ୱେଷ୍ଟଇଣ୍ତିଜ ବିପକ୍ଷ ଦ୍ୱିତୀୟ ଟେଷ୍ଟ : ଦୃଢ଼ ସ୍ଥିତିରେ ଭାରତ

ଅହମଦାବାଦ ଟେଷ୍ଟ ଅଢ଼େଇ ଦିନରେ ସରିଥିଲା। ଆଜି ଠାରୁ ଦିଲ୍ଲୀରେ ୱେଷ୍ଟଇଣ୍ତିଜ ବିପକ୍ଷ ଦ୍ୱିତୀୟ ଟେଷ୍ଟ ଆରମ୍ଭ ହୋଇଛି। ଏହି ଟେଷ୍ଟର ପ୍ରଥମ ଦିନରେ ବି ଭାରତୀୟ ଟିମର ଦବଦବା ଦେଖିବାକୁ ମିଳିଛି। ଓପନର ଯଶସ୍ୱୀ ଜୈସୱାଲଙ୍କ ଅପରାଜିତ ୧୭୩ ରନ ବଳରେ ଭାରତୀୟ ଟିମ ଦୃଢ଼ ସ୍ଥିତିରେ ପହଞ୍ଚି ଯାଇଛି।ପ୍ରଥମ ଦିନର ଖେଳ ଶେଷ ସୁଦ୍ଧା ଭାରତୀୟ ଟିମ ୨ ୱିକେଟ ହରାଇ ୩୧୮ ରନ କରି ନେଇଛି। ଷ୍ଟମ୍ପ ଅପସାରଣ ବେଳକୁ ଜୈସୱାଲ ୧୭୩ ଓ ଅଧିନାୟକ ଶୁବମନ ଗିଲ ୨୦ ରନ କରି ଅପରାଜିତ ରହିଛନ୍ତି। ଭାରତ ହାତରେ ଆହୁରି ୮ଟି ୱିକେଟ ଥିବା ପ୍ରଥମ ଇନିଂସରେ ଦଳ ବଡ଼ ସ୍କୋର ଲକ୍ଷ୍ୟରେ ରହିଛି। ଆଜି ଟେଷ୍ଟ କ୍ୟାରିୟରର ୭ମ ଶତକ ହାସଲ କରିଥିବା ଜୈସୱାଲ ଡବଲ ଟନ୍ ହାସଲ କରିପାରୁଛନ୍ତି କି ନାହିଁ, ତା’ ଉପରେ ସମସ୍ତଙ୍କ ନଜର ରହିଛି। ପ୍ରଥମ ଦିନରେ ଭ୍ରମଣକାରୀ ୱେଷ୍ଟଇଣ୍ଡିଜ ୯୦ ଓଭର ବୋଲିଂ କରିଥିଲେ ହେଁ କେବଳ ୨ଟି ୱିକେଟ ନେଇପାରିଛି। କେଏଲ ରାହୁଲ ୩୮ ରନ ଓ ଯୁବ ତାରକା ସାଈ ସୁଦର୍ଶନ ୮୭ ରନ କରି ଆଉଟ କରିଛନ୍ତି। ଉଭୟଙ୍କୁ ବାମହାତୀ ସ୍ପିନର ଜୋମେଲ ୱାରିକନ ଆଉଟ କରିଛନ୍ତି।ଆଜି ପ୍ରଥମ ସେସନ୍ସରେ ଭାରତ ଗୋଟିଏ ୱିକେଟ ହରାଇ ୯୪ ରନ କରିଥିଲା। ଲଞ୍ଚରୁ ଟି’ ଯାଏ ଦଳ କୌଣସି ୱିକେଟ ହରାଇ ନଥିଲା। ଜୈସୱାଲ ଓ ସୁଦର୍ଶନ ୩୦ ଓଭର ବ୍ୟାଟିଂ କରି ୧୨୬ ରନ ଯୋଡ଼ିଥିଲେ।ଯଶସ୍ୱୀଙ୍କ ବ୍ୟାଟରୁ ଶତକ ଓ ସୁଦର୍ଶନ ଅର୍ଦ୍ଧଶତକ ମାରିଥିଲେ। ଚା’ ପାନ ବିରତି ପରେ ଭାରତୀୟ ଟିମ ୩୨ ଓଭର ବ୍ୟାଟିଂ କରି ୯୮ ରନ ଯୋଡ଼ିବା ସହ ସାଈଙ୍କୁ ହରାଇଛି।
