଦ୍ଦେଶକ ସଞ୍ଜୟ ଲୀଲା ଭଂସାଲୀଙ୍କର ବହୁ ପ୍ରତୀକ୍ଷିତ ଚଳଚ୍ଚିତ୍ର ‘ଲଭ୍ ଆଣ୍ଡ୍ ୱାର୍’ରେ ନଜର ଆସିପାରନ୍ତି ଗ୍ଲୋବାଲ୍ ଆଇକନ୍ ପ୍ରିୟଙ୍କା ଚୋପ୍ରା । ଏହି ଚଳଚ୍ଚିତ୍ରରେ ଅଭିନେତ୍ରୀଙ୍କୁ ଗୋଟିଏ ଗୀତରେ ନାଚୁଥିବାର ଦେଖିବାକୁ ମିଳିବ । ତଥାପି, ପ୍ରିୟଙ୍କା ଓ ନିର୍ଦ୍ଦେଶକ ଭଂସାଲୀ ଏପର୍ଯ୍ୟନ୍ତ ଏ ବିଷୟରେ କୌଣସି ବୟାନ ଦେଇ ନାହାଁନ୍ତି । ଭଂସାଲୀଙ୍କ ଏହି ଚଳଚ୍ଚିତ୍ର ‘ଲଭ୍ ଆଣ୍ଡ୍ ୱାର୍’ ରଣବୀର କପୁର, ଆଲିଆ ଭଟ୍ଟ ଓ ଭିକି କୌଶଲଙ୍କ ଭଳି ବଡ଼ ଷ୍ଟାରକାଷ୍ଟଙ୍କୁ ନେଇ ନିର୍ମିତ ହେବାକୁ ଯାଉଛି ।

  • Related Posts

    ଶିକ୍ଷା ବିଭାଗ ୧୫ : ହଜାର ଲାଞ୍ଚ ନେବାବେଳେ କିରାଣିଙ୍କୁ ଧରିଛି ଭିଜିଲାନସ୍

    ସେମିଳିଗୁଡ଼ା/କୋରାପୁଟ: କୋରାପୁଟ ଜିଲ୍ଲା ନନ୍ଦପୁର ବ୍ଲକରେ ରମେଶ ବେହେରା ନାମକ ଜଣେ ଶିକ୍ଷକଙ୍କ ୨୦୧୯ରେ ମୃତ୍ୟୁ ଘଟିଥିଲା। ଗୋଷ୍ଠୀ ଶିକ୍ଷା ବିଭାଗ କାର୍ଯ୍ୟାଳୟରେ କାର୍ଯ୍ୟରତ କନିଷ୍ଠ କିରାଣି ସନ୍ଦୀପ କୁମାର ତ୍ରିପାଠୀ ଆରଏସିପି, ଏମଏସିପି, ବର୍ଦ୍ଧିତ ଦରମା ଓ ବକେୟା ପ୍ରାପ୍ୟ…

    ବଳଙ୍ଗା ଘଟଣା: ୭ତାରିଖରେ ବିଜେଡିର ୬ଘଣ୍ଟିଆ ବନ୍ଦ

    ବାମନାଳ:ବହୁ ଚର୍ଚ୍ଚିତ ବଳଙ୍ଗା ନାବାଳିକା ପୋଡ଼ି ମାରିବା ଉଦ୍ୟମ ଓ ଚିକିତ୍ସାଧୀନ ଅବସ୍ଥାରେ ରହସ୍ୟ ଜନକ ଭାବେ ପୀଡ଼ିତାଙ୍କ ମୃତ୍ୟୁକୁ ନେଇ ରାଜ୍ୟରେ ଚର୍ଚ୍ଚା ହେଉଥିବା ବେଳେ ଆସନ୍ତା ୭ତାରିଖରେ ବିଜେଡି ପକ୍ଷରୁ ୬ଘଣ୍ଟିଆ ଜିଲ୍ଲା ବନ୍ଦ ଡାକରା ନିମନ୍ତେ ଏକ…

    Leave a Reply

    Your email address will not be published. Required fields are marked *

    You Missed

    ଶିକ୍ଷା ବିଭାଗ ୧୫ : ହଜାର ଲାଞ୍ଚ ନେବାବେଳେ କିରାଣିଙ୍କୁ ଧରିଛି ଭିଜିଲାନସ୍

    ବାଂଲାଦେଶରେ ଫେବ୍ରୁଆରି ୨୦୨୬ରେ ହେବ ନିର୍ବାଚନ

    ବଳଙ୍ଗା ଘଟଣା: ୭ତାରିଖରେ ବିଜେଡିର ୬ଘଣ୍ଟିଆ ବନ୍ଦ

    ଉତ୍ତରାଖଣ୍ଡରେ ୪ ମୃତ ଓ ୫୦ରୁ ଅଧିକ ନିଖୋଜ

    ଜମ୍ମୁ-କାଶ୍ମୀରର ପୂର୍ବତନ ରାଜ୍ୟପାଳ ସତ୍ୟପାଲ୍‍ ମଲ୍ଲିକଙ୍କ ପରଲୋକ

    ଓଡିଶା ହେବ ଗ୍ଲୋବାଲ୍ ସ୍କିଲ୍ ହବ୍