ଅନଲାଇନ୍ ଟାକ୍ସି ଚାଳକଙ୍କ ଆନ୍ଦୋଳନରେ ଅଚଳ ହେଲା ରାଜଧାନୀ

ଭୁବନେଶ୍ୱର: ଓଲା, ଉବେର ଓ ରାପିଡୋ ଅନଲାଇନ୍ ଟାକ୍ସି ଚାଳକଙ୍କ ଆନ୍ଦୋଳନରେ ଅଚଳ ହେଲା ରାଜଧାନୀର ମୁଖ୍ୟ ରାସ୍ତା। ଆଜି ତୃତୀୟ ଦିନରେ ଅନଲାଇନ ଅଟୋ ଟ୍ୟାକ୍ସି ଡ୍ରାଇଭରଙ୍କ ଧାରଣା ବେଳେ ଏକାଠି ହୋଇଛନ୍ତି ସମସ୍ତ ଚାଳକ। ଲୋୟର ପିଏମଜିରେ ଧାରଣା ଦେଇ ନାରାବାଜି କରିଛନ୍ତି। ୩୦ ଦଫା ଦାବି ନେଇ ଅନ୍ଦୋଳନ କରୁଛନ୍ତି ଅଲ୍ ଓଡ଼ିଶା ଗିଗ୍ ୱାର୍କର୍ସ ୟୁନିଅନ୍।

ଅନଲାଇନ୍ ଟ୍ୟାକ୍ସିର ଭଡ଼ା ଉପରେ ସରକାରଙ୍କ ନିୟନ୍ତ୍ରଣ ରହିବା ସହ ଯାତ୍ରୀଙ୍କ ପାଇଁ ଫିକ୍ସ ରେଟ୍ ନିର୍ଦ୍ଧାରଣ କରିବାକୁ ସଂଗଠନ ଦାବି କରିଛି। ଦିନରେ କିମି ପିଛା ୧୨ ଟଙ୍କା ଓ ରାତିରେ କିମି ପିଛା ୧୫ ଟଙ୍କା ଭଡ଼ା ନିର୍ଦ୍ଧାରଣ ପାଇଁ ଦାବି କରିଛନ୍ତି ଡ୍ରାଇଭର। ଏହାସହ ଇନ୍ଧନ ଦର ବଢ଼ିଲେ ଭଡ଼ା ବୃଦ୍ଧି, ପିକ୍-ଆୱାର୍ ଓ ସପ୍ତାହାନ୍ତ ବୋନସ୍, ଦୀର୍ଘ ଦୂରତା ପିକଅପ୍ ପାଇଁ କ୍ଷତିପୂରଣ ଏବଂ ଅପେକ୍ଷା ସମୟର ଚାର୍ଜ ବୃଦ୍ଧି ଦାବି କରିଛନ୍ତି।

ସରକାର ସଙ୍ଘ ସହ ତୁରନ୍ତ ଆଲୋଚନା କରି ଦାବିଗୁଡ଼ିକ ଲାଗୁ କରିବାକୁ ୟୁନିଅନ୍ ପକ୍ଷରୁ ଅନୁରୋଧ କରାଯାଇଛି। ଏପଟେ ଲୋୟର ପିଏମଜିରେ ଏତେ ସଂଖ୍ୟାରେ ଅଟୋ ଚାଳକ ଗାଡ଼ି ରଖି ଆନ୍ଦୋଳନ କରିବା ଫଳରେ ରାଜଧାନୀରେ ଗୁରୁତର ଟ୍ରାଫିକ୍ ସମସ୍ୟା ସୃଷ୍ଟି ହୋଇଛି।

  • Related Posts

    ନିର୍ବାଚନୀ ରେକର୍ଡ ନିର୍ଭରଯୋଗ୍ୟ ରହିବାରେ ‘SIR’ ସାହାଯ୍ୟ କରିବ:ମୁଖ୍ୟମନ୍ତ୍ରୀ

    ଭୁବନେଶ୍ୱର : ଦିଲ୍ଲୀରେ ବିରୋଧୀଙ୍କ ପ୍ରତିବାଦ ମଧ୍ୟରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ‘ଏକ୍ସ’ରେ ପ୍ରତିକ୍ରିୟା ଦେଇଛନ୍ତି। ମୁଖ୍ୟମନ୍ତ୍ରୀ କହିଛନ୍ତି,ନିର୍ବାଚନୀ ରେକର୍ଡ ନିର୍ଭରଯୋଗ୍ୟ ରହିବାରେ ‘SIR’ ସାହାଯ୍ୟ କରିବ। ସ୍ୱଚ୍ଛ ଓ ସଠିକ୍‌ ଭୋଟର ତାଲିକା ପ୍ରସ୍ତୁତି ପାଇଁ ‘SIR’ ଆବଶ୍ୟକ।…

    Continue reading
    ମୁଖ୍ୟମନ୍ତ୍ରୀଙ୍କ କଟକ ଗସ୍ତ ବାତିଲ

    କଟକ: ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ କଟକ ଗସ୍ତ କାର୍ଯ୍ୟକ୍ରମ ବାତିଲ୍ ହୋଇଛି । ତେବେ କେଉଁ କାରଣରୁ ଏହି ଗସ୍ତ ବାତିଲ୍ ହୋଇଛି ତାହା ସ୍ପଷ୍ଟ ଜଣାପଡ଼ିନି । ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ ସୋମବାର ଦିନ କଟକ ଗସ୍ତରେ ଆସି…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ବାପା ହେବେ ଅନୁଭବ, ଖୁସି ଖବର ଦେଲେ ଜାଗୃତି

    ବାପା ହେବେ ଅନୁଭବ, ଖୁସି ଖବର ଦେଲେ ଜାଗୃତି

    ଟାଟୁ ପାଇଁ ମା’କୁ ଫେରି ପାଇଲା ପୁଅ

    ଟାଟୁ ପାଇଁ ମା’କୁ ଫେରି ପାଇଲା ପୁଅ

    ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ବୟଫ୍ରେଣ୍ଡଠାରୁ କଣ ପାଇବାକୁ ଇଚ୍ଛାଥାଏ, ଆସନ୍ତୁ ଜାଣିବା

    ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ବୟଫ୍ରେଣ୍ଡଠାରୁ କଣ ପାଇବାକୁ ଇଚ୍ଛାଥାଏ, ଆସନ୍ତୁ ଜାଣିବା

    ବଢୁଛି ସ୍ୱାମୀ-ସ୍ତ୍ରୀ ଅଲଗା ଶୋଇବାର ଅଭ୍ୟାସ; ଏହା ଠିକ୍ ନା ଭୁଲ୍…

    ବଢୁଛି ସ୍ୱାମୀ-ସ୍ତ୍ରୀ ଅଲଗା ଶୋଇବାର ଅଭ୍ୟାସ; ଏହା ଠିକ୍ ନା ଭୁଲ୍…

    କନ୍ଦାଉଛି ପିଆଜ:କିଲେ ନେଲା ବେଳକୁ ଦୁଇ ଥର ଭାବିବାକୁ ପଡ଼ୁଛି

    କନ୍ଦାଉଛି ପିଆଜ:କିଲେ ନେଲା ବେଳକୁ ଦୁଇ ଥର ଭାବିବାକୁ ପଡ଼ୁଛି

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