ଦିଲ୍ଲୀର ଅରୁଣ ଜେଟଲୀ ଷ୍ଟାଡିୟମରେ ଟସ୍‌ ଜିତି ପ୍ରଥମେ ବ୍ୟାଟିଂ କରୁଥିବା ଭାରତ ପାଇଁ ରାହୁଲ ଓ ଜୈସୱାଲ ସତର୍କତାର ସହ ଇନିଂସ ଆରମ୍ଭ କରିଥିଲେ। ଜୈସୱାଲ ବଲର ପେସ୍‌ ଓ ସୁଇଂକୁ ପ୍ରଥମେ ସମ୍ମାନ ଦେଇଥିଲେ। କିନ୍ତୁ ରାହୁଲ କିଛି ହାତ ଖୋଲା ଶଟ ମାରିଥିଲେ। ଉଭୟ ପ୍ରଥମ ୱିକେଟ ପାଇଁ ୫୮ ରନ ଯୋଡ଼ିଥିଲେ। ଏତିକି ବେଳେ ୱାରିକାନଙ୍କ ଗୋଟିଏ ଚମତ୍କାର ବଲରେ ଷ୍ଟମିଂ ହୋଇ ଯାଇଥିଲେ ରାହୁଲ।ଏହାପରେ କ୍ରିଜକୁ ଆସିଥିଲେ ସାଈ। ସେ ଜୈସୱାଲଙ୍କ ସହ ମିଶି ଭାରତର ସ୍କୋରକୁ ଆଗକୁ ନେଇଥିଲେ। ଜୈସୱାଲ ମଧ୍ୟ ୧୪୫ ବଲରେ ନିଜ ଟେଷ୍ଟ କ୍ୟାରିୟରର ୭ମ ଶତକ ହାସଲ କରିଥିଲେ। ସାଈଙ୍କ ବ୍ୟାଟରୁ ତାଙ୍କ କ୍ୟାରିୟରର ଦ୍ୱିତୀୟ ଅର୍ଦ୍ଧଶତକ ଦେଖିବାକୁ ମିଳିଥିଲା। ଜୈସୱାଲ ଓ ସାଈ ସେଟ ହୋଇସାରିଥିବାରୁ ଦ୍ରୁତଗତିରେ ରନ ସଂଗ୍ରହ ଆରମ୍ଭ କରିଥିଲେ। ଏପରି କି ଦ୍ୱିତୀୟ ୱିକେଟ ପାଇଁ ୧୯୭ ରନ ଯୋଡ଼ିଥିଲେ। ଚା ବିରତି ପରେ ସାଈ ନିଜର ମେଡେନ ଟେଷ୍ଟ ସେଞ୍ଚୁରୀ ଅଭିମୁଖେ ଯାଇଥିଲେ। କିନ୍ତୁ ଦଳୀୟ ସ୍କୋର ୨୫୧ ରନ ରହିଥିବା ବେଳେ ବ୍ୟକ୍ତିଗତ ୮୭ ରନ କରି ୱାରିକାନଙ୍କ ବଲରେ ପ୍ୟାଭିଲିୟନ ଫେରିଥିଲେ। ସାଈ। ସେ ୧୬୫ ବଲର ସାମ୍ନା କରି ୧୨ଟି ଚୌକା ବଳରେ ଏହି ରନ କରିଛନ୍ତି। ସାଈଙ୍କ ପରେ କ୍ରିଜକୁ ଆସିଥିଲେ ଅଧିନାୟକ ଗିଲ। ସେ ଜୈସୱାଲଙ୍କ ସହ ମିଶି ଆଉ କୌଣସି ବିପର୍ଯ୍ୟୟ ଘଟାଇବାକୁ ଦେଇ ନଥିଲେ। ଉଭୟ ୨୫୧ରୁ ଦଳୀୟ ସ୍କୋରକୁ ନେଇ ୩୧୮ରେ ପହଞ୍ଚାଇ ଦେଇଛନ୍ତି। ଜୈସୱାଲ ମଧ୍ୟ ନିଜର ୧୫୦ ରନ ପୂରଣ କରି ନେଇଛନ୍ତି।ଆଜି ଅପରାଜିତ ୧୭୩ ରନର ଇନିଂସ ଖେଳିଥିବା ଜୈସୱାଲ ୨୨ଟି ଚୌକା ମାରିଛନ୍ତି। ବଡ଼ ଶଟ ଖେଳିବାରେ ଜଣାଶୁଣା ଜୈସୱାଲ ଆଜି କୌଣସି ଛକା ମାରି ନାହାନ୍ତି। ଗିଲଙ୍କ ବ୍ୟାଟରୁ ୨୦ ରନର ଅପରାଜିତ ଇନିଂସରେ ୩ଟି ଚୌକା ଦେଖିବାକୁ ମିଳିଛି।

