ଅନ୍ତର୍ଜାତୀୟ ଓଡ଼ିଶୀ ନୃତ୍ୟ ମହୋତ୍ସବ: ଦ୍ୱିତୀୟ ସନ୍ଧ୍ୟାରେ ଓଡ଼ିଶୀ ଛନ୍ଦର ଭାବମୟ ପରିବେଷଣ

ଭୁବନେଶ୍ୱର: ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଆନୁକୂଲ୍ୟରେ ଗୁରୁ କେଳୁଚରଣ ମହାପାତ୍ର ଓଡ଼ିଶୀ ଗବେଷଣା କେନ୍ଦ୍ର ପକ୍ଷରୁ ଆୟୋଜିତ ହେଉଛି ଅନ୍ତର୍ଜାତୀୟ ଓଡ଼ିଶୀ ନୃତ୍ୟ ଉତ୍ସବ। ଭୁବନେଶ୍ୱରର ରବୀନ୍ଦ୍ର ମଣ୍ଡପ ଠାରେ ଅନୁଷ୍ଠିତ ହେଉଥିବା ଏହି ଉତ୍ସବଟି ଆସନ୍ତା ୩୦ ତାରିଖ ପର୍ୟ୍ୟନ୍ତ ଚାଲିବ।

ଆଜି ମହୋତ୍ସବର ଦ୍ଵିତୀୟ ସନ୍ଧ୍ୟାରେ ବିଶିଷ୍ଟ ନୃତ୍ୟଶିଳ୍ପୀ ନନ୍ଦିନୀ ଘୋଷାଲ କବି ଜୟଦେବଙ୍କ ଗୀତ ଗୋବିନ୍ଦକୁ ଖୁବ ସୁନ୍ଦର ଭାବେ ପରିବେଷଣ କରିଥିଲେ। ଶ୍ରୀ ରାଧାଙ୍କ ଭାବାବେଗକୁ ନିଜର ଭଙ୍ଗୀ ଓ ମୁଦ୍ରାରେ ଖୁବ ସୁନ୍ଦର ଭାବେ ତୋଳି ଧରିଥିଲେ ନୃତ୍ୟଶିଳ୍ପୀ ନନ୍ଦିନୀ ଘୋଷାଲ। ନନ୍ଦିନୀଙ୍କ ନୃତ୍ୟରେ କୃଷ୍ଣ, ରାଧା ଓ ଚନ୍ଦ୍ରାବଳୀଙ୍କ ଚରିତ୍ର ଚିତ୍ରଣ ଦର୍ଶକମାନଙ୍କୁ ବିମୋହିତ କରିଥିଲା।

ଏଥିସହ ଆଜି କାର୍ୟ୍ୟକ୍ରମର ପ୍ରଥମ ଅଧିବେଶନରେ ଅଦୃତା ଡ୍ୟାନ୍ସ ଗ୍ରୁପର ଶିଳ୍ପୀମାନଙ୍କ ଦ୍ୱାରା ଦଳଗତ ନୃତ୍ୟ “ମଙ୍ଗଳାଚରଣ ଗୁରୁବ୍ରହ୍ମା, ଗୁରୁବିଷ୍ଣୁ ଗୁରୁଦେବ ମହେଶ୍ଵର” ପରିବେଷିତ ହୋଇଥିଲା । ପରେ ପରେ ଏକକ ନୃତ୍ୟ ପର୍ୟ୍ୟାୟରେ ସୁଦୀକ୍ଷା ପଣ୍ଡାଙ୍କ ଦ୍ୱାରା ଅଭିନୟ “ଶ୍ରିତ କମଳା କୁଚ ମଣ୍ଡଳ” ପରିବେଷିତ ହୋଇଥିଲା। ପରବର୍ତ୍ତୀ ପ୍ରସ୍ତୁତିଟି ଥିଲା ଏକକ ନୃତ୍ୟ ପର୍ୟ୍ୟାୟରେ ସାଇ ସ୍ମୃତିଙ୍କ ଦ୍ଵାରା “କିରବାଣୀ ପଲ୍ଲବୀ”। ପରେ ପରେ ଦ୍ୱୈତ ନୃତ୍ୟ ପର୍ୟ୍ୟାୟରେ ରଶ୍ମିତା ମହାରଣା ଓ ସାବିତ୍ରୀ ମହାପାତ୍ରଙ୍କ ଦ୍ୱାରା “ଶଙ୍କରାଭରଣ ପଲ୍ଲବୀ”, ଗାୟତ୍ରୀ ସେଠୀଙ୍କ ଦ୍ଵାରା ଅଭିନୟ “ନବଦୁର୍ଗା”, ଦ୍ୱୈତ ନୃତ୍ୟ ପର୍ୟ୍ୟାୟରେ ପ୍ରୀତିମୟୀ ବାସ ଓ ବର୍ଷା ଦାସଙ୍କ ଦ୍ଵାରା ଅଭିନୟ “ଜୟ ଜୟ ଜଗନ୍ନାଥ ନୀଳଗିରିପତି”, ଦୀପିକା ପ୍ରିୟଦର୍ଶିନୀଙ୍କ ଦ୍ଵାରା ଅଭିନୟ “ଦୁର୍ଗା ତାଣ୍ଡବ” ଏବଂ ଶେଷରେ ନୃତ୍ୟାୟନ ଅନୁଷ୍ଠାନର ଶିଳ୍ପୀମାନଙ୍କ ଦ୍ଵାରା ଅଭିନୟ “ଦଶାବତାର” ପରିବେଷିତ ହୋଇଥିଲା।

