୭ ନର୍ସିଂ କଲେଜ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କରିବେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ରାଜ୍ୟରେ ୭ ନର୍ସିଂ କଲେଜ ଖୋଲିବ । କୋରାପୁଟ, ବଲାଙ୍ଗିର, ପୁରୀ, ବାଲେଶ୍ୱର, ଯାଜପୁର, ଅନୁଗୁଳ ଓ ମୟୂରଭଞ୍ଜରେ ଏହି ନର୍ସିଂ କଲେଜ ଖୋଲିବ । ଆସନ୍ତା ୧୪ ତାରିଖରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏସବୁର ଭିତ୍ତିପ୍ରସ୍ତର ସ୍ଥାପନ କରିବେ । ଯେଉଁ ନର୍ସିଂ ଛାତ୍ରଛାତ୍ରୀମାନେ ସରକାରୀ ନର୍ସିଂ କଲେଜରେ ପାଠ ପଢ଼ିବାର ସୁଯୋଗ ପାଉନଥିଲେ ସେମାନଙ୍କ ପାଇଁ ଖୁସିର ଖବର । ସେମାନେ ଏଣିକି ସରକାରୀ କଲେଜରେ ପାଠ ପଢ଼ିବାର ସୁଯୋଗ ପାଇବେ । କାରଣ ଏସବୁ ୭ କଲେଜରେ ପ୍ରତି ବର୍ଷ ୬୦ ଛାତ୍ରଛାତ୍ରୀ ନାମ ଲେଖାଇବାର ସୁଯୋଗ ପାଇବେ । ଫଳରେ ୭ ନର୍ସିଂ କଲେଜରୁ ପ୍ରତିବର୍ଷ ମୋଟ ୪୨୦ ଛାତ୍ରଛାତ୍ରୀ ଉତ୍ତୀର୍ଣ୍ଣ ହେବେ । ଏହି ସବୁ କଲେଜ ଖୋଲିବା ଫଳରେ ରାଜ୍ୟରେ ନର୍ସିଂ କ୍ଷେତ୍ରରେ ଉନ୍ନତି ଆସିବା ସହ ଏହା ରୋଗୀଙ୍କ ପାଇଁ ବଡ଼ ଆଶ୍ୱସ୍ତି ଆଣିଦେବ । ନର୍ସିଂଶିକ୍ଷାର ଗୁଣାତ୍ମକ ମାନ ବୃଦ୍ଧି କରାଯିବା ସହ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ । ଏହାସହ ରାଜ୍ୟରେ ଉନ୍ନତି ନର୍ସିଂ ସେବା ଯୋଗାଇ ଦେଇହେବ । ପ୍ରତ୍ୟେକ କଲେଜ ପାଇଁ ୧୦ କୋଟି ଲେଖାଏଁ ମୋଟ ୭୦ କୋଟି ଟଙ୍କା ବଜେଟ୍‌ରେ ବ୍ୟବସ୍ଥା କରାଯାଇଛି । ଏହି ୭୦ କୋଟି ମଧ୍ୟରୁ କେନ୍ଦ୍ର ସରକାରଙ୍କ ଅଂଶ ୬୦ ପ୍ରତିଶତ ଓ ରାଜ୍ୟ ସରକାରଙ୍କ ଅଂଶ ୪୦ ପ୍ରତିଶତ ରହିବ ବୋଲି ସ୍ଥିର ହୋଇଛି । ଏସବୁ ନର୍ସିଂ କଲେଜ ମେଡିକାଲ କଲେଜ ପରିସରରେ ସ୍ଥାପନ କରାଯିବ ବୋଲି ଜଣାପଡିଛି । ସୂଚନାଯୋଗ୍ୟଯେ, ରାଜ୍ୟରେ ୨୧ଟି ସରକାରୀ ଅଗ୍‌ଜିଲାରୀ ନର୍ସ ଆଣ୍ଡ ମିଡ୍‌ୱାଇଫ୍‌ (ଏଏନ୍‌ଏମ୍‌) ଓ ୮ଟି ନର୍ସିଂ କଲେଜ ରହିଛି । ଏହି ୮ ନର୍ସିଂ କଲେଜ ମଧ୍ୟରୁ ୩ ମେଡିକାଲ କଲେଜରେ ନର୍ସିଂ କଲେଜ ମିଶିକରି ରହିଛି । ଏସ୍‌ସିବି ନର୍ସିଂ କଲେଜ, ଏମ୍‌କେସିଜି ନର୍ସିଂ କଲେଜ, ଭୀମସାର ନର୍ସିଂ କଲେଜ ମେଡିକାଲ କଲେଜ ସହ ମିଶି ରହିଛି ।