  • Related Posts

    ‘ଇଣ୍ଡିଆ ସ୍କିଲ୍ସ’ ଜାତୀୟ ପ୍ରତିଯୋଗିତାରେ ‘ଟିମ୍ ଓଡ଼ିଶା’ର ଶ୍ରେଷ୍ଠ ପ୍ରଦର୍ଶନ , ୧୫ଟି ସ୍ୱର୍ଣ୍ଣ ସହ ମୋଟ ୫୭ ପଦକ ଜିତିଲା

    ଭୁବନେଶ୍ଵର : ‘ଇଣ୍ଡିଆ ସ୍କିଲ୍ସ ୨୦୨୫-୨୬’ ଜାତୀୟ ସ୍ତରୀୟ ପ୍ରତିଯୋଗିତାରେ ଓଡ଼ିଶାର ପ୍ରତିଯୋଗୀମାନେ ଶ୍ରେଷ୍ଠ ପ୍ରଦର୍ଶନ କରିଛନ୍ତି। ‘ଟିମ୍ ଓଡ଼ିଶା’ ଏହି ପ୍ରତିଯୋଗିତାରେ ୧୫ଟି ସ୍ୱର୍ଣ୍ଣ ସହ ମୋଟ ୫୭ଟି ପଦକ ହାସଲ କରି ଚାମ୍ପିୟନ ହୋଇଛି। ଗୁରୁବାର ଦିନ ଗ୍ରେଟର…

    Continue reading
    ଆଜି ସୁପର କିଙ୍ଗ୍‌ସ-କିଙ୍ଗ୍‌ସ ମୁକାବିଲା

    କଲକାତା: ଆଇପିଏଲରେ ଶୁକ୍ରବାର ଚେନ୍ନଇ ସୁପରକିଙ୍ଗ୍‌ସ ଓ ପଞ୍ଜାବ କିଙ୍ଗ୍‌ସ ମଧ୍ୟରେ ସପ୍ତମ ମ୍ୟାଚ ଖେଳାଯିବ। ଉଭୟ ଦଳ ଦ୍ବିତୀୟ ମ୍ୟାଚରେ ଅବତ୍ତୀର୍ଣ୍ଣ ହେ​‌େ​‌ବ। ଚେନ୍ନଇ ସୁପରକିଙ୍ଗ୍‌ସ ପ୍ରଥମ ମ୍ୟାଚରେ ପରାଜିତ ହୋଇଥିବାବେଳେ ପଞ୍ଜାବ କିଙ୍ଗ୍‌ସ ବିଜୟ ହାସଲ କରିଥିଲା। ଋତୁରାଜ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ‘ମନ୍ କି ବାତ୍’ କାର୍ଯ୍ୟକ୍ରମର ୧୩୨ତମ ପର୍ବରେ ସମ୍ବଲପୁରର ସୁଜାତା ଭୁୟାଁଙ୍କୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

    ସାଇବର ଅପରାଧରୁ ସୁରକ୍ଷା ସମ୍ପର୍କରେ ମହିଳା ଆୟୋଗଙ୍କ କର୍ମଶାଳା

    ଖରାଦିନର ଖାଦ୍ୟ

    ୧୪-୧୫ ବର୍ଷର କିଶୋରୀଙ୍କୁ ସର୍ଭିକାଲ୍‌ କ୍ୟାନ୍‌ସର ଟୀକା

    ହାତଗଣ୍ଠି ପରେ ଜଣାପଡ଼ିଲା ବର କିନ୍ନର

    ହାତଗଣ୍ଠି ପରେ ଜଣାପଡ଼ିଲା ବର କିନ୍ନର

    ଭାଲେଣ୍ଟାଇନ୍ ଦିବସ

    ଭାଲେଣ୍ଟାଇନ୍ ଦିବସ