ଅପରାହ୍ନ ଅଧିବେଶନରେ ପ୍ରଥମେ ନେହେରୁ କଲୋନୀ ଓଡିଶୀ ଆଶ୍ରମ ଅନୁଷ୍ଠାନର ଶିଳ୍ପୀମାନଙ୍କ ଦ୍ଵାରା ଅଭିନୟ “ଶିବସ୍ତୁତି ଓ ମଧୁର ବସନ୍ତ” ପରିବେଷିତ ହୋଇଥିଲା। ପରେ ପରେ ଏକକ ନୃତ୍ୟ ପର୍ୟ୍ୟାୟରେ ଅଭୀପ୍ସା ପତିଙ୍କ ଦ୍ଵାରା ଅଭିନୟ “ଦେଖିବ ପରା ଆସରେ ପ୍ରାଣ ସଂଗିନୀ”, ଦ୍ୱୈତ ନୃତ୍ୟ ପର୍ୟ୍ୟାୟରେ ବଶିଷ୍ଠ ଜେନା ଓ ଏୟୁସ୍ ଗୁଣପ୍ରଭାଙ୍କ ଦ୍ଵାରା “ବିଳାହାରୀ ପଲ୍ଲବୀ”, ମାନସୀ ମଧୁସ୍ମିତା ପାଢୀଙ୍କ ଦ୍ଵାରା “ମୋହନା ପଲ୍ଲବୀ”, ଲକ୍ଷ୍ମୀପ୍ରିୟା ସାହୁ ଓ ସତ୍ୟ ସୁର୍ୟାଂଶୁଙ୍କ ଦ୍ଵାରା ଅଭିନୟ “ଅର୍ଦ୍ଧନାରୀଶ୍ଵର”, ଦୀପଯୋୟ ସରକାରଙ୍କ ଦ୍ଵାରା “କୁଣ୍ଡଳିକା” ଏବଂ ଶେଷରେ ଶ୍ରୀ ଦଶାବତାର ନାଟ୍ୟଶାଳା ଅନୁଷ୍ଠାନର ଶିଳ୍ପୀମାନଙ୍କ ଦ୍ଵାରା ଅଭିନୟ “ଦଶ ମହାବିଦ୍ୟା” ପରିବେଷିତ ହୋଇଥିଲା।