  • Related Posts

    ଉଜ୍ଜୟିନୀରେ ‘ମହାକାଳ : ଦ ମାଷ୍ଟର ଅଫ୍ ଟାଇମ୍’ ଆନ୍ତର୍ଜାତୀୟ ସମ୍ମିଳନୀ ଶୁଭାରମ୍ଭରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

    ପୁରୀ, ଉଜ୍ଜୟିନୀ ଏବଂ କାଶୀ ଭାରତୀୟ ଜ୍ଞାନ ପରମ୍ପରାର ପ୍ରମୁଖ କେନ୍ଦ୍ର – ଧର୍ମେନ୍ଦ୍ର ପ୍ରଧାନମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ଡା. ମୋହନ ଯାଦବ ଏବଂ ଆରଏସଏସର ଅଖିଳ ଭାରତୀୟ କାର୍ଯ୍ୟକାରିଣୀ ସଦସ୍ୟ ସୁରେଶ ସୋନୀ ଉପସ୍ଥିତ • ଜାତୀୟ ଶିକ୍ଷା ନୀତି ଆମକୁ…

    Continue reading
    ବେଳାଭୂମିରେ ମଦ ବିକିପାରିବ ଓଟିଡିସି

    ଭୁବନେଶ୍ଵର: ଅବକାରୀ ବିଭାଗର ନୂଆ ଗାଇଡଲାଇନ୍। ଟେଟ୍ରା ପ୍ୟାକରେ ମିଳିବ ମଦ। ୧୮୦ ମିଲି ପର୍ଯ୍ୟନ୍ତ ମଦ ଟେଟ୍ରା ପ୍ୟାକରେ ଉପଲବ୍ଧ ହେବ। ଏଥିରେ ୬ଟି ସୁରକ୍ଷା ଲେୟର ରହିବ। ସେପଟେ ପୁରୀ ବେଳାଭୂମିରେ ମଦ ଦୋକାନ ଖୋଲିବାକୁ ଅନୁମତି ମିଳିବ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ‘ମନ୍ କି ବାତ୍’ କାର୍ଯ୍ୟକ୍ରମର ୧୩୨ତମ ପର୍ବରେ ସମ୍ବଲପୁରର ସୁଜାତା ଭୁୟାଁଙ୍କୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

    ସାଇବର ଅପରାଧରୁ ସୁରକ୍ଷା ସମ୍ପର୍କରେ ମହିଳା ଆୟୋଗଙ୍କ କର୍ମଶାଳା

    ଖରାଦିନର ଖାଦ୍ୟ

    ୧୪-୧୫ ବର୍ଷର କିଶୋରୀଙ୍କୁ ସର୍ଭିକାଲ୍‌ କ୍ୟାନ୍‌ସର ଟୀକା

    ହାତଗଣ୍ଠି ପରେ ଜଣାପଡ଼ିଲା ବର କିନ୍ନର

    ହାତଗଣ୍ଠି ପରେ ଜଣାପଡ଼ିଲା ବର କିନ୍ନର

    ଭାଲେଣ୍ଟାଇନ୍ ଦିବସ

    ଭାଲେଣ୍ଟାଇନ୍ ଦିବସ