୮୩,୮୬୭ ହ୍ବାଟସ୍‌ଆପ୍‌ ଆକାଉଣ୍ଟ ବ୍ଲକ୍‌

ନୂଆଦିଲ୍ଲୀ : କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରଣାଳୟର ଅପରାଧ ଶାଖା ପକ୍ଷରୁ ୮୩,୮୬୭ ହ୍ବାଟସ୍‌ଆପ ଆକାଉଣ୍ଟ ଏବଂ ୩୯୬୨ ସ୍କାଇପ୍‌ ଆଇଡିକୁ ବ୍ଲକ୍‌ କରାଯାଇଛି। ଡିଜିଟାଲ ଆରେଷ୍ଟ ଜରିଆରେ ସାଇବର ଅପରାଧୀମାନେ ଦୈନନ୍ଦିନ ସଂଖ୍ୟାଧିକ ଲୋକଙ୍କୁ କୋଟି କୋଟି ଟଙ୍କା ଲୁଟୁଥିବାରୁ ମନ୍ତ୍ରଣାଳୟ ପକ୍ଷରୁ ଏହାକୁ ଗୁରୁତ୍ବର ସହ ଗ୍ରହଣ କରାଯାଇଛି। ଏହି ଅଭିଯାନରେ ଟେଲିକମ୍ୟୁନିିକେସନ ମନ୍ତ୍ରଣାଳୟ, ପୁଲିସ ଏବଂ ଟେଲିକମ ସେବା ପ୍ରଦାନକାରୀ କମ୍ପାନୀଙ୍କୁ ମଧ୍ୟ ସାମିଲ କରାଯାଇଛି। ଇତିମଧ୍ୟରେ ୮.୪୫ ଲକ୍ଷ ସିମ୍‌କାର୍ଡ ବ୍ଲକ୍‌ କରାଯାଇଥିବାବେଳେ ୨.୩୯ ଲକ୍ଷ ମୋବାଇଲ ଆଇଏମଇଆଇ ନମ୍ବରକୁ ଚିହ୍ନଟ କରାଯାଇଛି।

ଅନଲାଇନ ଠକେଇର ମେରୁଦଣ୍ଡ ଭାଙ୍ଗିବାକୁ ମନ୍ତ୍ରଣାଳୟ ପକ୍ଷରୁ ୮୨୭ଟି ସନ୍ଦେହଜନକ ମୋବାଇଲ ଆପ୍‌କୁ ନିଷିଦ୍ଧ କରାଯାଇସାରିଛି। ଏହାବ୍ୟତୀତ ‘ସହଯୋଗ’ ପୋାର୍ଟାଲ ଜରିଆରେ ୧.୧୧ ଲକ୍ଷ ଆପତ୍ତିଜନକ ବିଷୟବସ୍ତକୁ ହଟାଇ ଦିଆଯାଇଛି। ସାଇବର ସିଣ୍ଡିକେଟଗୁଡିକ ନୂଆ ନୂଆ ପଦ୍ଧତିରେ ଲୋକଙ୍କୁ ଲୁଟିବାକୁ ଯୋଜନା କରୁଥିବାରୁ ସେମାନଙ୍କୁ ନିୟନ୍ତ୍ରଣ କରିବା କଷ୍ଟକର ହୋଇପଡୁଛି।

  • Related Posts

    ଜେୱର ବିମାନବନ୍ଦରର ନାମ ‘ନରେନ୍ଦ୍ର ମୋଦୀ ଅନ୍ତର୍ଜାତୀୟ ବିମାନବନ୍ଦର’ ଭାବେ ନାମିତ

    ନୋଇଡା: ଉତ୍ତର ପ୍ରଦେଶର ଜେୱରଠାରେ ନିର୍ମାଣାଧୀନ ବିମାନବନ୍ଦରର ନାମ ‘ନରେନ୍ଦ୍ର ମୋଦୀ ଅନ୍ତର୍ଜାତୀୟ ବିମାନବନ୍ଦର’ ଭାବେ ନାମିତ କରିବା ପ୍ରସ୍ତାବକୁ ଉତ୍ତର ପ୍ରଦେଶ କ୍ୟାବିନେଟ ମଞ୍ଜୁରୀ ପ୍ରଦାନ କରିଛି। ଲକ୍ଷ୍ନୌଠାରେ ଅନୁଷ୍ଠିତ ଏକ ସାମ୍ବାଦିକ ସମ୍ମିଳନୀରେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଏହି…

    Continue reading
    ସିଜେପି ବିକ୍ଷୋଭ ପାଇଁ ମେଟ୍ରୋ କଟକଣା, ଟ୍ରେନ୍ ବାତିଲ

    ନୂଆଦିଲ୍ଲୀ: ଶନିବାର କଂଗ୍ରେସ-ସମର୍ଥିତ ବା ଅନ୍ୟାନ୍ୟ ଦଳ/ସଂଗଠନ ‘କୋକରୋଚ୍ ଜନତା ପାର୍ଟି’ (ସିଜେପି) ପକ୍ଷରୁ ଜନ୍ତର ମନ୍ତରରେ ପ୍ରସ୍ତାବିତ ବିକ୍ଷୋଭ ପ୍ରଦର୍ଶନକୁ ନଜରରେ ରଖି ରାଜଧାନୀ ଦିଲ୍ଲୀରେ କଡ଼ା ନିରାପତ୍ତା ବ୍ୟବସ୍ଥା ଗ୍ରହଣ କରାଯାଇଛି। ମୁଖ୍ୟ ନିର୍ବାଚନ ଆୟୁକ୍ତ ଜ୍ଞାନେଶ କୁମାରଙ୍କ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ଟାଟୁ ପାଇଁ ମା’କୁ ଫେରି ପାଇଲା ପୁଅ

    ଟାଟୁ ପାଇଁ ମା’କୁ ଫେରି ପାଇଲା ପୁଅ

    ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ବୟଫ୍ରେଣ୍ଡଠାରୁ କଣ ପାଇବାକୁ ଇଚ୍ଛାଥାଏ, ଆସନ୍ତୁ ଜାଣିବା

    ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ବୟଫ୍ରେଣ୍ଡଠାରୁ କଣ ପାଇବାକୁ ଇଚ୍ଛାଥାଏ, ଆସନ୍ତୁ ଜାଣିବା

    ବଢୁଛି ସ୍ୱାମୀ-ସ୍ତ୍ରୀ ଅଲଗା ଶୋଇବାର ଅଭ୍ୟାସ; ଏହା ଠିକ୍ ନା ଭୁଲ୍…

    ବଢୁଛି ସ୍ୱାମୀ-ସ୍ତ୍ରୀ ଅଲଗା ଶୋଇବାର ଅଭ୍ୟାସ; ଏହା ଠିକ୍ ନା ଭୁଲ୍…

    କନ୍ଦାଉଛି ପିଆଜ:କିଲେ ନେଲା ବେଳକୁ ଦୁଇ ଥର ଭାବିବାକୁ ପଡ଼ୁଛି

    କନ୍ଦାଉଛି ପିଆଜ:କିଲେ ନେଲା ବେଳକୁ ଦୁଇ ଥର ଭାବିବାକୁ ପଡ଼ୁଛି

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ, ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ,  ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