ସେହିପରି ସନ୍ଧ୍ୟା ଅଧିବେଶନର ବିଶିଷ୍ଟ ନୃତ୍ୟଶିଳ୍ପୀ ପ୍ରଭାତ କୁମାର ସ୍ଵାଇଁ ଗୀତଗୋବିନ୍ଦରୁ ଉଦ୍ଧୃତ ଅଷ୍ଟପଦୀ “କୁରୁ ଯଦୁ ନନ୍ଦନ” ପରିବେଷଣ କରିଥିଲେ। ପରବର୍ତ୍ତୀ ଉପସ୍ଥାପନାରେ ଥିଲା ୟୋଗିତା ଭାସିନ ଓ ଭର୍ଦା ଭଇଶମ୍ପାୟାନଙ୍କ ଦ୍ୱାରା ଦ୍ୱୈତ ନୃତ୍ୟ, ଜଗତଜିତ ଦାସଙ୍କ ଦ୍ୱାରା ଏକକ ନୃତ୍ୟ, ବ୍ରୀନ୍ଦା ଚଢାଙ୍କ ଦ୍ୱାରା ଏକକ ନୃତ୍ୟ, ସୃଜନୀ ନାୟକ ଓ ଶୃତିଶ୍ରୀ ସ୍ଵାଇଁଙ୍କ ଦ୍ୱାରା ଦୈତ୍ୟ ନୃତ୍ୟ, ଅରୁଣିମା ଆଚାର୍ୟ୍ୟଙ୍କ ଦ୍ଵାରା ଏକକ ନୃତ୍ୟ ଓ ବାଣୀ ରୟଙ୍କ ଦ୍ୱାରା ଏକକ ନୃତ୍ୟ। ଶେଷରେ ଆରାଧନା ଡ୍ୟାନ୍ସ ଫାଉଣ୍ଡେସନ ଶିଳ୍ପୀମାନଙ୍କ ଦ୍ୱାରା ଦଳଗତ ଓଡ଼ିଶୀ ନୃତ୍ୟ ପରିବେଷିତ ହୋଇଥିଲା।

ଆଜି କାର୍ୟ୍ୟକ୍ରମର ଦ୍ୱିତୀୟ ସନ୍ଧ୍ୟାରେ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ସଚିବ ଡ଼ା. ବିଜୟ କେତନ ଉପାଧ୍ୟାୟ, ଡକ୍ଟର ବାଲାଜୀ ସିନୋୟ, ବିଶିଷ୍ଟ ଓଡିଶୀ ନୃତ୍ୟଶିଳ୍ପୀ ଗୁରୁ ରତିକାନ୍ତ ମହାପାତ୍ର, ଶ୍ରୀମତୀ ଦୀପ୍ତି ମିଶ୍ର ଓ ଗୁରୁ କେଲୁଚରଣ ମହାପାତ୍ର ଓଡ଼ିଶୀ ଗବେଷଣା କେନ୍ଦ୍ରର ପ୍ରଶାସନିକ ଅଧିକାରୀ ଶ୍ରୀମତୀ ଶୁଚିସ୍ମିତା ମନ୍ତ୍ରୀ ପ୍ରମୁଖ ଉପସ୍ଥିତ ଥିଲେ।

ପ୍ରକାଶଯୋଗ୍ୟ ଯେ, ଚଳିତ ବର୍ଷ ଅନ୍ତର୍ଜାତୀୟ ଓଡ଼ିଶୀ ନୃତ୍ୟ ମହୋତ୍ସବରେ ପ୍ରାୟ ୩୫୦ ଜଣ ନୃତ୍ୟଶିଳ୍ପୀ ଅଂଶଗ୍ରହଣ କରିଥିବା ବେଳେ ଭାରତ ବାହାରୁ ପ୍ରାୟ ୧୫ ଜଣ ଓଡ଼ିଶୀ ନୃତ୍ୟଶିଳ୍ପୀ ଅଂଶଗ୍ରହଣ କରିଛନ୍ତି। ଓଡ଼ିଶା ସମେତ ପଶ୍ଚିମବଙ୍ଗ, ନୂଆଦିଲ୍ଲୀ, ରାଜସ୍ଥାନ, ମହାରାଷ୍ଟ୍ର, ହରିୟାଣା, କର୍ଣ୍ଣାଟକ, ଛତିଶଗଡ଼ ଆଦି ରାଜ୍ୟ ସହ ଆମେରିକା, ଫ୍ରାନ୍ସ, ଜର୍ମାନୀ, ଅଷ୍ଟ୍ରେଲିଆ, ମାଲେସିଆ ଆଦି ଦେଶର ନୃତ୍ୟଶିଳ୍ପୀମାନେ ଅନ୍ତର୍ଜାତୀୟ ଓଡ଼ିଶୀ ନୃତ୍ୟ ମହୋତ୍ସବରେ ଅଂଶଗ୍ରହଣ କରିଛନ୍ତି। ଅନ୍ତର୍ଜାତୀୟ ଓଡ଼ିଶୀ ନୃତ୍ୟ ମହୋତ୍ସବରେ ଓଡ଼ିଶୀ ନୃତ୍ୟକୁ ଆଧାର କରି ଏକ ଚିତ୍ରକଳା ଶିବିରର ଆୟୋଜନ ମଧ୍ୟ କରାଯାଇଛି। “ଆମ ଓଡ଼ିଶୀ” ସେଲ୍ଫି ଷ୍ଟାଣ୍ଡ ଏବଂ ଓଡ଼ିଶୀ ନୃତ୍ୟକୁ ଆଧାର କରି ନିର୍ମିତ ହୋଇଥିବା ବାଲୁକା କଳାକୃତି ଯୁବପିଢ଼ିଙ୍କୁ ବେଶ୍ ଆକର୍ଷିତ କରିପାରିଛି।

  • Related Posts

    ରାଜ୍ୟପାଳଙ୍କ ଠାରୁ ଆରମ୍ଭ ହେଲା ସ୍ଵଗଣନା

    ଭୁବନେଶ୍ୱର: ରାଜ୍ୟରେ ଆଜିଠାରୁ ଆରମ୍ଭ ହୋଇଛି ଡିଜିଟାଲ ଜନଗଣନା । ଏଣିକି ଘରେ ବସି ନିଜେ କରି ପାରିବେ ସ୍ଵ-ଜନଗଣନା। ପ୍ରଥମ ପର୍ଯ୍ୟାୟରେ ରାଜ୍ୟପାଳଙ୍କ ଠାରୁ ଆରମ୍ଭ ହୋଇଛି ସ୍ଵ-ଜନଗଣନା । ରାଜ୍ୟପାଳ ନିଜ ମୋବାଇଲରୁ ଲଗିନ କରି ଜନଗଣନା କରିଛନ୍ତି।…

    Continue reading
    ଉତ୍କଳ ଦିବସରେ ମୁଖ୍ୟମନ୍ତ୍ରୀଙ୍କୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଚିଠି

    ଭୁବନେଶ୍ୱର : ଉତ୍କଳ ଦିବସରେ ମୁଖ୍ୟମନ୍ତ୍ରୀଙ୍କୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଚିଠି। ୪ ପୃଷ୍ଠାର ଚିଠି ଲେଖିଛନ୍ତି ପିଏମ୍। ଓଡ଼ିଆ ଅସ୍ମିତା, ସମୃଦ୍ଧ ପରମ୍ପରା ଓ ମନମୁଗ୍ଧକର ଐତିହ୍ୟର କଥା ଉଲ୍ଲେଖ ରହିଛି। ବିଜୁ ବାବୁଙ୍କ ସାହାସିକତାକୁ ଭୁରି ଭୁରି ପ୍ରଶଂସା…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ‘ମନ୍ କି ବାତ୍’ କାର୍ଯ୍ୟକ୍ରମର ୧୩୨ତମ ପର୍ବରେ ସମ୍ବଲପୁରର ସୁଜାତା ଭୁୟାଁଙ୍କୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

    ସାଇବର ଅପରାଧରୁ ସୁରକ୍ଷା ସମ୍ପର୍କରେ ମହିଳା ଆୟୋଗଙ୍କ କର୍ମଶାଳା

    ଖରାଦିନର ଖାଦ୍ୟ

    ୧୪-୧୫ ବର୍ଷର କିଶୋରୀଙ୍କୁ ସର୍ଭିକାଲ୍‌ କ୍ୟାନ୍‌ସର ଟୀକା

    ହାତଗଣ୍ଠି ପରେ ଜଣାପଡ଼ିଲା ବର କିନ୍ନର

    ହାତଗଣ୍ଠି ପରେ ଜଣାପଡ଼ିଲା ବର କିନ୍ନର

    ଭାଲେଣ୍ଟାଇନ୍ ଦିବସ

    ଭାଲେଣ୍ଟାଇନ୍ ଦିବସ